ଲେମ୍ବୁ ଖାଇବା ଦ୍ଵାରା ମୂଳରୁ ଭଲ ହୋଇଥାଏ ଏହି ୬ଟି ରୋଗ, ଜାଣନ୍ତୁ ଏହା କ’ଣ କ’ଣ

ଆଜି ଆମେ ଆପଣଙ୍କୁ ଲେମ୍ବୁର କିଛି ଏମିତି ଲାଭ ବିଷୟରେ କହିବୁ ଯାହା ଆପଣ ବୋଧେ ଜାଣି ନଥିବେ । ଆଜ୍ଞା ହଁ, ସେମିତି ତ ଲେମ୍ବୁର ଆକାର ଛୋଟ ହୋଇଥାଏ କିନ୍ତୁ ଲେମ୍ବୁର ଗୁଣ ଏହାକୁ ସବୁଠୁ ବଡ କରି ଦେଇଥାଏ । ଲେମ୍ବୁ ସ୍ଵାଦରେ ଖଟା ହୋଇଥାଏ ଓ ସ୍ୱାସ୍ଥ୍ୟ ପାଇଁ ଅଦ୍ଭୁତ ହୋଇଥାଏ । ଲେମ୍ବୁର ବ୍ୟବହାର ଆମେ ସାଧାରଣତଃ ଘରେ ତ କରିଥାଉ କିନ୍ତୁ ଯଦି ଆମେ ଏହାର ବ୍ୟବହାର ଔଷଧୀ ଭଳି କରିବା ତେବେ ଏହା ଆମକୁ ବହୁତ ରୋଗରୁ ଆରାମ ଦେଇଥାଏ ।

ଆପଣ ଏହି ଲୋକକଥା ତ ଶୁଣିଥିବେ କି “An apple a day keeps the doctor away”। କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କି “A lemon in a day keeps the doctor away”। ଆଜ୍ଞା ହଁ, ଆପଣ ବି ଏହା କହିବେ କାରଣ ଲେମ୍ବୁର ଫାଇଦା ହିଁ ଅନେକ । ଯଦି ଆପଣ ଏହାର ଲାଗାତାର ସେବନ କରନ୍ତି ତେବେ ଆପଣଙ୍କର ଇମ୍ୟୁନିଟି ପାୱାର ବଢିଥାଏ ଓ ଯାହା କାରଣରୁ ଆପଣ କମ ରୋଗରେ ପଡିଥାନ୍ତି ଓ ଡକ୍ଟର ପାଖକୁ ଯିବାର ଆବଶ୍ୟକତା ପଡି ନଥାଏ ଏବଂ କିଛି ରୋଗ ପାଇଁ ଏହା ରାମବାଣ ଭଳି କାମ କରିଥାଏ ।

ଆମେ ଆଜି ଏହାର ଯେଉଁସବୁ ଗୁଣ ଜଣାଇବାକୁ ଯାଉଛୁ ଏହାକୁ ଜାଣିବା ପରେ ଆପଣ ବି କହିବେ ଲେମ୍ବୁ ଅମୃତ ଠାରୁ କମ ନୁହେଁ । ତେବେ ଚାଲନ୍ତୁ ଜାଣିବା ଲେମ୍ବୁର ଫାଇଦା ବିଷୟରେ ।

ଦୁଇ ବଡ ଚାମଚ ଦହିରେ ଅଧା ଲେମ୍ବୁ ଚିପୁଡି ମିଶ୍ରଣ ତିଆରି କରନ୍ତୁ ଓ ଏହାକୁ ଚେହେରା ଓ ହାତରେ ଲଗାନ୍ତୁ । ଏମିତି କରିବା ଦ୍ଵାରା ତ୍ଵଚ୍ଚା ଗୋରା ହୋଇଥାଏ । ଯଦି ଆପଣଙ୍କ ରଙ୍ଗ କଳା ବା ଚେହେରାରେ ସନଟ୍ୟାନିଙ୍ଗ ହୋଇଛି ବା ଖରାରେ ଅଧିକ କାମ କରିବା ଦ୍ଵାରା ସ୍କିନ କଳା ପଡି ଯାଇଛି ତେବେ ଏହାକୁ ବ୍ୟବହାର କରିବା ଲାଭକାରୀ ହୋଇଥାଏ ଓ ଆପଣଙ୍କ ତ୍ଵଚ୍ଚା ଗୋରା ହୋଇଥାଏ ।

ଲେମ୍ବୁ ପତ୍ରର ଚା’ ବା କାଢା ତିଆରି କରି ପିଇଲେ ମୋତିଆବିନ୍ଦୁ ଭଲ ହୋଇଥାଏ । ଯଦି ଆପଣଙ୍କୁ ମୋତିଆ ବିନ୍ଦୁର ସମସ୍ୟା ଅଛି ତେବେ ଆପଣ ଲେମ୍ବୁ ପତ୍ରର ଚା’ ଅବଶ୍ୟ ପିଅନ୍ତୁ ।

ସକାଳେ ଖାଲି ପେଟରେ ଏକ ଗ୍ଳାସ ଉଷୁମ ପାଣିରେ ଏକ ଚାମଚ ଲେମ୍ବୁ ରସ ଓ ଦୁଇ ଚୁଟକି ଗୋଲ ମରିଚ ପାଉଡର ପକାଇ ପିଇଲେ ଯେତେ ମୋଟା ଲୋକ ହୋଇଥାଉ ମଧ୍ୟ ନିଜ ଚର୍ବିକୁ କମାଇ ପାରିଥାଏ ।

୧୦ ଗ୍ରାମ ଲେମ୍ବୁରସରେ ୨୦ ଗ୍ରାମ ପିଆଜ ରସ ଓ ୧୦ ଗ୍ରାମ ମହୁକୁ ମିଶାଇ ସେବନ କଲେ ଲିଭର ଜନିତ ରୋଗ ଭଲ ହୋଇଥାଏ । ଆପଣଙ୍କ ଲିଭର ସଫା ହୋଇଥାଏ ଓ ଯଦି ଆପଣଙ୍କୁ ଫ୍ୟାଟି ଲିଭରର ସମସ୍ୟା ଅଛି ତେବେ ଏହା ସେଥିରେ ରାମବାଣ ଭଳି କାମ କରିଥାଏ ।

ଲେମ୍ବୁ ରସରେ କିଛି ଅଦା ଓ ବିଟଲୁଣ ପକାଇ ଖାଇବାର ୧୦ ମିନିଟ ପୂର୍ବରୁ ଖାଇଲେ ଭୋକ ଲାଗିଥାଏ ।

ଲେମ୍ବୁ ରସରେ ମହୁ ମିଶାଇ ଚେହେରାରେ ଲଗାଇଲେ ଚେହେରାର ବ୍ରଣ ଭଲ ହୋଇଯାଇଥାଏ ଓ ତ୍ଵଚ୍ଚା ଚମକିବାକୁ ଲାଗିଥାଏ ।

ତେବେ ଏହା ଥିଲା ଲେମ୍ବୁରୁ ମିଳୁଥିବା ଲାଭ ବିଷୟରେ । ଆଶାକରୁଛୁ ଏହି ସବୁ ଟିପ୍ସ ଆପଣଙ୍କ କାମରେ ନିଶ୍ଚୟ ଆସିବ । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ଓ ଆହୁରି ଏହି ଭଳି ହେଲଥ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।