Vastu Tips- କିଛି ବି ହେଇ ଯାଉ ନା କାହିଁକି ତୁଳସୀ ଗଛ ମୂଳରେ ନିଶ୍ଚୟ ରଖନ୍ତୁ ଏହି 1 ଜିନିଷ, ନହେଲେ ଜଲ୍ଦି ହେଇଯିବେ ବର୍ବାଦ

ପ୍ରତେକ ଘରେ ନିତ୍ୟ ସକାଳେ ପୂଜା କରାଯାଏ । ଏହାର କିଛି ସମୟ ପରେ ଘରେ ଥିବା ସ୍ତ୍ରୀ ଲୋକ ମାନେ ତୁଲସୀ ଚଉରା ମୂଳେ ଯାଇ ପୂଜା କରନ୍ତି । ତେବେ ଯଦି ଆପଣ ଏହା ନିଜ ଘରେ ଦେଖିଥିବେ ତେବେ ଆପଣ ଏହା ମଧ୍ୟ ଦେଖି ଥିବେ କି କିଭଳି ଏହାର ପୂଜା କରାଯାଏ । ତେବେ ଆମେ ଆପଣଙ୍କୁ କହିବାକୁ ଚାହିଁବୁ କି ତୁଲସୀ ଗଛ କେବଳ ଏମିତି ପୂଜା କରାଯାଏନି ଏହାକୁ ପୂଜା କରିବା ପାଇଁ ଆପଣ ପ୍ରଥମେ ନିଜେ ସ୍ଵଚ୍ଛ ହେବ ଦରକାର ।

ଏହା ସହ ଯେଉଁ ଘରେ ତୁଲସୀ ଗଛ ଅଛି ସେଠାରେ ଆପଣ ଯଦି ଏକ ଶାଳଗ୍ରାମ ସ୍ଥାପନା କରିବେ ତାହା ଶୁଭ ଅଟେ । ଶାଳଗ୍ରାମ ହେଉଛି ଏକ ପଥର ଯାହା ଦେଖିବାକୁ କଳା ଓ ଏହାକୁ ଭଗବାନ ବିଷ୍ଣୁ ଙ୍କର ସ୍ୱରୂପ ବୋଲି କୁହାଯାଏ ।

ଏହି ପଥର ନେପାଲ ରେ ଅଧିକ ମାତ୍ରାରେ ମିଳି ଥାଏ । ଏହି ପଥର ନେପାଲ ରେ ଥିବା ଗଣ୍ଡ ନଦୀରେ ମିଳି ଥାଏ । ଏହାକୁ ପୂଜା କରିବା ଦ୍ଵାରା ଭଗବାନଙ୍କର ମୂର୍ତି ପୂଜା କରିବା ଠାରୁ ଅଧିକ ପୁନ୍ୟ ଅର୍ଜନ କରି ଥାଏ ପ୍ରାଣୀ । ଆପଣ ଯଦି ଏହି ପଥର କୁ ତୁଲସୀ ଗଛର ମୂଳରେ ରଖୀ ପୂଜା କରିବେ ତେବେ ଆପଣଙ୍କ ଘରେ ଭଗବାନ ବିଷ୍ଣୁଙ୍କ ସହ ମା ଲକ୍ଷ୍ମୀ ଙ୍କର ମଧ୍ୟ ଆଗମନ ହେବ । ଯଦି ଆପଣ ଘରେ ସାଳଗ୍ରାମ ରଖିଛନ୍ତି ଏହାକୁ କେବଳ ଗୋଟିଏ ମାତ୍ର ରଖିବେ

ଏକ ରୁ ଅଧିକ ଶାଳଗ୍ରାମ ରକ୍ଷା ଯାଏନି ବୋଲି କୁହା ଯାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ  ଏହାର ମାନ୍ୟତା ଅନେକ ଅଛି । ଏହାକୁ ପୂଜା କରିବା ଦ୍ଵାରା ଆପଣ ନିଜ ଘରେ କେବଳ ଧନ ର ବୃଦ୍ଧି ଅନୁଭବ କରିବେ ତାହା ନୁହେଁ । ଏହା ସହ ଆପଣ ନିଜ ଘରେ ଥିବା ନକାରାତ୍ମକ ଶକ୍ତିକୁ ମଧ୍ୟ ଦୂରେଇ ଦେଇ ଥାଏ । ଏହା ସହ ଆପଣନଙ୍କର ପରିବାର ଲୋକମାନେ କେବେବି ଦୁଃଖ କଷ୍ଟ ଭୋଗ କରିବା ଠାରୁ ଅନେକ ଦୂରରେ ରହିବେ ।

ଯଦି ଆପଣ କିଛି କରିବାକୁ ଚାହିଁବେ ତେବେ ଏହା ଆପଣଙ୍କର ସବୁ କାମ  ବିଘ୍ନ ନକରେଇକି ସଫଳ ହେବ । ଯେଉଁ ବ୍ୟକ୍ତି ଏହାକୁ  ନିଜ ପାଖରେ ରଖି ନିତ୍ୟ ପୂଜା କରେ ସେ ତୀର୍ଥ ବୁଲିବାର ପୁନ୍ୟ କମେଇ ଥାଏ । ଯେଉଁ ମାନେ ବୃଦ୍ଧ କାଳରେ ଶାଳଗ୍ରାମକୁ ଧୋଇକି ଏହାର ପାଣି ପିଅନ୍ତି ସେମାନେ ନିଜର ପ୍ରତେକ ପାପ ରୁ ମୁକ୍ତି ପାଇ ଥାଏ । ଶାସ୍ତ୍ର ଅନୁସାରେ ମୃତ୍ୟୁ ପରେ ଏହି ଲୋକ ବିଷ୍ଣୁ ଲୋକରେ ନିଜର ଜାଗା ପାଇ ଯାଇ ଥାଏ ।

ଯେଉଁ ଘରେ ଏହାର ପୂଜା କରାଯାଏ ସେଠାରେ ବାସ୍ତୁ ଦୋଷ ଦେଖାଯାଏନି ।ଯେଉଁ ଘରେ ଶାଳଗ୍ରାମର ପୂଜା କରଜାଏ ସେଠାରେ ପ୍ରତେକ ବ୍ୟକ୍ତି ଖୁସିରେ ରୁହନ୍ତି । ଶାଳଗ୍ରାମକୁ ପ୍ରତେକ ଦିନ ପଞ୍ଚାମୃତ ରେ ଧୋଇ ଦେବେ ଓ ତାହାକୁ ଏହା ପରେ ଗଙ୍ଗା ଜଳରେ ଧୋଇ ଏହା ଉପରେ ଚନ୍ଦନ ଲଗେଇବେ । ଏହା ପରେ ଏହା ଉପରେ ତୁଲସୀ ପତ୍ର ଦେଇ କିଛି ଫୁଲ ଦେଇ ଏହାକୁ ପୂଜା କରିବେ । ତେବେ ଏହି ସୂଚନା ଭଲ ଲାଗିଲେ ପେଜକୁ ଏକ ଲାଇକ କରିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।