ବ୍ରିଜ ଉପରେ ହେଲା ଭୟଙ୍କର ବିସ୍ଫୋରଣ ! ପ୍ରବଳ ନିଆଁ ଓ ଧୂଆଁ ବାହାରୁଥିବା ଦୃଶ୍ୟ ଦେଖିଲେ ଜାଣିପାରିବେ କେତେ ଶକ୍ତିଶାଳୀ ଥିଲା ଏହି ବିସ୍ଫୋରଣ, ଦେଖନ୍ତୁ ଦୃଶ୍ୟ

ଏହି ବ୍ରିଜରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣର ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ଥରିଯିବ । ବ୍ରିଜ ବିସ୍ଫୋରଣ ସମୟର ଏହି ଦୃଶ୍ୟଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ବର୍ତ୍ତମାନ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ବ୍ରିଜଟି ହେଉଛି ଋଷିଆର, ଯାହା ଋଷିଆରୁ କ୍ରିମିଆକୁ ସଂଯୋଗ କରିଛି । ଆଜି ସକାଳେ ଏହି କେର୍ଚ ବ୍ରିଜରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି । ଯାହାର ଚିତ୍ର ବର୍ତ୍ତମାନ ସାମ୍ନାକୁ ଆସିଛି । ଆଉ ଏହି ଚିତ୍ର ଦର୍ଶାଉଛି ଯେ ଏହି ବିସ୍ଫୋରଣ କେତେ ଭୟଙ୍କର ଭାବେ ହୋଇଛି ।

ବ୍ରିଜ ଉପରେ ବିସ୍ଫୋରଣ ହେବା ପରେ ବ୍ରିଜଉପରୁ ପ୍ରବଳ ଧୂଆଁ ସହ ନିଆଁ ମଧ୍ୟ ବାହାରୁଛି । ଋଷ ଅଧିକୃତ କ୍ରିମିଆ ଏବଂ ଋଷକୁ ଏହି କେର୍ଚ ବ୍ରିଜଟି ସଂଯୋଗ କରିଥାଏ । ତେବେ କେମିତି ଓ କେଉଁ ଭଳି ପରିସ୍ଥିତିରେ ଏହି ବ୍ରିଜ ଉପରେ ଏତେ ଭୟଙ୍କର ବିସ୍ଫୋରଣ ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ବିସ୍ଫୋରଣ ପଛରେ କାହାର ହାତ ଥାଇପାରେ ଏହାକୁ ନେଇ ଅନେକ ସନ୍ଦେହ ଉପୁଜିବାରେ ଲାଗିଛି ।

ଚଳିତ ବର୍ଷ ଫେବୃୟାରୀ ମାସ ଠାରୁ ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଏହାରି ମଧ୍ୟରେ ଉଭୟ ଦେଶର ଅନେକ ଜନଜୀବନ କ୍ଷତି ହୋଇଛି । ଆଉ ଏବେ ଏଭଳି ଏକ ଭୟଙ୍କର ବିସ୍ଫୋରଣର ଦୃଶ୍ୟ ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ ଏହି ବିସ୍ଫୋରଣ ଘଟାଇଥିବା କଥା ୟୁକ୍ରେନ କ୍ଳେମ କରିନି । କୌଣସି ଆକ୍ରମଣ ପରେ ଯେଉଁ ଦେଶ ଯାହାବି ଆକ୍ରମଣ କରି ଧ୍ଵଂସ କରିଥାଏ ସେ ତାହା କ୍ଳେମ କରିଥାଏ ।

ହେଲେ ୟୁକ୍ରେନ ଏପର୍ଯ୍ୟନ୍ତ ଏହି ବିସ୍ଫୋରଣକୁ କ୍ଳେମ କରି ନଥିବାରୁ ୟୁକ୍ରେନ ଯେ ଏହି ବିସ୍ଫୋରଣ ଘଟାଇଛି ତାହା କହିବା ସମ୍ଭବ ନୁହେଁ । କିନ୍ତୁ ଅନେକ ପ୍ରତିରକ୍ଷା ବିଶେଷଜ୍ଞ ଆଶଙ୍କା କରୁଛନ୍ତି କି, ୟୁକ୍ରେନ ହିଁ ଏଭଳି ଏକ ବିସ୍ଫୋରଣ ଘଟାଇଛି ବୋଲି । କ୍ରିମିଆ ଅନେକ ବର୍ଷ ଧରି ଋଷିଆ ଅଧୀନରେ ରହିଛି । ୟୁକ୍ରେନ ଓ ଋଷିଆ ମଧ୍ୟରେ ଏହାକୁ ନେଇ ତିକ୍ତତା ଲାଗି ରୁହେ ।

ଯୁଦ୍ଧରେ ୟୁକ୍ରେନର ଅନେକ ବଡ ବଡ ସହର ଧ୍ଵସ୍ତବିଧ୍ଵସ୍ତ ହୋଇସାରିଛି । ଏପରି ସ୍ଥଳେ ୟୁକ୍ରେନ ହିଁ ଏହି ବିସ୍ଫୋରଣ କରିଥିବା ଅନେକ ନିଜ ମତ ଦେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।