ମୁମ୍ବାଇ ଚାଲିଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି Babushan ଓ Prakruti ? ଓଡିଶା ଫେରିବା ନେଇ କଣ ନିଷ୍ପତ୍ତି ନେଲେ Babushan ?

ବାବୁଶାନ ଏବେ ଆଉ ଓଡିଶା ଫେରିବେ କି ନାହିଁ ଏହବାକୁ ନେଇ ଚର୍ଚ୍ଚା ଜୋର ହେଲାଣି । ଭୁବନେଶ୍ବରରେ ଯାହା ଘଟିଲା ତାଙ୍କୁ ବହୁତ ଖରାପ ଲାଗିଛି ବୋଲି ସେ ଭିଡିଓ ଜାରି କରି ପ୍ରକାଶ କରିଛନ୍ତି । ଘଟଣା ଯାଇ ଥାନା ଫାଣ୍ଡିରେ ପହଞ୍ଚି ସାରିଥିବା ବେଳେ ତିନୋଟି ପରିବାର ଏ ଘଟଣାକୁ ନେଇ ପକା ଉଠା ହେଉଛନ୍ତି ଓ ପରସ୍ପର ଉପରେ ଦୋଷ ଲଦୁଛନ୍ତି । ସେପଟେ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ବାବୁଶାନ ଓ ପ୍ରକୃତି ମିଶ୍ରଙ୍କୁ ସମୋନ ମଧ୍ୟ କରାଯାଇଛି ।

ତେବେ ବାବୁଶାନ ଓଡିଶା ଆସି ତଦନ୍ତରେ ନିଜ ବୟାନ ରଖିବେ କି ? ନା ବର୍ତ୍ତମାନ ପାଇଁ ଓଡିଶା ଆସିବେ ନାହିଁ ବାବୁଶାନ ? ଭୁବନେଶ୍ବର ସତ୍ୟନଗର ଘଟଣା ପରେ ସେଠାରେ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଚେନ୍ନାଇ ଚାଲି ଯାଇଥିଲେ ବାବୁଶାନ । ଏହାପରେ ବାବୁଶନ ଫେରି ଆସନ୍ତୁ ବୋଲି ତାଙ୍କ ପରିବାର ଏବଂ ଫ୍ୟାନ୍ସ ମାନେ ମଧ୍ୟ ଅପିଲ୍ କରୁଛନ୍ତି । ତେବେ ବାବୁଶାନ ଯେଉଁ ମାନସିକ ସ୍ଥିତି ଦେଇ ଯାଉଛନ୍ତି ସେଥିପାଇଁ କିଛିଦିନ ପାଇଁ ସେ ଓଡିଶା ବାହାରେ ରହିବେ କି ବୋଲି ଲୋକେ କଥା ହେଉଛନ୍ତି ।

ସବୁ କିଛି ଥଣ୍ଡା ପଡିବା ଯାଏଁ ସିଆଡେ ରହିବେ କି ବାବୁଶାନ ? ସେ ଚେନ୍ନାଇରୁ ମୁମ୍ବାଇ ଯିବାକୁ ପ୍ଳାନ କରୁଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏହାର ସତ୍ୟତା ନେଇ ଏପର୍ଯ୍ୟନ୍ତ କେହି କିଛିବି ସ୍ପଷ୍ଟ କରି ନାହାନ୍ତି । ଏପଟେ ତାଙ୍କ ଅଭିନୀତ ଆଗାମୀ ଫିଲ୍ମ “ଦମନ” ଟିମ୍ ମଧ୍ୟ ଚିନ୍ତାରେ ପଡିଗଲେଣି ।

କାରଣ ଫିଲ୍ମ ଆରମ୍ଭ ହେବାଠାରୁ ଶୁଟିଙ୍ଗ ଯାଏଁ ଦମନ ନାନା ବାଧାବିଘ୍ନ ଦେଇ ଗତି କରୁଛି । ଯଦି ବାବୁଶାନ ନ ଫେରିବେ ତେବେ ତାଙ୍କର ଏହି ଫିଲ୍ମ କଥା କଣ ହେବ । ପ୍ରକୃତି ମୁମ୍ବାଇ ଚାଲିଯିବା ନେଇ ପ୍ରସ୍ତୁତି ହେଉଥିବା କଥା କହିଥିଲେ । ଏହାସହ ସେ ଏକୁଟିଆ ଯେତିକି ଉପାର୍ଜନ କରୁଛନ୍ତି ସେଥିରେ ଚାରିଜଣଙ୍କୁ ପୋଷି ଦେବେ ବୋଲି କହୁଥିଲେ ।

ସେ ମୁମ୍ବାଇରେ ଯାଇ ସେଠାରେ ହୁଏତ ସେଟଲ୍ ହୋଇଯିବେ କିନ୍ତୁ ବାବୁଶାନ କଣ କରିବେ ତାହା ଚିନ୍ତାର ବିଷୟ । ତେବେ ଦେଖିବାକୁ ବାକି ରହିଲା କଣ ନିଷ୍ପତ୍ତି ନେଉଛନ୍ତି ବାବୁଶାନ ମହାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।