ଟ୍ରେନ ଟ୍ରାଜେଡି ପଛରେ ତେନ୍ତୁଳି ଗଛ ! Balasore Train Accident

ଚର୍ଚ୍ଚା ରେ ବାହାନଗା ଷ୍ଟେସନର ତେନ୍ତୁଳୀ ଗଛ । ଦୁର୍ଘଟଣା ପଛରେ ରହିଛି ତେନ୍ତୁଳୀ ଗଛ । ଦୁର୍ଘଟଣା ର 2 ଦିନ ପୂର୍ବରୁ କଟା ଯାଇଥିଲା ଗଛ । ବିଶ୍ଵାସ ରହିଛି କି ଗଛ କାଟିବାକୁ ମନା କରା ଯାଇଥିଲା । ଆଗରୁ ପୂଜା ପାଉଥିଲା ଏହି ଗଛ । ତେନ୍ତୁଳୀ ଗଛ କଟା ଏକ ସଂଯୋଗ କି ? ହଁ ଦର୍ଶକ ବନ୍ଧୁ ବାଲେଶ୍ଵର ଜିଲ୍ଲାର ବାହନଗା ଷ୍ଟେସନ ପାଖରେ ରହିଥିଲା ଏକ ତେନ୍ତୁଳୀ ଗଛ । ସ୍ଥାନୀୟ ଲୋକଙ୍କ ପାଇଁ ତ ଏହି ଗଛ ଥିଲା ଦେବତା ଭଳି ।

ବାପ ଅଜା କାହିଁ କେତେ ବର୍ଷ ବା କେଉଁ ଅମଳରୁ ଛିଡା ହୋଇଥିବା ଏହି ଗଛ ସ୍ଥାନୀୟ ଲୋକଙ୍କ ପାଇଁ ଥିଲା ବିଶ୍ବାସର ପ୍ରତୀକ । ଅନେକ ଝଡ ବାତ୍ୟା ଦେଖିଛି ଏହି ଗଛ । ହେଲେ କେବେ ଭାଙ୍ଗିନି । କେହି କେହି ଏହି ଗଛକୁ ପୂଜା କରନ୍ତି । ଶୁଭ କାମ ରେ ଏଠାକୁ ଆସି ମୁଣ୍ଡିଆ ମାରି ଯାଆନ୍ତି । ହେଲେ କାମ ପାଇଁ ପୁରା ଗଛକୁ ମୂଳରୁ କାଟି ଦେଇଛନ୍ତି ରେଳବାହୀ କର୍ତ୍ତୁପକ୍ଷ । ବାସ କାଟିବାର ଦୁଇ ଦିନ ଯାଇନି ଘଟିଗଲା ବଡ ଅଘଟଣ ।

ସାରା ବିଶ୍ଵ ଯେଉଁ ଘଟଣାକୁ ନେଇ ସ୍ତବ୍ଧ ତା ପଛରେ ରହିଛି ଏହି ତେନ୍ତୁଳୀ ଗଛ ର କାହାଣୀ । କେହି କେହି ଏହାକୁ ବିଶ୍ଵାସ କରୁଛନ୍ତି ତ ଆଉ କେହି କେହି ଏହାକୁ ଫାଙ୍କି ଦେଉଛନ୍ତି । ସ୍ଥାନୀୟ ଲୋକ ବିଶେଷ କରି ଷ୍ଟେସନ ପାଖରେ ରହୁଥିବ ଲୋକ କିନ୍ତୁ ସତ କଥା କହିଛନ୍ତି । ଶୁକ୍ରବାର ବାହାନଗା ଷ୍ଟେସନ ରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ରାସ୍ତା ହୋଇଥିଲା ।

ମଙ୍ଗଳବାର ଏହି ତେନ୍ତୁଳୀ ଗଛ କଟା ଯାଇଥିଲା । କୁହାଯାଏ କି ଏହି ତେନ୍ତୁଳୀ ଗଛ ସ୍ଥାନୀୟ ଅଞ୍ଚଳ ବାସୀ ଙ୍କ ପାଇଁ ମୁକ ସାକ୍ଷୀ ହୋଇ ରହି ଆସିଛି । ଏହି ଗଛ ଯେମିତି ବାହାନଗା ବାସୀ ଙ୍କ ପାଇଁ ସୁରକ୍ଷା କବଚ ସାଜି ଥିଲା । ହେଲେ ଏହି ଗଛ କଟାଯିବା ପରେ ଯେମିତି ସ୍ଥାନୀୟ ଅଞ୍ଚଳ ବାସୀ ଙ୍କ ପାଇଁ ଏକ ବଡ ବିପଦ ମାଡି ଆସିଛି । ସେ ବିଶ୍ଵାସ ହେଉ କି ଅନ୍ଧ ବିଶ୍ଵାସ ଲୋକେ କିନ୍ତୁ ଏହି ତେନ୍ତୁଳୀ ଗଛ କୁ କାଟିବାକୁ ନା ପସନ୍ଦ କରିଛନ୍ତି ।

ତେବେ ଏହି ତେନ୍ତୁଳୀ ଗଛ କୁ ନେଇ ଏବେ ଚାରି ଚର୍ଚ୍ଚା ଜୋର ଧରିଛି । ଲୋକ ମାନଙ୍କର ବିଶ୍ଵାସ କଣ ସତ ନା କିଚା ତାହା ତ ସମୟ କହିବ । କିନ୍ତୁ ବାହାନଗା ଷ୍ଟେସନ ରେ ଘଟିଥିବା ଦୁର୍ଘଟଣା କାରଣରୁ କେତେ ଯେ ଲୋକଙ୍କର ଜୀବନ ଚାଲି ଯାଇଛି ତାହା ପାଇଁ ଏବେ ସାରା ବିଶ୍ଵ ସ୍ତବ୍ଧ ହୋଇ ପଡିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।