କେବଳ ଏଥିପାଇଁ 18 ନଂ ଜର୍ସି ପିନ୍ଧି ଖେଳନ୍ତି Virat Kohli ! ଷ୍ଟାର କ୍ରିକେଟରଙ୍କ ଜର୍ସି ନଂ ପଛର କାହାଣୀ ଜାଣିଲେ ଆପଣ ବି ତାଜୁବ ହୋଇଯିବେ

ଆଜି ଆମେ ଜାଣିବା ତାରକା କ୍ରିକେଟରଙ୍କ ଜର୍ସି ନମ୍ବର ପଛର କାହାଣୀ । ତିନିଥର ନମ୍ବର ବଦଳାଇଥିଲେ କ୍ରିକେଟ ଗଡ୍ ସଚିନ ତେନ୍ଦୁଲକର । ଘରୋଇ କଳି ଯୋଗୁଁ ସେହୱାଗ ପିନ୍ଧୁଥିଲେ ବ୍ଳାଙ୍କ ଜର୍ସି । କ୍ରିକେଟ ଖେଳ ଆଜିକା ସମୟରେ ଏକ ନିଶା ପାଲଟି ଯାଇଛି । ଭାରତ ଏକ କ୍ରିକେଟ ପ୍ରିୟ ଦେଶ ହୋଇଥିବା ବେଳେ ଟିମ ଇଣ୍ଡିଆର ସବୁ ଖେଳାଳି ମଧ୍ୟ ସେଲିବ୍ରିଟି । ଷ୍ଟାର ଖେଳାଳିଙ୍କ କ୍ରେଜ ଏତେ ଯେ ସେମାନଙ୍କ ଜୀବନର ଛୋଟ ଛୋଟ କଥା ଉପରେ ବି ସାରା ଦେଶର ନଜର ଥାଏ ।

ଖେଳାଳି ବ୍ୟବହାର କରୁଥିବା ଗୋଟି ଗୋଟି ଜିନିଷ ପସନ୍ଦ ଓ ନାପସନ୍ଦ ସବୁ ଲୋକଙ୍କ ନଜରରେ ରହିଥାଏ । ପ୍ରତ୍ଯେକ ଖେଳାଳିଙ୍କର ସ୍ଵତନ୍ତ୍ର ଜର୍ସି ନମ୍ବର ରହିଛି । ଆପଣ କଣ ଜାଣିଛନ୍ତି କି ଖେଳାଳିଙ୍କୁ କେମିତି ମିଳେ ଏହି ଜର୍ସି ନମ୍ବର ? ଅର୍ଥାତ କିଏ ଓ କେମିତି ଏହି ଜର୍ସି ନମ୍ବର ଖେଳାଳିଙ୍କୁ ଦେଇଥାନ୍ତି ? ଆପଣଙ୍କୁ କହିରଖୁଛୁ ଯେ, ଖେଳାଳି ନିଜେ ନିଜେ ହିଁ ତାଙ୍କ ଜର୍ସି ନମ୍ବର ଚୟନ କରନ୍ତି । କିନ୍ତୁ ଏହା ପଛରେ ସେମାନଙ୍କ ଜୀବନର ଅଭୁଲା କାହାଣୀ ମଧ୍ୟ ରହିଥାଏ । ଆସନ୍ତୁ ଜାଣିବା ସେ କାହାଣୀ ସବୁ କଣ ।

ବିରେନ୍ଦ୍ର ସେହୱାଗ ଇଣ୍ଡିଆନ ଟିମରେ ଡେବ୍ୟୁ କରିବା ପରେ ପ୍ରଥମେ ୪୪ ନଂର ଜର୍ସି ପିନ୍ଧୁଥିଲେ । କିନ୍ତୁ ଏହି ନଂ ତାଙ୍କ ମାଆ ଓ ସ୍ତ୍ରୀଙ୍କୁ ପସନ୍ଦ ଆସି ନଥିଲା । ତେଣୁ ମା’ଙ୍କ ପସନ୍ଦ ଅନୁଯାୟୀ ସେ ୪୬ ନଂ ଜର୍ସି ପିନ୍ଧି କିଛିଦିନ ଖେଳିଥିଲେ । ଏଥିରେ କିନ୍ତୁ ତାଙ୍କ ସ୍ତ୍ରୀ ଆରତୀ ଖୁସି ନଥିଲେ । ତେଣୁ ମା’ ଓ ସ୍ତ୍ରୀଙ୍କ ଦ୍ଵନ୍ଦରୁ ବଞ୍ଚିବା ପାଇଁ ଏହାପରେ ସେହୱାଗ ବିନା ନଂ ବାଲା ଜର୍ସି ପିନ୍ଧିଥିଲେ ।

ସେହିପରି ବିରାଟ କୋହଲିଙ୍କ ୧୮ ନଂ ଜର୍ସି ପଛରେ ରହିଛି ତାଙ୍କ ବାପାଙ୍କ ସ୍ମୃତି । ବିରାଟ କୋହଲି ତାଙ୍କ ବାପାଙ୍କୁ ଖୁବ ଭଲ ପାଉଥିଲେ । ବାପା ତାଙ୍କ ରୋଲ ମଡେଲ ବୋଲି ବିରାଟ ଏକ ଇଣ୍ଟରଭ୍ୟୁରେ ମଧ୍ୟ କହିଥିଲେ । ବିରାଟଙ୍କ ବାପା ପ୍ରେମ କୋହଲିଙ୍କ ଦେହାନ୍ତ ଡିସେମ୍ବର ୧୮ ତାରିଖରେ ହୋଇଥିଲା । ତେଣୁ ବାପାଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ କୋହଲି ୧୮ ନଂ ଜର୍ସି ପିନ୍ଧନ୍ତି । ଏହି ଜର୍ସି ପିନ୍ଧିଲେ ତାଙ୍କ ବାପା ପାଖରେ ଥିବା ଅନୁଭବ ହେଉଥିବା କୁହନ୍ତି କୋହଲି ।

କ୍ରିକେଟ ଗଡ୍ ସଚିନ ୧୦ ନଂ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଉଥିବା ଆପଣ ଦେଖିଥିବେ । ହେଲେ ସଚିନ ପ୍ରଥମେ ୯୯ ନଂର ଜର୍ସି ପିନ୍ଧୁଥିଲେ । ୧୯୯୯ ୱାର୍ଲ୍ଡକପ୍ ସମୟରେ ମଧ୍ୟ ସଚିନ ଏହି ନଂର ଜର୍ସି ପିନ୍ଧି ଖେଳୁଥିବା ନଜର ଆସିଥିଲେ । କିନ୍ତୁ ଆହତ ସମସ୍ଯା ପାଇଁ ସେ କିଛିଦିନ ଖେଳରୁ ବିଶ୍ରାମ ନେଇଥିଲେ । ଏହାପରେ ସେ ୩୩ ନଂ ଜର୍ସି ପିନ୍ଧି ଖେଳୁଥିବା ଦେଖା ଯାଇଥିଲା ।

ଏହି ନଂ ବି ଖୁବ କମ୍ ଦିନ ପାଇଁ ଥିଲା । ଏହାପରେ ୧୦ ନଂ ଜର୍ସିରେ ନିଜ କ୍ଯାରିୟର ଶେଷ କରିଥିଲେ ସଚିନ । ୧୦ ନଂ ତାଙ୍କ ପାଇଁ ବେଶ ଲକି ହେବା ସହ ତାଙ୍କ ସରନେମରେ ମଧ୍ୟ TEN ଥିବାରୁ ଏହି ନଂ ଜର୍ସି ସେ ପିନ୍ଧୁଥିବା କଥା ଏକ ଇଣ୍ଟରଭ୍ୟୁରେ କହିଥିଲେ ।

ସାତ ନଂ ଜର୍ସି ଦେଖିଲେ ମହେନ୍ଦ୍ର ସିଂ ଧୋନୀଙ୍କ ଛବି ଆଖି ଆଗକୁ ଚାଲିଆସେ । ତେବେ ଏହା ପଛରେ ଥିବା କାହାଣୀ ହେଉଛି କ୍ରିକେଟ ଭଳି ଫୁଟବଲ ଖେଳିବାକୁ ମଧ୍ୟ ବେଶ ଭଲପାଆନ୍ତି ଧୋନୀ। ଫୁଟବଲ ଦୁନିଆର ବାଦଶାହ କ୍ରିଷ୍ଟିଆନୋ ରୋନାଲଡୋ ମଧ୍ୟ ୭ ନଂ ଜର୍ସି ପିନ୍ଧନ୍ତି ।  ତେଣୁ ଧୋନୀ ମଧ୍ୟ ୭ ନଂ ଜର୍ସି ପିନ୍ଧିବାକୁ ଭଲପାନ୍ତି ।

ସେହିପରି ତିନିଟିକିଆ ନଂ ଥିବା ଜର୍ସି ପିନ୍ଧି ଖେଳୁଥିବା ଖେଳାଳି ମଧ୍ୟ ଖୁବ ବିରଳ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨୨୮ ନଂର ବିରଳ ଜର୍ସି ସଂଖ୍ୟା ପିନ୍ଧି ନଜର ଆସନ୍ତି । ପାଣ୍ଡ୍ୟା ଯେତେବେଳେ ବରୋଦା ପାଇଁ ଅଣ୍ଡର-୧୬ ମ୍ଯାଚ ଖେଳୁଥିଲେ ସେତେବେଳେ ବିଜଯ ମର୍ଚାଣ୍ଟ ଟ୍ରଫିର ଏକ ମ୍ଯାଚରେ ୨୨୮ ରନ କରିଥିଲେ । ଏହା ତାଙ୍କ ଜୀବନର ସର୍ବାଧିକ ସ୍କୋର ହୋଇଥିବାରୁ ଏହାକୁ ନିଜ ଜର୍ସିରେ ଲେଖିଥିଲେ ପାଣ୍ଡ୍ୟା ।

ଇଣ୍ଡିଆନ କ୍ରିକେଟ ଇତିହାସର ଜଣେ ଅପ୍ରତିଦ୍ଵନ୍ଦୀ ଖେଳାଳି ଯୁବରାଜ ସିଂଙ୍କ ଜର୍ସି ନଂ ହେଉଛି ୧୨ । ଏହି ନଂ ପଚାର କାହାଣୀ ଯେତେବେଳେ ଯୁବରାଜ ମିଡିଆ ସାମ୍ନାରେ କହିଥିଲେ ସମସ୍ତେ ତାଜୁବ ହୋଇ ଯାଇଥିଲେ । ଯୁବରାଜ ୧୨ ଡିସେମ୍ବର ୧୯୮୧ରେ ଦିନ ୧୨ଟା ବେଳେ ଜନ୍ମ ହୋଇଥିଲେ । ସେହି ସମୟରେ ତାଙ୍କ ପରିବାର ଚଣ୍ଡିଗଡର ୧୨ ନମ୍ବର ସେକ୍ଟରରେ ରହୁଥିଲେ । ତେଣୁ ୧୨ ତାଙ୍କ ଲକି ନମ୍ବର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।