ତୁଳା ରାଶି (Libra) ମାସିକ ରାଶିଫଳ April 2022, ଦେଖନ୍ତୁ ଆପଣଙ୍କ ପାଇଁ ଏପ୍ରିଲ ମାସଟି କିପରି ରହିବ ? ଆସିବ କେଉଁ ସବୁ ବଡ ପରିବର୍ତ୍ତନ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଚଳନ ଓ ସ୍ଥିତି ପ୍ରତ୍ଯେକ ବ୍ୟକ୍ତିଙ୍କ ଜୀବନରେ ଖୁବ ପ୍ରଭାବ ପକାଇଥାଏ । ସେଥିପାଇଁ କେବେ କାହାକୁ ଭଲ ପରିଣାମ ପ୍ରାପ୍ତ ହୋଇଥାଏ ତ ଆଉ କେବେ ଯେତେ ପରିଶ୍ରମ କଲେ ମଧ୍ୟ ବିଫଳତାର ସାମ୍ନା କରିବାକୁ ପଡିଥାଏ । ଏପ୍ରିଲ ମାସରେ କିଛି ଗ୍ରହମାନେ ସ୍ଥିତି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ତେବେ ଗ୍ରହ ମାନଙ୍କର ଏହି ସ୍ଥିତି ପରିବର୍ତ୍ତନର ପରିଣାମ ତୁଳା ରାଶି ଉପରେ କଣ ପ୍ରଭାବ ପକାଇବା ଓ ତାଙ୍କ ମାସଟି କିପରି ବିତିବ ଚାଲନ୍ତୁ ଜାଣିବା ।

ତୁଳା ରାଶିର ବ୍ୟକ୍ତିବିଶେଷ ପରିଶ୍ରମୀ ହେବା ସହ ପରୋପକାରୀ, ଭ୍ରମଣପ୍ରିୟ ଓ ଜୀବନକୁ ଉପଭୋଗ କରିବାକୁ ସର୍ବଦା ଚେଷ୍ଟା କରନ୍ତି । ଏମାନେ ନିଜ ସ୍ଵାର୍ଥକୁ ପଛରେ ରଖି ସବୁବେଳେ ଅନ୍ୟମାନଙ୍କ କଥା ଆଗ ଚିନ୍ତା କରନ୍ତି । ଏମାନେ ଯାହା ବି କରନ୍ତି ଆଗପଛ ଭାବିଚିନ୍ତି କରନ୍ତି । ବେଳେ ବେଳେ ଅଧିକ ଚିନ୍ତା କରିବା ହେତୁ ମନରେ ଦ୍ଵନ୍ଦ ଆସିଥାଏ, ତେଣୁ ଭୁଲ ନିଷ୍ପତ୍ତି ମଧ୍ୟ ନେଇଯାନ୍ତି । ଏହି ରାଶିର ବ୍ୟକ୍ତିମାନେ ଖାଦ୍ୟପ୍ରିୟ, ବିଭିନ୍ନ ସ୍ଥାନକୁ ଭ୍ରମଣ କରିବା, ଭଲ ଭଲ ଜିନିଷ କିଣିବା ଆଦି ଅଧିକ ପସନ୍ଦ କରନ୍ତି ।

ଏମାନେ ସ୍ବାଭିମାନୀ ହୋଇଥାନ୍ତି ଓ ଅନ୍ୟର କଥାରେ ମୁଣ୍ଡ ପୁରାଇବାକୁ ବିଶେଷ ଭଲ ପାଆନ୍ତି ନାହିଁ । ତୁଳା ରାଶିର ଶୁଭ ଦେବତା ହେଉଛନ୍ତି ମହାରାଜ କୁବେର ଦେବ ଓ ଶୁଭ ରଙ୍ଗ ହେଉଛି ଧଳା । ତେଣୁ ଯେକୌଣସି କାର୍ଯ୍ୟରେ ଏହି ରଙ୍ଗର ପୋଷାକ ପିନ୍ଧିଲେ ବା ବସ୍ତୁ ବ୍ୟବହାର କଲେ ଆପଣ ନିଶ୍ଚୟ ଲାଭବାନ ହେବେ ।

ମା ସନ୍ତୋଷୀ ଆପଣଙ୍କ ରାଶିର ଶୁଭ ଦେବୀ ଓ ଆପଣଙ୍କ ଶୁଭ ବାର ହେଉଛି ଶୁକ୍ରବାର । ଏହିଦିନ ବ୍ରତ ଉପାସ କରି ଯାହାବି ମାନସିକ କରିବେ ତାହା ନିଶ୍ଚିତ ଭାବେ ଫଳପ୍ରଦ ହେବ । ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏପ୍ରିଲ ମାସଟି ନିହାତି ଭାବେ ଶୁଭ ଫଳପ୍ରଦ ହେବାକୁ ଯାଉଛି । କ୍ଯାରିୟର ଓ ଆର୍ଥିକ ଦୃଷ୍ଟିରୁ ଏହି ମାସଟି ନିଶ୍ଚିତ ଫଳପ୍ରଦ ହେବ । ଆପଣ ଯେଉଁ କାର୍ଯ୍ୟରେ ମଧ୍ୟ ହାତ ଦେବେ ସେଥିରେ ସଫଳତା ପାଇବେ ।

ଯେଉଁମାନେ ଅନେକ ଦିନରୁ ଚାକିରି ସନ୍ଧାନରେ ରହିଛନ୍ତି ସେମାନେ ଭଲ ଚାକିରିଟିଏ ପାଇବେ ଓ ଚାକିରି କରୁଥିବା ଲୋକଙ୍କ ପଦୋନ୍ନତି ହେବ । ଏହି ସମୟରେ ଆପଣ ଉଚ୍ଚ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ଲାଭ କରିବେ ଓ ଆର୍ଥିକ ସୁବିଧା ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ । ବେପାର ବାଣିଜ୍ୟ କରୁଥିବା ଲୋକଙ୍କ ଭାଗ୍ୟ ମଧ୍ୟ ଏହି ସମୟରେ ଚମକି ଉଠିବ ।

ପ୍ରଚୁର ଧନଲାଭ ହେବା ସହ ବ୍ୟବସାୟରେ ବୃଦ୍ଧି ହେବ । ପରିବାରରେ ବାତାବରଣ ବେଶ ସୁଖଦାୟକ ରହିବ ଓ ଦାମ୍ପତ୍ୟ ଜୀବନ ମଧ୍ୟ ମଧୁମୟ ହେବ । କିନ୍ତୁ ଆପଣ ଯେକୌଣସି କାର୍ଯ୍ୟ କରନ୍ତି ଟିକେ ଭାବିଚିନ୍ତି କରନ୍ତୁ ଓ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ । କୌଣସି ସମସ୍ଯା ଦେଖା ଦେଉଥିଲେ ପ୍ରତିକାର ପାଇଁ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରି ତୁଳସୀ ଜଳ ଅର୍ପଣ କରନ୍ତୁ ଓ ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ ।

ଏହାସହ ପ୍ରତ୍ଯେକ ଦିନ ସନ୍ଧ୍ୟା ସମୟରେ ନିଶ୍ଚିତ ଭାବେ ହନୁମାନ ଚାଳିଶା ପାଠ କରନ୍ତୁ ଦେଖିବେ ମାସଟି ଏକଦମ ଶୁଭ ଫଳଦାୟକ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।