ତୁ ଦେହ ବିକ୍ ଆମକୁ ଟଙ୍କା ଦରକାର ! Archana Nag ଙ୍କ ଦେହ କାରବାରର ମାଷ୍ଟର ମାଇଣ୍ଡ ଥିଲେ ସ୍ଵାମୀ Jagabandhu Chand…

ଗରିବଙ୍କ ସାହାଯ୍ୟ ପାଇଁ ଯେଉଁ ପକେଟରୁ ଟଙ୍କାଟିଏ ବି ବାହାରେନି ସେଇ ପକେଟରୁ ଦେହ ପାଇଁ କିନ୍ତୁ କୋଟି କୋଟି ଟଙ୍କା ବାହାରେ । ଗରିବ ପେଟରେ ମୁଠେ ଦାନା ଦେବା ପାଇଁ ପକେଟରୁ ଟଙ୍କାଟିଏ ବାହାରିବା କଷ୍ଟ ହେଲେ ସୁନ୍ଦରୀଙ୍କ ଦେହସୁଖ ନେବା ପାଇଁ କୋଟି କୋଟି ଟଙ୍କା ଉଡିଯାଏ । ଆଉ ସେହି ଟଙ୍କା ପାଇଁ ତ ଏଠି ଜଣେ ସ୍ଵାମୀ ତା’ ସ୍ତ୍ରୀକୁ ଦେହ ବିକିବା ପାଇଁ କହିଛି । ଆମର ଟଙ୍କା ଦରକାର ଆଉ ତୁ ଦେହ ବିକିଲେ ଆମେ ବିଶାଳ ସାମ୍ରାଜ୍ୟ ଗଢିବା ।

ରାଜଧାନୀରେ ପ୍ରବଳ ଟଙ୍କା ରହିଛି ସେସବୁକୁ ଖାଲି ଧରିପାରିଲେ ହେଲା । ବଡ ବଡ ନେତା, ବିଲଡର ଓ ବିଜନେସମ୍ୟାନଙ୍କ ପାଖେ ଅଚଳାଚଳ ସମ୍ପତ୍ତି ରହିଛି । ଏମାନଙ୍କ ଠାରୁ କୋଟି କୋଟି ଟଙ୍କା ହାତେଇବା ଦରକାର । ସେଥିପାଇଁ ତୁମେ ତୁମ ଦେହକୁ ଖାଲି ଟିକେ କମ୍ପ୍ରମାଇଜ କରିଲେ ହେଲା । ସ୍ଵାମୀର ଏଭଳି ସମର୍ଥନ ପାଇ ୨୭ ବର୍ଷୀୟ ସ୍ତ୍ରୀ ଅର୍ଚ୍ଚନା ନାଗ ଦେହ ବିକୁଥିଲେ । ଏଥିପାଇଁ ଅର୍ଚ୍ଚନା ସହ ସବୁ ପ୍ଲାନିଂ କରୁଥିଲେ ସ୍ଵାମୀ ଜଗବନ୍ଧୁ ଚାନ୍ଦ ।

ଆଉ ସେହି ଦେହବିକା ଟଙ୍କାରେ ଗଢି ତୋଳିଥିଲେ ବିଶାଳ ଅଟ୍ଟାଳିକା । ଆଉ ତା’ ଭିତରେ ଖଞ୍ଜିଥିଲେ ଭଳିକି ଭଳି ଦାମୀ ଆସବାବପତ୍ର । ଦେହ ପାଇଁ ଯେତେ ଟଙ୍କା ଆଉ କେଉଁଥିରେ ତାହା ନାହିଁ । କଳାହାଣ୍ଡିରୁ ଆସି ରାଜଧାନୀରେ ନିଜ ପାପ ସାମ୍ରାଜ୍ୟ ଗଢିଥିବା ଅର୍ଚ୍ଚନା ଓ ତାଙ୍କ ସ୍ଵାମୀ ଜଗବନ୍ଧୁ ବେଶ ଭଲଭାବେ ବୁଝି ସାରିଥିଲେ ।

ଦେହର ସୁଖ ପାଇଁ ଲୋକେ କୋଟି କୋଟି ଟଙ୍କା ଦିଅନ୍ତି । ବଡବଡିଆଙ୍କୁ ମିଠା ମିଠା କଥାରେ ଫସେଇ ତାଙ୍କ ଦେହର ଭୋକ ମେଣ୍ଟାଉଥିଲେ ଅର୍ଚ୍ଚନା । ଆଉ ତା’ପରେ ଆରମ୍ଭ ହୋଇ ଯାଉଥିଲା ଟଙ୍କା ଆଦାୟ । କାରଣ ଶାରୀରିକ ସମ୍ପର୍କ ରଖିବା ସମୟର ସବୁ ରଙ୍ଗୀନ ଦୃଶ୍ୟକୁ ନିଜ ସିକ୍ରେଟ କ୍ୟାମେରାରେ କଏଦ କରି ନେଉଥିଲେ ଅର୍ଚ୍ଚନା । ଏହାପରେ ସକାଳ ହେଲେ ବ୍ଲାକମେଲ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ନେଉଥିଲେ ଅର୍ଚ୍ଚନା ଆଉ ତାଙ୍କ ସ୍ଵାମୀ ।

ଅନେକ ନେତା, ବ୍ୟବସାୟୀ ଓ ବିଲଡରମାନେ ଅର୍ଚ୍ଚନାଙ୍କ ଏହି ହନିଟ୍ରାପର ଶିକାର ହୋଇଛନ୍ତି । ପୋଲିସକୁ ମିଳିଥିବା ପେନଡ୍ରାଇଭରେ ରହିଛି ୩୦ରୁ ଅଧିକ ବଡବଡିଆଙ୍କ ଅଶ୍ଳୀଳ ଭିଡିଓ । ଅର୍ଚ୍ଚନାଙ୍କୁ ତାଙ୍କ ସ୍ଵାମୀ ଏଥିରେ ଫୁଲ୍ ସାଥ୍ ଦେଉଥିଲେ ବୋଲି ସ୍ପଷ୍ଟ ହୋଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।