ଜାର୍ ଭିତରେ 181 ବର୍ଷ ହେବ ରହିଛି ସିରିଏଲ କି-ଲ-ରର ମୁଣ୍ଡ, କିଏ ଏବଂ କାହିଁକି ରଖିଛି ଏଭଳି ଦୁର୍ଦ୍ଦାନ୍ତ ହତ୍ୟାକାରୀର ମୁଣ୍ଡ ?

ଦୀର୍ଘ ୧୮୧ ବର୍ଷ ଧରି ଜାର୍ ଭିତରେ ସୁରକ୍ଷିତ ଭାବେ ରଖାଯାଇଛି ମଣିଷ ମୁଣ୍ଡ । କଥାଟା ଶୁଣିକି ଅତ୍ୟନ୍ତ ଆଶ୍ଚର୍ଯ୍ୟ ଲାଗୁଥିଲେ ଏକଦମ ସତ । ଅଜବ ଲାଗୁଥିବା ଏହି କଥା ଶୁଣିଲେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରେ କି, ଏହି ଲୋକ ଏମିତି କଣ କାମ କରିଥିଲେ ଯେ ତାଙ୍କ ମୁଣ୍ଡକୁ ଏଭଳି ସାଇତି ରଖାଯାଇଛି । ପ୍ରକୃତରେ ଏହି ବ୍ୟକ୍ତିଜଣକ ସେମିତି କିଛି ବଡ କାମ କରିନାହାନ୍ତି ବରଂ ସେ ଜଣେ ସିରିଏଲ କିଲର୍ । ପ୍ରାୟ ୭୦ରୁ ଅଧିକ ନିରୀହ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଏହି ଲୋକଜଣକ ।

ପର୍ତ୍ତୁଗାଲର ରାଜଧାନୀ ଲିସବୋନରେ ୧୮୧ ବର୍ଷ ହେବ ଏହି ବ୍ୟକ୍ତିଙ୍କ ମୁଣ୍ଡକୁ ସାଇତି ରଖାଯାଇଛି । ଏହି ସିରିଏଲ କିଲର୍ ର ଘୃଣ୍ୟ କାମ ପାଇଁ ପର୍ତ୍ତୁଗାଲରେ ତାକୁ ଫାଶୀଦଣ୍ଡ ମିଳିଥିଲା । ଏହି ଘଟଣା ପରେ ଆଉ କାହାରିକୁ ମଧ୍ୟ ସେଠାରେ ଫାଶୀ ଦଣ୍ଡାଦେଶ ଦିଆ ଯାଇନାହିଁ । ଏହି ସିରିଏଲ କିଲରର ନାମ ହେଉଛି ଡିଓଗୋ ଆଲଭେସ୍ । ୧୮୧୯ରେ ସ୍ପେନର ଗେସୋଲିଆ ସହରରେ ଜନ୍ମଲାଭ କରିଥିଲା ଏହି ସିରିଏଲ କିଲର୍ । ଯୁବାବସ୍ଥାରେ କାମ ସନ୍ଧାନରେ ସେ ପର୍ତ୍ତୁଗାଲର ରାଜଧାନୀ ଲିସବୋନରେ ଆସି ପହଞ୍ଚିଥିଲା ।

ଏଠାରେ କିନ୍ତୁ ତାଙ୍କୁ ଅନେକ ଖୋଜାଖୋଜି ପରେ ବି କାମ ନ ମିଳିବାରୁ ଶେଷରେ ଅପରାଧ ଦୁନିଆରେ ପାଦ ଥାପିଥିଲା । ଏହାପରେ ସେ ଲୁଟପାଟ ଆରମ୍ଭ କରିବା ସହ ବିଶେଷ କରି ଜନଗହଳି ପୂର୍ଣ୍ଣ ଅଞ୍ଚଳକୁ ଯାଇ ଲୁଟପାଟ କରୁଥିଲା । ଏସବୁ ଭିତରେ ସହରରେ ଥିବା ୨୧୩ ଫୁଟ୍ ଉଚ୍ଚ ପୋଖରୀକୁ ସେ ଟାର୍ଗେଟ କରୁଥିଲା । ସେହି ବାଟ ଦେଇ ଯାଉଥିବା ଚାଷୀଙ୍କୁ ଲୁଟି ତାଙ୍କର ହତ୍ୟା କରି ପୋଖରୀ ଭିତରକୁ ଫିଙ୍ଗି ଦେଉଥିଲା ।

ହେଲେ ଏ ସମ୍ପର୍କରେ କେହିବି କିଛି ଟେର୍ ପାଉ ନଥିଲେ । କିଭଳିପ୍ରଥମେ ଚାଷୀମାନେ ଗାୟବ ହେଉଛନ୍ତି ଓ ପରେ ସେମାନଙ୍କ ମୃତଦେହ ମିଳୁଛି ଏହା ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ଆଉ ଯେତେବେଳେ ଜୋରଦାର ତଦନ୍ତ ଆରମ୍ଭ ହୋଇଥିଲା ସେତେବେଳେ ଧରା ପଡିଯିବା ଭୟରେ ଡିଓଗୋ ତିନି ବର୍ଷ ଯାଏଁ କୌଣସି ଅପରାଧ କରି ନଥିଲା । ହେଲେ ଏହାପରେ ପୁଣି ନିଜର ଗ୍ୟାଙ୍ଗ ବନେଇ ରକ୍ତର ଖେଳ ଖେଳିଥିଲା । ସମୟ ବିତିବା ସହ ତା’ ଅପରାଧ ବଢି ଚାଲିଥିଲା ।

ଏମିତି ସେ ୭୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିବା କଥା ସ୍ଵୀକାର କରିଥିଲା । କୋର୍ଟ ଏହି ମାମଲାର ଶୁଣାଣି କରି ୧୮୪୧ରେ ତାକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ । ଏହାପରେ ଡିଓଗୋର ଚିନ୍ତାଧାରାକୁ ଅଧ୍ୟୟନ କରିବା ପାଇଁ କିଛି ଡାକ୍ତର କୋର୍ଟ ଓ ସରକାରଙ୍କୁ ତା’ର ମୁଣ୍ଡ ରଖିବା ପାଇଁ ଅନୁମତି ମାଗିଥିଲେ । ଆଉ ସେବେଠାରୁ ଡିଓଗୋର ମୁଣ୍ଡ ଜାର ଭିତରେ ସେମିତି ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।