“ତୁମ ଝିଅ ତୁମ ହାତରେ ନାଇ ତ ଆଉ କାହା ହାତରେ ଅଛି ?” Prakruti ଙ୍କ ବାପା Manmath Mishra ଙ୍କୁ ସିଧା ପ୍ରଶ୍ନ କଲେ ଆଇନଜୀବୀ Monalisa Gantayat

ଓଲିଉଡ ଷ୍ଟାର ପରିବାର କଳି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଏହାକୁ ନେଇ ବିଭିନ୍ନ ମହଲରେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଉଛନ୍ତି । ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥୀ ବାବୁଶାନ ଓ ପ୍ରକୃତି ମିଶ୍ରଅଙ୍କ ପ୍ରେମ ସମ୍ପର୍କ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି । ପ୍ରକୃତି ତାଙ୍କ ବୈବାହିକ ଜୀବନ ନଷ୍ଟ କରିଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ବାବୁଶାନଙ୍କ ମାଆ ମଧ୍ୟ ଏକଥା ସ୍ଵୀକାର କରିଛନ୍ତି ଓ ବାବୁଶାନ ପ୍ରକୃତିଙ୍କ ପ୍ରେମ ସମ୍ପର୍କକୁ ନେଇ ତାଙ୍କ ଘରେ ଶାନ୍ତି ଲାଗି ରହୁଥିବା ନେଇ ସେ ଗଣମାଧ୍ୟମରେ କହିଛନ୍ତି ।

ଅପରାଜିତା ପୁଅ ତାଙ୍କ ବୋହୂ ପାଖକୁ ଫେରି ଆସୁ କହି କାନ୍ଦି ପକାଇଛନ୍ତି । ଏନେଇ ବିଶିଷ୍ଠ ଆଇନଜୀବୀ ମୋନାଲିସା ଗନ୍ତାୟତ ନିଜ ମତ ରଖିଛନ୍ତି । କାରଣ ବାବୁଶାନଙ୍କ ପତ୍ନୀ ଓ ତାଙ୍କ ମା ଏବଂ ଭଉଣୀ ସମସ୍ତେ ବାବୁଶାନଙ୍କ ସହ ପ୍ରକୃତିଅଙ୍କ ସମ୍ପର୍କ ଥିବା କହୁଥିବା ବେଳେ ଏକଥାକୁ ଏକ ପ୍ରକାର ଆସବିକାର କରିଛନ୍ତି ବାବୁଶାନ ଓ ପ୍ରକୃତି ଉଭୟ । ସେମାନେ କେବଳ ଭଲ ବନ୍ଧୁ ବୋଲି କହିଛନ୍ତି । ବାବୁଶାନ ପୂର୍ବରୁ ତାଙ୍କ ମାଆ ଏବଂ ପତ୍ନୀଙ୍କୁ ଜଣାଇଥିଲେ କି ପ୍ରକୃତି ତାଙ୍କୁ ବ୍ଳାକମେଲ କରୁଛନ୍ତି ବୋଲି ।

କିନ୍ତୁ ବାବୁଶାନ ଭିଡିଓ ଜାରି କରି କହିଛନ୍ତି ଯେ ତାଙ୍କୁ ପ୍ରକୃତି ବ୍ଳାକମେଲ କରୁନାହାନ୍ତି କି ପଇସା ନେଇ ନାହାନ୍ତି କି କୌଣସି ପ୍ରକାରର ହଇରାଣ କରୁନାହାନ୍ତି । ଏନେଇ ମୋନାଲିସା କହିଛନ୍ତି କି, ବାବୁଶାନ ତାଙ୍କ ମା ଏବଂ ପତ୍ନୀଙ୍କ ଭାବନାକୁ ବୁଝିବା ଆବଶ୍ୟକ । ସେପଟେ ମନ୍ମଥ ମିଶ୍ର କହୁଛନ୍ତି କି, ତାଙ୍କ ଝିଅ ତାଙ୍କ ହାତରେ ନାହିଁ କାରଣ ପିଲା ବଡ ହେବା ପରେ କାହା ହାତରେ ନଥାନ୍ତି । ଏନେଇ ମୋନାଲିସା ତାଙ୍କୁ ସିଧା ପ୍ରଶ୍ନ କରିଛନ୍ତି କି, ତୁମ ଝିଅ ତୁମ ହାତରେ ନାହିଁ ତ ଆଉ କାହା ହାତରେ ଅଛି ।

ପ୍ରକୃତିଙ୍କ ମା ତାଙ୍କ ଝିଅକୁ ଭଲ ଶିକ୍ଷା ଦେବା ବଦଳରେ ତାଙ୍କୁ ଏଭଳି କାର୍ଯ୍ୟରେ ସମର୍ଥନ କରିବା ନେଇ ମଧ୍ୟ ମୋନାଲିସା ତାଙ୍କୁ ସମାଲୋଚନା କରିଛନ୍ତି । ଏହିଭଳି ପ୍ରକୃତି ନିଜକୁ ନ୍ୟାସନାଲ ଆୱାର୍ଡ ପାଇଥିବା ଜଣେ ବଡ କଳାକାର ବୋଲି କହିଛନ୍ତି । ଏନେଇ ମୋନାଲିସା କହିଛନ୍ତି କି, ଯଦି ତୁମେ ନିଜକୁ ଗୋଟିଏ ସମ୍ମାନୀୟ ପଦରେ ରଖୁଛ ତେବେ ତୁମ କର୍ତ୍ତବ୍ୟ କଣ ତାହା ମଧ୍ୟ ବୁଝିବା ଆବଶ୍ୟକ । ସାରା ଓଡିଶା ଆଜି ତାଙ୍କ ଉପରେ ହସୁଛି ।

ତୃପ୍ତି ଅଭି9ଯୋଗ କରିଛନ୍ତି ଯେ, ମହାମାରୀ ସମୟରେ ବାବୁଶାନଙ୍କ ହାତରେ କୌଣସି କାର୍ଯ୍ୟ ନଥିଲା ଓ ସେଥିପାଇଁ ତାଙ୍କ ମାନସିକ ଅବସ୍ଥା ଭଲ ରହୁ ନଥିଲା । ସେହି ସମୟର ସୁଯୋଗ ଉଠାଇ ପ୍ରକୃତି ତାଙ୍କ ଜୀବନକୁ ଆସିଛନ୍ତି । ତେଣୁ ପ୍ରକୃତିଙ୍କ କର୍ତ୍ତବ୍ୟ ହେଉଛି ସେ ନିଜକୁ ବାବୁଶାନଙ୍କ ଠାରୁ ଦୂରେଇ ରଖିବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।