ବୃଦ୍ଧ ବୟସରେ ବିବାହ କରିଛନ୍ତି Bollywood ର ଏହି 7 ଜଣ ଷ୍ଟାର, ନମ୍ବର 6 ତ ନିଜ ୭୦ ତମ ଜନ୍ମ ଦିନରେ କରିଲେ ବିବାହ

ବନ୍ଧୁଗଣ ପ୍ରେମର କୌଣସି ବୟସ ନ ଥାଏ ଏପରି କଥା ଆପଣ ମାନେ ନିଶ୍ଚୟ ଶୁଣିଥିବେ । ଯେବେ ମଣିଷକୁ ସଚ୍ଚା ପ୍ରେମ ମିଳିଯାଏ ତେବେ ବିଭା କରିବା ପାଇଁ ଅପେକ୍ଷା କରିବା ଉଚିତ ନୁହେ ।

କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ପ୍ରଥମ ବିବାହ ତିଷ୍ଠି ନ ପାରିବାରୁ ସେମାନେ ଦିତୀୟ ବିବାହ କରିଥାନ୍ତି । ଆଜି ଆମେ ବଲିଉଡର ଏମିତି କିଛି କଳାକାରଙ୍କ ବିଷୟରେ କହିବାକାଉ ଯାଉଛୁ ଯେଉଁମାନେ ବୃଦ୍ଧାବସ୍ଥାରେ ସାତ ଫେରା ନେଇ ବିବାହ କରିଛନ୍ତି । “ସୁହାସିନୀ ମୁଲେ” : ଟିଭି ଓ ଫିଲ୍ମ ଦୁନିଆରେ ନିଜର ଜଲ୍ବାରେ ଅଭିନୟ କରି ସୁହାସିନୀ ମୁଲେ ୬୦ବର୍ଷରେ ବିବାହ କରିଥିଲେ । ସେ ଜୀବନ ସାଥି ରୂପେ ଅତୁଲ ଗୁର୍ତ୍ତୁଙ୍କୁ ବାଛିଥିଲେ । ତାଙ୍କ ମତରେ ଯେବେ ସଚ୍ଚା ପ୍ରେମ ମିଳିଲା ତେବେ ସେଠାରେ ବୟସ ଦେଖାଯାଏ ନାହି ।

“ନିନା ଗୁପ୍ତା” : ବଲିଉଡର ଜଣାଶୁଣା ଅଭିନେତ୍ରୀ ନେନା ଗୁପ୍ତା ୪୬ବର୍ଷରେ ଦିଲ୍ଲୀର ବିବେକ ମେହେରାଙ୍କ ସହ ମ୍ୟାରେଜ ଜରିଛନ୍ତି । ବିବେକ ଓ ନେନାଙ୍କର ଆମେରିକାରେ ବିବାହ ହୋଇଥିଲା । ବିବେକ ସିଓ ଭାବେ କାମ କରନ୍ତି । ନେନାଙ୍କର ପୂର୍ବ କ୍ରିକେଟର ବିବିୟନ ରିଚର୍ଡ୍ସଙ୍କ ସମ୍ପର୍କ ଥିଲେ ମଧ୍ୟ ଦୁହେଁ ମ୍ୟାରେଜ କରି ନ ଥିଲେ ।

“ମନୀଷା କୋଇରାଲା” : ୯୦ଦଶକର ନିଜ ସୁନ୍ଦରତା ପାଇଁ ସମସ୍ତଙ୍କ ଦିଲକୁ ଜିତିଥିବା ମନୀଷା କୋଇରାଲା ୪୧ବର୍ଷରେ ନିଜ ଠାରୁ ୭ବର୍ଷ ସାନ ଛୋଟ ସମ୍ରାଟ ଦହଲଙ୍କ ସହ ମ୍ୟାରେଜ କରିଛନ୍ତି । ଦୁହିଙ୍କ ମ୍ୟାରେଜ ଗୁପ୍ତରେ ହୋଇଥିଲେ ମଧ୍ୟ ଏମାନେ କିଛି ଦିନ ପରେ ଅଲଗା ହୋଇଥିଲେ ।

“ପ୍ରୀତି ଜିନ୍ଟା” : ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିନ୍ଟା ୪୦ବର୍ଷରେ ଆମେରିକାର ବ୍ୟବସାୟୀ ଗୁଡଇନକଙ୍କ ସହ ମ୍ୟାରେଜ କରିଥିଲେ । ପ୍ରୀତି ନିଜ ସ୍ବାମୀଙ୍କ ଠାରୁ ୧୦ବର୍ଷ ବଡ ଅଟନ୍ତି । ଦୁହେଁ ବିବାହ ପୂର୍ବରୁ ରିଲେସନରେ ଥିଲେ ।

“ଊର୍ମିଳା ମାତୋଣ୍ଡକର” : ବଲିଉଡରେ ୯୦ ଦଶକରେ ଊର୍ମିଳା ମାତୋଣ୍ଡକର ନିଜର ଅଭିନୟ ଓ ଡ୍ୟାନ୍ସ ପାଇଁ ଖୁବ ଚର୍ଚ୍ଚାରେ ରହିଥିଲେ । ବଲିଉଡର ରଙ୍ଗିଲା ଗାର୍ଲ ୪୩ବର୍ଷରେ ତାଙ୍କ ଠାରୁ ୯ ବର୍ଷ ଛୋଟ ମୋହସିନ ଅଖତିୟାରଙ୍କ ସହ ବିବାହ କରିଥିଲେ । ମୋହସିନ କାଶ୍ମୀରରେ ରୁହନ୍ତି । ସେ ଜଣେ ବ୍ୟବସାୟୀ ଓ ମଡ଼େଲର ଅଟନ୍ତି ।

“କବୀର ବେଦୀ” : କବୀର ବେଦୀଙ୍କ ମ୍ୟାରେଜ ବହୁତ ଚର୍ଚ୍ଚାରେ ରହିଥିଲା । ସେ ୭୦ ବର୍ଷରେ ତୃତୀୟ ଥର ବିବାହ କରିଥିଲେ । ସେ ତାଙ୍କର ୭୦ତମ ଜନ୍ମ ଦିବସରେ ନିଜ ବନ୍ଧୁ ପରବୀନ ଦୁସାଞ୍ଜଙ୍କ ସହ ମ୍ୟାରେଜ କରିଥିଲେ । ପରବିନ କବୀରଙ୍କ ଠାରୁ ୨୮ ବର୍ଷ ସାନ ହୋଇଥିବାରୁ ଏମାନଙ୍କ ମ୍ୟାରେଜକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।


“ସେଫ ଅଲ୍ଲୀ ଖାନ” : ସେଫ ଅଲ୍ଲୀ ଖାନ ୪୦ ବର୍ଷ ପରେ କରିନା କପୁରଙ୍କ ସହ ମ୍ୟାରେଜ କରିଥଲେ । କରିନା ବୟସରେ ୧୩ ବର୍ଷ ସେଫଙ୍କ ଠାରୁ ସାନ ଅଟନ୍ତି । ସେଫ ପ୍ରଥମେ ଅମୃତା ସିଂଙ୍କ ସହ ବିବାହ କରିଥିଲେ ଯିଏ ତାଙ୍କ ଠାରୁ ୧୨ବର୍ଷ ବଡ ଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।