ତୁଳସୀ ଗଛ ସାମ୍ନାରେ ୩ ଥର କୁହନ୍ତୁ ଏହି ଗୁପ୍ତ ମନ୍ତ୍ର, ହେବ ଏମିତି ଚମତ୍କାର ଆପଣଙ୍କ ସୋଇ ରହିଥିବା ଭାଗ୍ୟ ଖୋଲିଯିବ

ନମସ୍କାର ବନ୍ଧୁମାନେ ଆପଣ ସମସ୍ତଙ୍କୁ ଆମର ଏହି ଲେଖାରେ ସ୍ଵାଗତ । ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ପବିତ୍ର ବୋଲି କୁହା ଯାଇଅଛି । ଏହାକୁ ପୂଜା ମଧ୍ୟ କରାଯାଏ । ତୁଳସୀ ଗଛ ବିଷୟରେ ବହୁତ ଗ୍ରନ୍ଥରେ ଉଲ୍ଲେଖ କରା ଯାଇଛି ଏବଂ ଏହି କାରଣରୁ ତୁଳସୀକୁ ଔଷଧର ସଜ୍ଞା ବୋଲି କୁହାଯାଏ । ପ୍ରାୟତଃ ଲୋକମାନେ ସବୁଦିନ ତୁଳସୀ ଗଛର ଦର୍ଶନ କରି ଏହାକୁ ସେବନ କରିଥାନ୍ତି । ଏହା ଛଡା ସବୁ ପୂଜା କାର୍ଯ୍ୟରେ ମଧ୍ୟ ଏହାର ବ୍ୟବହାର କରାଯାଏ ।

କହିବାକୁ ଗଲେ ତୁଳସୀ ପତ୍ରକୁ ବହୁତ କାର୍ଯ୍ୟରେ ଲଗା ଯାଇଥାଏ । ତୁଳସୀ ପତ୍ର ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ହୋଇ ଥାଏ । ଆୟୁର୍ବେଦରେ ତୁଳସୀ ପତ୍ରର ବିଷୟରେ ବହୁତ କିଛି କୁହା ଯାଇଛି । ଯାହାକୁ ପ୍ରୟୋଗ କରି ଆମେ ବହୁତ ରୋଗରୁ ବଞ୍ଚି ପାରିବା । ଏତଦ ବ୍ୟତିତ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତୁଳସୀର ପ୍ରୟୋଗ କରି ଆମେ ନିଜର ବହୁତ ସମସ୍ୟା ଗୁଡିକ ଦୂର କରି ପାରିବା ।

ଆଜି ଆମେ ଆପଣମାନଙ୍କୁ ଏହି ଲେଖା ମାଧ୍ୟମରେ ତୁଳସୀ ସହ ଜଡିତ କିଛି ଏମିତି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ପ୍ରୟୋଗ କରିବା ଦ୍ଵାରା ନିଜ ଜୀବନରେ ସବୁ ପ୍ରକାର ସମସ୍ୟାକୁ ଏବଂ କଷ୍ଟ ଗୁଡିକରୁ ବଞ୍ଚି ପାରିବେ ।

ତୁଳସୀ ଗଛକୁ ସବୁ ଦିନ ଅବଶ୍ୟ ପାଣି ଦେବା ଉଚିତ । ଏହାର ପୂଜା ବି କରିବା ଉଚିତ । ଯେତେବେଳେ ଆପଣ ତୁଳସୀ ଗଛରେ ଜଳ ଅର୍ପଣ କରୁଛନ୍ତି ତେବେ ଏହି ମନ୍ତ୍ରର ଉଚ୍ଚାରଣ କରିବେ ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ଏହା ସହିତ ଯେତେବେଳେ ଆପଣ ତୁଳସୀ ଗଛର ପତ୍ରକୁ ତୋଳନ୍ତି ତେବେ ଏହି ମନ୍ତ୍ରର ଉଚ୍ଚାରଣ କରିବା ଉଚିତ । ତୁଳସୀ ଗଛର ପତ୍ରକୁ ଏମିତି ତୋଳିବା ଉଚିତ ନୁହେଁ ।

ପ୍ରଥମେ ଆପଣ ଏହି ମନ୍ତ୍ରକୁ ଉଚ୍ଚାରଣ କରନ୍ତୁ ।

ଓଁ ସୁଭଦ୍ରାୟ ନମ: l 

ସୁପ୍ରଭାୟ ନମ:  l 

ମାତସ୍ତୁଲସି ଗୋବିନ୍ଦ ହୃଦୟାନନ୍ଦ କାରିଣୀ

ନାରାୟଣସ୍ଯ ପୂଜାର୍ଥଂ ଚିନୋମି ତ୍ୱାଂ ନମୋସ୍ତୁତେ ||

ଯଦି ଆପଣ ଏହି ମନ୍ତ୍ରର ଉଚ୍ଚାରଣ କରୁଛନ୍ତି ଏବଂ ତାହା ପାଶ୍ଚାତ ପତ୍ରକୁ ତୋଳୁଛନ୍ତି ତେବେ ଏମିତି କୁହାଯାଏ କି ଏହା ଦ୍ଵାରା ବ୍ୟକ୍ତିର ସବୁ ଇଛା ପୂର୍ଣ୍ଣ ହୋଇଥାଏ । ଏହି ପୋଷ୍ଟଟି ଭଲ ଲାଗିଲେ ଅଧିକରୁ ଅଧିକ ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।