ତୁଳସୀ ଗଛକୁ ଛୁଇଁ ଚୁପଚାପ କହି ଦିଅନ୍ତୁ ଏହି ଦୁଇଟି ଶବ୍ଦ, ଯାହା ମାଗିବେ ତାହା ମିଳିବ

ଆମର ହିନ୍ଦୁ ଧର୍ମରେ ତୁଳସୀ ଗଛର ପୂଜା କରିବାର ବିଶେଷ ମହତ୍ଵ ଅଛି । ତୁଳସୀ ଗଛକୁ ମହାଲକ୍ଷ୍ମୀଙ୍କ ପ୍ରତୀକ ବୋଲି ବି କୁହାଯାଏ । ଯେଉଁ ଘରେ ତୁଳସୀ ଗଛକୁ ପୂଜା କରାଯାଏ ସେହି ଘରେ ଦରିଦ୍ରତା ଆସେ ନାହିଁ ଓ ଦୁର୍ଭାଗ୍ୟ ବି ଦେଖାଯାଏ ନାହିଁ । ସେହି ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ତୁଳସୀ ଗଛକୁ ପୂଜା କରିବା ଦ୍ଵାରା ମୋକ୍ଷ ପ୍ରାପ୍ତି ହୋଇଥାଏ । ଆଉ ପାପର ବିନାଶ ବି ହୋଇଥାଏ ।

କୁହାଯାଏ କି ଯେଉଁ ଘରେ ତୁଳସୀ ଗଛ ଥାଏ ସେହି ଘରେ ଦେବୀ ଓ ଦେବତା ବାସ କରନ୍ତି । ନକରାତ୍ମକ ପ୍ରଭାବ ବି ଦୂର ହୋଇଯାଏ । ଘରେ କେବଳ ସକରାତ୍ମକ ଊର୍ଜା ସଞ୍ଚୟ କରେ ।

ପୌରାଣିକ କଥା ଅନୁସାରେ ସବୁଦିନ ତୁଳସୀ ଗଛକୁ ପୂଜା କରିବା ଦ୍ଵାରା ଧନ ସମ୍ପତ୍ତି ,ବୈଭବ, ସୁଖ ଓ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଆଉ ମାତା ଲକ୍ଷ୍ମୀ ସବୁବେଳେ ପ୍ରସନ୍ନ ବି ହୋଇଥାନ୍ତି । ପୁଣି ପଦ୍ମପୁରାଣ କଥା ଅନୁସାରେ ଯେଉଁ ସ୍ଥାନରେ ତୁଳସୀ ଗଛ ଥାଏ ସେହି ସ୍ଥାନଟି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵର ଏହି ତ୍ରିଦେବତାଙ୍କ ବାସସ୍ଥଳୀ ହୋଇଥାଏ ।

ତୁଳସୀ ଗଛକୁ ପୂଜା କରିବା ଦ୍ଵାରା ମହାପାତକ ନଷ୍ଟ ହୋଇଯାଏ ଯେମିତି ସୂର୍ଯ୍ୟଙ୍କ ଉଦୟ ହେବା ଦ୍ଵାରା ଅନ୍ଧକାର ନଷ୍ଟ ହୋଇଯାଏ । ଯଦି ଆପଣଙ୍କ ଘରେ ଗ୍ରହ କ୍ଲେଶ ଅଛି କିମ୍ବା ଘରେ ସବୁବେଳେ ଦରିଦ୍ରତା ରହିଛି କିମ୍ବା ଟଙ୍କା ତ ଆସୁଛି କିନ୍ତୁ ଖର୍ଚ ହେଇଯାଉଛି ଓ ଘରେ ସବୁବେଳେ ଝଗଡା ଲାଗି ରହୁଛି । ତେବେ ଆଜି ଆମେ ଆପଣଙ୍କୁ ଏକ ଖାସ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ । ଏହି ମନ୍ତ୍ରର ଜପ ଯଦି ଆପଣ ତୁଲସୀ ଗଛର ପୂଜା କରିବା ସମୟରେ କରୁଛନ୍ତି ତେବେ ମାତ୍ର କିଛି ଦିନ ମଧ୍ୟରେ ହିଁ ଆପଣଙ୍କ ସମସ୍ତ ଦୁଖ ଦୂର ହୋଇଯିବ ଓ ଘରେ ସ୍ଥାୟୀ ରୂପରେ ମାତା ଲକ୍ଷ୍ମୀଙ୍କ  ବାସ ହେବ ।

ଏହା  ସହିତ ଘରେ ହସଖୁସିର ବାତା ବରଣ ବି ରହିବ । କେବେ ହେଲେ ଦୁଖ ଓ ଦରିଦ୍ରତାର ବସ ହେବ ନାହିଁ । ତେବେ ଆସନ୍ତୁ ଜାଣିବା ସେହି  ମନ୍ତ୍ର ବିଷୟରେ । ମନ୍ତ୍ର ଜପ କରିବା ପାଇଁ ସବୁଦିନ ପ୍ରଥମେ ନିଜର ଇଷ୍ଟ ଦେବତାଙ୍କ ପୂଜା କରନ୍ତୁ । ଏହା ପରେ ତୁଳସୀ ଗଛ ପାଖକୁ ଯାଇ ପ୍ରଣାମ କରିବେ ଓ ତୁଳସୀ ଗଛରେ ଶୁଦ୍ଧ ପାଣି ଅର୍ପଣ କରନ୍ତୁ । ଆପଣ ଚାହିଁବେ ତ ଗଙ୍ଗା ଜଳ ବି ଅର୍ପଣ କରି ପାରିବେ । ଏହା ପରେ ସିନ୍ଦୁର, ହଳଦୀ ଓ ଚନ୍ଦନ ଲଗାନ୍ତୁ ।

ଏହାକୁ ତୁଳସୀ ଗଛର ତିଳକ ରୂପେ ଲଗାଯାଏ । ଯାହାକି ସମସ୍ତଙ୍କୁ ପସନ୍ଦ ଅଟେ । ଏହା ପରେ ତୁଳସୀ ଗଛ ନିକଟରେ ଘିଅର ଦୀପ ଓ ଧୂପକାଠି  ଲଗାନ୍ତୁ । ତୁଳସୀ ଗଛ ଚାରିପଟେ ସାତ ଥର ପରିକ୍ରମା କରନ୍ତୁ । ତୁଲସୀ ଗଛ ସାମ୍ନାରେ ବସି ତୁଳସୀ ମାଳ ଦ୍ଵାରା ୧୧ ଥର ଏକ ଖାସ ମନ୍ତ୍ର ଜପ କରନ୍ତୁ ।

ମନ୍ତ୍ର –

ମହାପ୍ରସାଦ, ଜନନୀ ସର୍ବ ସୋଭାଗ୍ୟବର୍ଦ୍ଧିନୀ, ଆଧି ବ୍ୟାଧି ହରା ନିତ୍ୟମ ତୁଳସୀ ତ୍ଵମ ନମୋସ୍ତୁତେ ।

ଏହି ମନ୍ତ୍ର ଜପ କରିବା ପରେ ତୁଳସୀ ଗଛକୁ ଛୁଇଁ ନିଜର ସମସ୍ତ ମନସ୍କାମନା କହି ଦିଅନ୍ତୁ । ଏହିଭଳି କରିଲେ ଆପଣଙ୍କ ସମସ୍ତ ମନସ୍କାମନା ସିଧା ଭଗବାନଙ୍କ ପାଖରେ ପହଞ୍ଚିଯାଏ । ଯେମିତି କି ଆପଣ ମାନେ ଜାଣିଛନ୍ତି ଯେ ଭଗବାନ ବିଷ୍ଣୁ ତୁଳସୀ ଗଛକୁ ବହୁତ ପସନ୍ଦ କରନ୍ତି । ଏହା ଛଡା ଭଗବାନ ବିଷ୍ଣୁଙ୍କ ଆରାଧନା ବ୍ରହ୍ମା ବି କରନ୍ତି ଏହା ସହିତ ଭଗବାନ ଶିବ ବି ପୂଜା କରନ୍ତି । ଅର୍ଥାତ କହିବାକୁ ଗଲେ ତ୍ରିଦେବଙ୍କ କୃପା ସିଧାସଳଖ ଆପଣଙ୍କ ଉପରେ ପଡିବ । ଏହି ମନ୍ତ୍ରର ପ୍ରଭାବରେ ଭଗବାନଙ୍କୁ ଆପଣଙ୍କ ମନସ୍କାମନା ନିଶ୍ଚିତ ରୂପରେ ପୂର୍ଣ କରିବାକୁ  ପଡିବ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।