ପଚା ଶବ ସହ 7 ଦିନ ରହିଛନ୍ତି ମେଡିକାଲ ର ଆଟେଣ୍ଟାଣ୍ଡ, ବଖାଣିଲେ ଅନୁଭୂତି… ଦେଖନ୍ତୁ Video

ବନ୍ଧୁଗଣ ଆସୁଅଛି ରଥଯାତ୍ରା । ଦେଶ ବିଦେଶରୁ ପ୍ରଭୁ ଜଗନାଥ ଙ୍କ ଦର୍ଶନ ପାଇଁ ଭକ୍ତ ମାନଙ୍କର ସୁଅ ଛୁଟିବା କଥା । କିନ୍ତୁ ଏବେ ଭକ୍ତ ନୁହେଁ ବରଂ ମୃତକ ଙ୍କ ପରିଜନଙ୍କ ସୁଅ ଛୁଟିବାରେ ଲାଗିଛି । ଜଗନ୍ନାଥ ଦର୍ଶନ ପାଇଁ ନୁହେଁ ମୃତ ଶରୀର ପାଇଁ ଧାଉଁଛନ୍ତି ଲୋକେ । କିଏ ପଚାରିଲେ ଭାଇ ଆପଣ କଣ ପାଇଁ ଆସିଛନ୍ତି ଉତ୍ତର ରେ ଶୁଣିବାକୁ ମିଳିଛି ବାପାଙ୍କ ମୃତ ଦେହ ପାଇଁ ଆସିଛି । ପୁଣି କିଏ କହୁଛି ସ୍ବାମୀଙ୍କ ମୃତ ଦେହ ପାଇଁ ତ ଆଉ କିଏ କହୁଛି ମୋ ପୁଅର ଶବ ନେବାକୁ ଆସିଛି ।

ଶବ ନେବା ପାଇଁ ଦେଶରୁ କୋଣ ଅନୁକୋଣରୁ ଲୋକଙ୍କର ଲମ୍ବା ଧାଡି ଲାଗିଛି । ବାଲେଶ୍ଵର ମେଡିକାଲ ଠାରୁ ଆରମ୍ଭ କରି ଭୁବନେଶ୍ଵର ଏମ୍ସ ମେଡିକାଲ ସବୁଠି ଲମ୍ବା ଲାଇନ । ସ୍ଥିତି ଓ ସମୟ ଏମିତି ଆସି ପହଞ୍ଚିଛି କି ଶବ ଚିହ୍ନଟ ପାଇଁ ରକ୍ତ ସମ୍ପର୍କୀୟ ଙ୍କୁ DNA ଦେବାକୁ ପଡୁଛି । ଏ ଛାତିଥର କାହାଣୀର ଏମାନେ ହେଉଛନ୍ତି ମୁଖ ସାକ୍ଷୀ ।

ଦେହରୁ ଶବ ରୁ ଦୁର୍ଗନ୍ଧ ବାହାରୁଛି ଆଉ ମନରେ ଭୟ । ଯେଉଁଠି ମା ମୃତ ପୁଅ ର ମୁହଁ ଦେଖିବାକୁ ଭୟ କରୁଛି । ମେଡିକାଲ ରେ ଆଟେଣ୍ଟାଣ୍ଡ ଭାବେ କାମ କରୁଥିବା ଏହି କର୍ମଚାରୀ ମାନେ ଦେଖିଛନ୍ତି ସେ ଅସହାୟ ନିବେଦନ ଆକୁଳ ଚିତ୍କାର । କିଏ ଦେଖିଛି ବୁଢୀ ମା ର ଛାତି ଫଟା ଚିତ୍କାର ଆଉ ସ୍ତ୍ରୀ ର ଅଶ୍ରୁଳ ଲୁହ । ଏ ସଉ ଭିତରେ ଶବ ର ପାହାଡ ଭିତରେ ଅନବରତ କାମ କରି ଚାଲିଛନ୍ତି ।

ଏ ବ୍ୟକ୍ତି ଜଣକ କହୁଛନ୍ତି ଏବେ ବି ତାଙ୍କ ଦେହରୁ ଦୁର୍ଗନ୍ଧ ଆଉନି । ଗୋଟେ କି ଦୁଇଟି ନୁହେଁ ଗଦା ଗଦା ଶବ ଭିତରେ ଭୁଲି ଯାଇଛନ୍ତି ଖାଇବା ପିଇବା । ଏମାନେ ଥିଲେ ଦିନ ରାତି କାମ କରୁଥିବା ମେଡିକାଲ ଆଟେଣ୍ଟାଣ୍ଡ । ସେ ତିକ୍ତ ଅନୁଭୂତି ବଖାଣିବା ବେଳେ ସତେ ଯେମିତି ସେମାନଙ୍କ ଆଖି ଆଗରେ ବି ସେ ଦୃଶ୍ୟ ଗୁଡିକ ନାଚୁ ଉଠୁଥିଲା । ଛାତି ଥଋ ଉଠିଥିଲା ।

ତଥାପି ମନରେ ସାହସ ବାନ୍ଧି ନିଜକୁ 7 ଦିନ ହେବ ସେହି ଶବ ମାନଙ୍କ ଗହଣରେ ଏମାନଙ୍କର ଦିନ ରାତି ବିତୁଛି । ଯେଉଁଠି ପରିବାର ଲୋକେ ନିଜେ ନିଜ ଲୋକର ମୁହଁ ଦେଖିପାରୁ ନାହାନ୍ତି କି ଶବ ପାଖକୁ ପଶିପାରୁ ନାହାନ୍ତି । ଏଠାରେ ସେହି ମାନେ ହିଁ ପଚା ଶବ ଭିତରୁ ନିଜ ଲୋକଙ୍କୁ ବାଛି ଆଣି ପରିବାର ଲୋକଙ୍କୁ ଦେଉଛନ୍ତି ।

ଏହି 7 ଦିନର ଅନୁଭୂତି କର୍ମଚାରୀ ଙ୍କ ପାଇଁ ସାରା ଜୀବନ ଏକ ଅନୁଭୂତି ଓ ଅଭୂଲା ସ୍ମୃତି ହୋଇ ରହିଯିବ ବୋଲି କହୁଛନ୍ତି ଏହି ମଣିଷ ରୂପୀ ଭଗବାନ ମାନେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।