କୁଆଡେ ଗଲେ ସଲମାନ ଖାନଙ୍କ ଫେଭରେଟ ଶାଳି ? ତାଙ୍କ ବିଷୟରେ ଏହିସବୁ କଥା ଜାଣିନଥିବେ ଆପଣ

୯୦ ଦଶକରେ ହିନ୍ଦୀ ଫିଲ୍ମ ଜଗତରେ ଏହିପରି ଅନେକ ଚେହେରା ନଜର ଆସିଥିଲେ ଯେଉଁମାନେ ନିଜ ଚମକ ଓ ଅଭିନୟରେ ଖାସ୍ ପରିଚୟ ସୃଷ୍ଟି କରିଥିଲେ । କିନ୍ତୁ ଆଜି ଅଜ୍ଞାତବାସ ପରି ଜୀବନ ବିତାଉଛନ୍ତି । ସେହି ଚେହେରା ମଧ୍ୟରୁ ଏକ ଚେହେରା ହେଉଛି ସନମ୍ ବେୱଫାର ଲୋକପ୍ରିୟ ଗୀତ ଓ ମେରେ ଜିଜାଜୀ ରୁ ନାମ କମାଇଥିବା ଅଭିନେତ୍ରୀ କାଞ୍ଚନଙ୍କର । ଏହି ଫିଲ୍ମରେ ସହାୟକ ଅଭିନେତ୍ରୀ ଭୂମିକାରେ ଅଭିନୟ କରିବା ପରେ ମଧ୍ୟ ସେ ମୁଖ୍ୟ ନାୟିକା ସମାନ ଖ୍ୟାତି ପାଇଥିଲେ ।

ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଜାଣିବା କଥା । କାଞ୍ଚନ ୯୦ଦଶକରେ ଖୁବ୍ ଲୋକପ୍ରିୟ ଅଭିନେତ୍ରୀ ଥିଲେ । ସେ ସଲମାନ୍ ଖାଁ, ଅକ୍ଷୟ କୁମାର ଓ ଗୋବିନ୍ଦା ଙ୍କ ସହ ହିନ୍ଦୀ ଭାଷା ସହିତ ସାଉଥ୍ ଫିଲ୍ମରେ ମଧ୍ୟ ସୁପରିଚିତ ନାୟକ ମାନଙ୍କ ସହ କାମ କରିଥିଲେ ।

କିନ୍ତୁ ଏମିତି କଣ ହେଲା ଯେ ସେ ଏକ ଅଜ୍ଞାତ ଜୀବନ କାଟୁଛନ୍ତି? ତେବେ ପ୍ରଥମେ ଆସନ୍ତୁ ଜାଣିବା ତାଙ୍କ କ୍ୟାରିଅର ଆରମ୍ଭ ଜୀବନ ବିଷୟରେ । କାଞ୍ଚନଙ୍କ ଜନ୍ମ ୧୭ ଅପ୍ରେଲ ୧୯୭୦ ମସିହାରେ ହୋଇଥିଲା । ପାଠପଢା ପରେ ସେ ମଡେଲିଂ ଓ ଅଭିନୟରେ ନିଜ କ୍ୟାରିଅର ବନାଇବାକୁ ଚିନ୍ତା କଲେ । ୧୯୯୧ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ସନମ୍ ବେୱଫାରୁ ସେ ତାଙ୍କ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ସେ ହିରୋଇନ୍ ଙ୍କ ବାନ୍ଧବୀ ଭୂମିକାରେ ଅଭିନୟ କରିଥିଲେ ।

ଫିଲ୍ମରେ କାଞ୍ଚନଙ୍କ ଅଭିନୟ ଓ ସୋନ୍ଦର୍ଯ୍ଯର ସମସ୍ତେ ଦିୱାନା ହୋଇ ଯାଇଥିଲେ । ଫିଲ୍ମଟି ସୁପରହିଟ ହେବା ସହ କାଞ୍ଚନ ଖୁବ୍ ନାମ ମଧ୍ୟ କମାଇଥିଲେ । ତାଙ୍କୁ ଏତେ ପ୍ରସିଦ୍ଧି ମିଳିଥିଲା ଯେ ହିନ୍ଦୀ ଫିଲ୍ମ ସହ ତାଙ୍କୁ ସାଉଥ୍ ଫିଲ୍ମ ପାଇଁ ମଧ୍ୟ ଅଫର୍ ଆସିବାକୁ ଲାଗିଲା । ଯାହା ସେ ସ୍ବୀକାର କରିଥିଲେ ଓ ସଫଳ ମଧ୍ୟ ହୋଇଥିଲେ । ୧୯୯୨ ମସିହାରେ ସେ ସାଉଥ୍ ର ସୁପରଷ୍ଟାର ମୋହନଲାଲ ଙ୍କ ସହ ଗନ୍ଧର୍ବ ନାମକ ଏକ ମାଲାୟଲମ୍ ଫିଲ୍ମ ରେ କାମ କରିଥିଲେ । ସେହି ଫିଲ୍ମକୁ ଖୁବ୍ ଭଲ ସଫଳତା ମିଳିଥିଲା ।

ଫଳବଶତଃ ତାଙ୍କୁ ସାଉଥ୍ ଫିଲ୍ମ ସହ ହିନ୍ଦୀ ଫିଲ୍ମ ଗୁଡ଼ିକରେ ମଧ୍ୟ ମୁଖ୍ୟ ଚରିତ୍ର ମିଳିବାକୁ ଲାଗିଲା । ଜଣେ ସହାୟକ ଅଭିନେତ୍ରୀ ଭାବେ କ୍ୟାରିଅର ଆରମ୍ଭ କରି ସାଉଥ୍ ଫିଲ୍ମ ପର୍ଯ୍ୟନ୍ତ ସେ ଯେଉଁ ସଫଳତାର ସିଡି ଚଢ଼ିଥିଲେ ତାହା ତାଙ୍କର ହିନ୍ଦୀ ଫିଲ୍ମ ରେ ମୁଖ୍ୟ ଅଭିନେତ୍ରୀ ହେବାର ଚଞ୍ଚଳତା ଯୋଗୁଁ ଭୁଲ ଫିଲ୍ମ ନିର୍ଣ୍ଣୟ ବାରବାଦ କରିଦେଲା । କିଛି ହିନ୍ଦୀ ଫିଲ୍ମରେ କାମ କଲା ପରେ ସେ ଆଉ ଗୋଟେ ସାଉଥ୍ ଫିଲ୍ମ କଲେ । ଯାହା ତେଲୁଗୁର ପ୍ରସିଦ୍ଧ ଅଭିନେତା ଅଜିତ କୁମାରଙ୍କ ଡେବ୍ୟୁ ଫିଲ୍ମ ଥିଲା ।

ତାହା ପରେ କାଞ୍ଚନ ଅନେକ ହିନ୍ଦୀ ଓ ତେଲୁଗୁ ଫିଲ୍ମ ରେ କାମ କରିଥିଲେ । କିନ୍ତୁ ତାଙ୍କ ଫିଲ୍ମ ଗୁଡ଼ିକୁ ଏତେ ଭଲ ସଫଳତା ମିଳି ପାରିଲା ନାହିଁ । କିଛି ଫିଲ୍ମ ସଫଳ ହେଲେ ମଧ୍ୟ ସେଥିରୁ କାଞ୍ଚନଙ୍କୁ କିଛି ଲାଭ ମିଳି ପାରିଲା ନାହିଁ । କାଞ୍ଚନ ଭଲ ଅଭିନୟ କରୁଥିଲେ ମଧ୍ୟ ସେହି ସମୟରେ ପ୍ରାୟ ପ୍ରତ୍ୟେକ ଫିଲ୍ମରେ ନୂତନ କଳାକାରଙ୍କ ଝଲକ ଦେଖିବାକୁ ମିଳୁଥିଲା । ସେଥିପାଇଁ ଫିଲ୍ମ ଗୁଡିକର ଛୋଟ ମୋଟ ଭୂମିକାରେ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ଓ ତାଙ୍କ କ୍ୟାରିଅର ଗ୍ରାଫ୍ ମଧ୍ୟ ତଳକୁ ଖସିବାକୁ ଲାଗିଲା । ଏହିପରି ଭାବେ କାଞ୍ଚନ ଧୀରେ ଧୀରେ ହିନ୍ଦୀ ସହ ତେଲୁଗୁ ଫିଲ୍ମ ଦୁନିଆରୁ ଗାୟବ ହୋଇଗଲେ ଓ ପରଦା ଠୁ ଏବଂ ମିଡ଼ିଆ ଠୁ ମଧ୍ୟ ଦୂରେଇ ରହିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।