Odia Dhaga Dhamali: ତାହା କଣ ଯାହା ମେ ରେ ଅଛି କିନ୍ତୁ ଡିସେମ୍ବରରେ ନାହିଁ, ନିଆଁରେ ଅଛି କିନ୍ତୁ ପାଣିରେ ନାହିଁ ?

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ତାହା କେଉଁ ଜିନିଷ ଯାହା ପାଣିରେ ମଧ୍ୟ ଓଦା ହୁଏ ନାହିଁ ?

ଉ: ଛାଇ

୨- ସବୁ କିଛି ଲେଖା ହୋଇଛି କିନ୍ତୁ କେହିବି ପଢି ପାରୁ ନାହାନ୍ତି । ତାହା କଣ ?

ଉ: ଭାଗ୍ୟ

୩- ସେ କିଏ ଯିଏ ନିଦରେ ମଧ୍ୟ ଛିଡା ହୋଇଥାଏ ?

ଉ: ଘୋଡା

୪- ତାହା କଣ ଯାହା ଆପଣ କେଉଁଠି ନା କେଉଁଠି ଛାଡି ଦେଇଥାନ୍ତି । ତଥାପି ତାହା ଆପଣଙ୍କ ପାଖରେ ଥାଏ ?

ଉ: ଟିପ ଚିହ୍ନ

୫- ଆ ହାତରୁ ତା ହାତ ହୁଏ ସେ ବହୁତ, ଯା ହାତରେ ରହିଲା ସେ ମଜବୁତ । ଏହାର ଉତ୍ତର କଣ ?

ଉ: ଟଙ୍କା

୬- ତାହା କଣ ଯାହା ପରିଷ୍କାର ଥିଲେ କଳା ଓ ଅପରିଷ୍କାର ଥିଲେ ଧଳା ଦେଖାଯାଏ ?

ଉ: କଳାପଟା

୭- ତାହା କଣ ଯାହା ଅନ୍ୟକୁ ଦେଇଥିଲେ ମଧ୍ୟ ନିଜକୁ ରଖିବାକୁ ପଡେ ?

ଉ: ବଚନ

୮- ମୁଁ ସମସ୍ତଙ୍କ ଠାରେ ଅଛି କିନ୍ତୁ ମୋତେ କେହିବି ପସନ୍ଦ କରନ୍ତି ନା ହିଁ । ମୁଁ କିଏ ?

ଉ: ଡର

୯- ପାଣିରୁ ଜନମ ପାଣି ଛୁଏଁନି, ଛୁଇଁ ଦେଲେ ପାଣି ମୁଁ ରୁହେନି ?

ଉ: ଲୁଣ

୧୦- ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚିଯାଏ, ପାଣି ପିଇବାକୁ ଦେଲେ ମରିଯାଏ ?

ଉ: ନିଆଁ

୧୧- ଗୋଟିଏ ଗଛର ଫଳର ଦୁଇଟି ନାମ । କଞ୍ଚା ଥିଲେ ଗୋଟିଏ ନାମ ଏବଂ ପାଚିଲେ ଆଉ ଗୋଟିଏ ନାମ ?

ଉ: ନଡିଆ/ ପଇଡ

୧୨- ଖାଇଲେ ଫଳ, ଡାକିଲେ ଝିଅ, ଆଙ୍କିଲେ ରଙ୍ଗ । ମୁଁ କିଏ ?

ଉ: କମଳା

୧୩- ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ, ଲାଙ୍କ୍ଜ ଅଛି କିନ୍ତୁ ପଶୁ ନୁହେଁ, ଲାଞ୍ଜ ଧରି ତାର ଖେଳନ୍ତି ସମସ୍ତେ ତଥାପି କାନ୍ଦେନି କୁହ ସେ କିଏ ?

ଉ: ବେଲୁନ

୧୪- ପଥର ହେଲେ ବି ମୁଁ ପାଣି ?

ଉ: ବରଫ/ କୁଆ ପଥର

୧୫- ତାହା କଣ ଯାହା ମେ ଆରଆର ଅଛି କିନ୍ତୁ ଡିସେମ୍ବରରେ ନାହିଁ, ନିଆଁରେ ଅଛି କିନ୍ତୁ ପାଣିରେ ନାହିଁ ?

ଉ: ଗରମ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।