ବେଳ ବୁଡିଲେ ବାହାନଗାରେ ପଡୁଛି ତାଟି-କବାଟ, ରାତି 11 ବାଜିଲେ ଶୁଭୁଛି କାନ୍ଦ ବୋବାଳି- Coromandel Express

ରାତି 11 ବାଜିଲେ ସ୍କୁଲ କାନ୍ଦୁଛି । ହଁ ଦର୍ଶକ ବନ୍ଧୁ ବାହାନଗା ସରକାରି ସ୍କୁଲ ଭିତରେ କେତେ କାନ୍ଦ ଶୁଭୁଛି । ଉଧାର କର ଉଧାର କର ବୋଲି ଚିତ୍କାର ଶୁଭୁଚି । ହଁ ସେଦିନର ସେହି ଛାତିଥରା ଶବ୍ଦ ଆଜି ବି ଶୁଭୁଛି । ଏ କେଥା ବାହାନଗା ଷ୍ଟେସନ ପାଖରେ ରହୁଥିବା ଅଞ୍ଚଳ ବାସୀ କହୁଛନ୍ତି । ସ୍କୁଲ ଭିତରେ ଓ ଚଟାଣ ରେ ରକ୍ତ ର ଚିହ୍ନ । ପଡିଆ ସାରା ଶହ ସହ ଶବ ପଡି ରହିଥିଲା । ଖାଲି ଗ୍ରାମବାସୀ ଶୁଣି ନାହାନ୍ତି ଏ ଶବ୍ଦ । ଦାୟିତ୍ବରେ ଥିବା ପୋଲିସ ଅଧିକାରୀ ମାନେ ମଧ୍ୟ ଶୁଣିଛନ୍ତି ଏହି ବିକଳ ଶବ୍ଦ ।

ଗତ ଶୁକ୍ରବାର ଦିନ ଛୁକଛୁକ କରି ଆଗକୁ ଯାଉଥିବା କରମଣ୍ଡଳ ହଠାତ ଏମିତି ଅଜବ ଶବ୍ଦ କରି ଲେଉଟି ପଡିବ ତାହା କେହି କେବେ ଭାବି ନ ଥିଲେ । ଆଉ ତା ପରେ ଯାହା ହେଲା ସମସ୍ତେ ସେହି ଦୃଶ୍ୟ କୁ ଦେଖିଛନ୍ତି । ଆଉ ଜାଣିଛନ୍ତି ମଧ୍ୟ । ସ୍ଥାନୀୟ ଲୋକଙ୍କ ସହାୟତାରେ ବଗି ଭିତରୁ ଗୋଟେ ପରେ ଗୋଟେ ମୃତ ଦେହକୁ ଉଧାର କରା ଯାଉଥାଏ ।

ଆଉ ପାଖରେ ଥିବା ବାହାନଗା ଉଚ୍ଚ ବିଦ୍ୟାଳୟ କୁ ନିଆ ଯାଉଥାଏ । ସ୍କୁଲ ର ଚଟାଣ ବି ଶବ ରେ ଫୁଲ ହୋଇ ଯାଇଥିଲା । କେତେ ବା ମୃତ ଦେହ ସେ ସ୍କୁଲରେ ଯାହା ଧରିବ ? ହଠାତ କେହି କିଛି ଭାବିବା ଆଗରୁ ସେଦିନ ସ୍କୁଲ ପାଲଟି ଯାଇଥିଲା ଯେମିତି ମସାଣି । ରକ୍ତ ଜୁଡୁବୁଡୁ ହୋଇ ଯାଇଥିଲା ଚଟଣା । ପୁରା ସ୍ତବ୍ଧ ହୋଇ ଯାଇଥିଲା ସ୍କୁଲ ର ପରିସର ।

କାରଣ ସେଠାରେ ଶହ ସହ ଶବ ଗଦା ହୋଇଥିଲା । ନା କାହାର ଫୋନ ଆସୁଥିଲା ନ କେହି ଫୋନ ଉଠାଇ ଜବାବ ଦେଉଥିଲେ । ପୁରା ଚୁପଚାପ ଆଉ ସାନ୍ତ ପରିବେଶ ସୃଷ୍ଟି ହୋଇଥିଲା ସେଦିନ କାଳ ରାତିରେ । କିନ୍ତୁ ସେହି ଶାନ୍ତ ପରିବେଶ ଆଜି ଅଶାନ୍ତ ହୋଇ ଉଠିଛି । ବିକାଳ ଶବ୍ଦ ରେ ପ୍ରକମ୍ପିତ ହେଉଛି ଗଗନ ପବନ । ରାତି 11ଟା ବାଜିଲେ ସ୍କୁଲକା ରୁ ଶୁଭା ଯାଉଛି କାନ୍ଦ ବୋବାଳି ।

ହଁ ଦର୍ଶକ ବନ୍ଧୁ ସ୍କୁଲ ରେ କୁଆଡେ ଆତ୍ମା କାନ୍ଦୁଛି ଏମିତି କିଛି କହିଛନ୍ତି ସ୍ଥାନୀୟ ଲୋକେ । ବେଳ ବୁଡିଲେ ଘରେ ସମସ୍ତଙ୍କର କବାଟ ବନ୍ଦ ରହୁଛି । ଘରୁ ବାହାରିବାକୁ ବି ଭୟ ଲାଗୁଛି । କାରଣ ଏ ଦୃଶ୍ୟ ଯିଏ ନିଜ ଆଖିରେ ଦେଖିଛି ତାହା କେତେ ଯେ ଭୟଙ୍କର ତାହା ସେ ହିଁ ଜାଣିଛି । ସେଥିପାଇଁ ତ ବେଳ ବୁଡିଲେ କେହି ବି ଘରୁ ବାହାରୁ ନାହାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।