ହାର୍ଟ ଆଟାକ୍ ଆସିବା ପୂର୍ବରୁ ଆମ ଶରୀର ଦେଇଥାଏ ଏହି ସବୁ ସଙ୍କେତ, ଏହି ଭଳି ଲକ୍ଷଣ ଦେଖା ଦେଉଥିଲେ ହେଇଯାନ୍ତୁ ସାବଧାନ !

ହୃଦଘାତ ହେବାର ଅନେକ ଦିନ ବା ମାସ ପୂର୍ବରୁ ଆମ ଶରୀର ମଧ୍ୟରେ କିଛି ଠିକ ନାହିଁ ବୋଲି ଆମ ହାର୍ଟ ଆମକୁ ସଙ୍କେତ ଦେଇଥାଏ । କିନ୍ତୁ ଜ୍ଞାନର ଅଭାବରୁ ଆମେ ସେସବୁ ବିଷୟ ପ୍ରତି ଧ୍ୟାନ ଦେଇ ନଥାଉ । କିନ୍ତୁ ଆମ ଶରୀର ଦେଉଥିବା ସେହି ସଙ୍କେତ ସବୁକୁ ଅଣଦେଖା କରିବା ହେତୁ ଆମକୁ ପରେ ଏହାର ପରିଣାମ ଭୋଗିବାକୁ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ ହୃଦଘାତ ହେବା ପୂର୍ବରୁ କେଉଁ ସବୁ ସଙ୍କେତ ଦେଇଥାଏ ତାହା ଆପଣଙ୍କୁ ଜଣାଇବୁ ।

ହୃଦଘାତ ଅଚାନକ ହୋଇଥାଏ, କିନ୍ତୁ ଅନେକ ଦିନ ଆଗରୁ ଆମ ଶରୀରରେ ଏହାର ଲକ୍ଷଣ ଦେଖା ଦେଇଥାଏ । ଯାହା ଆମ ଦୈନଦିନ ଜୀବନରେ ପ୍ରତିବନ୍ଧକ ସାଜିଥାନ୍ତି । ମେଡିକାଲ ଭାଷାରେ ହୃଦଘାତ ବ ହାର୍ଟ ଆଟାକ୍ କୁ ମାୟୋ କାର୍ଡିଆଲ ଇନଫ୍ରାକ୍ସନ ବୋଲି କୁହାଯାଏ । ଚାଲିବା ଏବଂ କାର୍ଯ୍ୟ କରିବା ସମୟରେ ଛାତି ଭାରି ହେବା ଭଳି ଲାଗିବା ଏବଂ କାର୍ଯ୍ୟ କରିବା ବନ୍ଦ କରିଦେଲେ ତାହା ଠିକ ହୋଇଯିବା, ହୃଦରୋଗର ଏକ ସାମାନ୍ଯ ଲକ୍ଷଣ ଅଟେ । ଏହାକୁ ଏଞ୍ଜାଇନା ପେଲ୍ ବୋଲି କୁହାଯାଏ ।

ଅନେକ ସମୟରେ ନିଃଶ୍ଵାସ ଫୁଲିଯିବା ପରି ଲାଗେ । ଆପଣ ଧ୍ୟାନ ଦେବା ଉଚିତ ଯେ ଆପଣ ପୂର୍ବରୁ ଯେତେ ବାଟ ଚାଲି ପାରୁଥିଲେ ଏବଂ ସିଡି ଚଢୁଥିଲେ । କିନ୍ତୁ ଏବେ ଦୁଇ ପାଦ ଚାଲିଲେ ଓ ଗୋଟିଏ ମହଲାରୁ ଓହ୍ଲାଇଲେ ମଧ୍ୟ ଆପଣଙ୍କ ନିଃଶ୍ଵାସ ଫୁଲିବାରେ ଲାଗୁଛି ।

ଯଦି ଆପଣଙ୍କର ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ଯା ନାହିଁ ଏବଂ ଏପରି ବହୁତ ଲମ୍ବା ସମୟ ଧରି ଆପଣଙ୍କ ସହ ହେଉଛି ତେବେ ଆପଣଙ୍କୁ ଏହି ସମସ୍ୟାକୁ ଅଣଦେଖା କରିବା ଉଚିତ ନୁହେଁ । ଅନେକ ସମୟରେ ଲାଗିଥାଏ କି ଖାଇବା ପରେ ଗଳାରେ କିଛି ଜ୍ଵଳନ ହେଉଛି । ଯେତେବେଳେ ବି ଖାଉଛନ୍ତି ଆପଣଙ୍କୁ ଯଦି ଏଭଳି ଅନୁଭବ ହେଉଛି ତେବେ ଏହା ମଧ୍ୟ ହୃଦଘାତ ହେବାର ଏକ ଲକ୍ଷଣ ଅଟେ । ତେବେ ଜରୁରୀ ନୁହେଁ କି ଏହା ସମସ୍ତଙ୍କ ସହ ହୁଏ ଓ ଏହା ହୃଦଘାତର କାରଣ ବୋଲି ।

କିନ୍ତୁ ଏହା ହୃଦଘାତର ଲକ୍ଷଣ ମଧ୍ୟ ହୋଇଥାଇ ପାରେ । ଖାଇବା ପରେ ଆପଣ ଯେତେବେଳେ ଚାଲିବାକୁ ଲାଗନ୍ତି ଓ ଆପଣଙ୍କ ଛାତିରେ ତେଜ ଯନ୍ତ୍ରଣା ସହିତ ଦରଜ ଲାଗିବା ଓ ରୋକିଗଲେ ଏହି ଯନ୍ତ୍ରଣା ଭଲ ହୋଇଯିବା ମଧ୍ୟ ହୃଦଘାତର ଲକ୍ଷଣ ଅଟେ ।

ଏହାସହ ମୁଣ୍ଡ ବୁଲାଇବା, ବାନ୍ତି ହେବା କିମ୍ବା ଏହିପରି ଅନୁଭବ ହେବା ମଧ୍ୟ ହୃଦରୋଗର ଲକ୍ଷଣ ହୋଇପାରେ । ତେବେ ହୃଦଘାତରେ ଦେଖା ଯାଉଥିବା ଲକ୍ଷଣ ଗୁଡିକ ଅନ୍ୟ କିଛି ରୋଗରେ ମଧ୍ୟ ଦେଖା ଦେଇଥାଏ, ତେଣୁ ପ୍ରଥମେ ସେହି ଲକ୍ଷଣ ଗୁଡିକର ଯାଞ୍ଚ କରନ୍ତୁ ବା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଓ ତା’ପରେ ଯାଇ କୌଣସି ଚୂଡାନ୍ତରେ ଉପନୀତ ହୁଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।