ଟ୍ରେନ ଚାଲୁଥିବା ବେଳେ ଯଦି ଡ୍ରାଇଭର ଶୋଇ ପଡନ୍ତି ତେବେ କଣ ହେବ ? ଦୁର୍ଘଟଣା ହେବାର ସମ୍ଭାବନା କେତେ ? ନିହାତି ଜାଣି ରଖନ୍ତୁ

ଧନୀ ଠାରୁ ଗରିବ ପ୍ରତିଦିନ ହଜାର ହଜାର ଯାତ୍ରୀ ଟ୍ରେନ ଯୋଗେ ଯାତ୍ରା କରିଥାନ୍ତି । ଦୂର ସ୍ଥାନକୁ ଯିବାକୁ ହେଲେ ବାଇକ ଓ ବସ୍ ଅପେକ୍ଷା ଟ୍ରେନ ସହଜ, ଶୀଘ୍ର ଓ ଆରାମଦାୟୀ ଅଟେ । କିନ୍ତୁ କେବେ ଭାବିଛନ୍ତି କି ଟ୍ରେନ ଚଲାଉଥିବା ବେଳେ ଯଦି ଚାଳକ ଶୋଇ ପଡନ୍ତି ତେବେ କଣ ହେବ ? ଟ୍ରେନଟି ଟ୍ରାକରେ ରହିବ ନା ତଳକୁ ଖସି ପଡିବ ? ଏକ ଯାତ୍ରୀବାହୀ ଟ୍ରେନରେ ପ୍ରତିଦିନ 1000-1500 ଲୋକ ଯାତ୍ରା କରିଥାନ୍ତି । ଫଳରେ ଚାଳକ ହାତରେ ଯାତ୍ରୀଙ୍କ ସୁରକ୍ଷା ଦାୟିତ୍ଵ ବଢିଯାଏ ।

ଆପଣ ଦେଖିଥିବେ କି ଗୋଟିଏ ଟ୍ରେନରେ ଦୁଇଜଣ ଚାଳକ ଥାଆନ୍ତି । ମୁଖ୍ୟ ପାଇଲଟଙ୍କୁ ଲୋକ ପାଇଲଟ କୁହାଯାଏ ଏବଂ ସହଯୋଗୀ ପାଇଲଟଙ୍କୁ ଆସିଷ୍ଟାଣ୍ଟ ଲୋକ ପାଇଲଟ କୁହାଯାଏ । ଚଳନ୍ତା ଟ୍ରେନରେ ଯଦି ଲୋକ ପାଇଲଟ ଶୋଇପଡନ୍ତି କିମ୍ବା କୌଣସି କାରଣରୁ ତାଙ୍କ ଦେହ ଅସୁସ୍ଥ ହୋଇପଡେ ତେବେ ଏଭଳି ସ୍ଥିତିରେ ଆସିଷ୍ଟାଣ୍ଟ ଲୋକ ପାଇଲଟ ଟ୍ରେନ ଚଳାଇଥାନ୍ତି । ତେବେ ଯଦି ଦୁଇଜଣ ଡ୍ରାଇଭର ଶୋଇଯିବେ ତେବେ କଣ ହେବ ଜାଣିଛନ୍ତି କି ?

କହିରଖୁଛୁ ଯେ ଏଥିରେ ଚିନ୍ତା କରିବାର କିଛି କଥା ନାହିଁ । ଯାତ୍ରୀଙ୍କ ମୂଲ୍ଯବାନ ଜୀବନ ବହକ୍ନାଇବାକୁ ଭାରତୀୟ ରେଳବାଇ ବ୍ୟବସ୍ଥା ବ୍ୟବସ୍ଥା କରିଛି । ରେଳବାଇ ରେଳ ଇଞ୍ଜିନରେ ଭିଜିଲାନ୍ସ କଣ୍ଟ୍ରୋଲ ଡିଭାଇସ ଲଗାଇଛି । ଏହି ଡିଭାଇସ ଡ୍ରାଇଭର ଉପରେ ନଜର ରଖିଥାଏ । ଯଦି ଡ୍ରାଇଭର 1 ମିନିଟ ଯାଏଁ କୌଣସି ପ୍ରତିକ୍ରିୟା ନକରନ୍ତି ତେବେ ମାତ୍ର 17 ସେକେଣ୍ଡ ମଧ୍ୟରେ ଏକ ଅଡିଓ ଭିଜୁଆଲ ଇଣ୍ଡିକେସନ ଆସିଥାଏ ।

ଯାହାପରେ ଡ୍ରାଇଭରଙ୍କୁ ବଟନ୍ ଦବାଇ ଏହାର ଉତ୍ତର ଦେବକାଉ ପଡେ । ଯଦି ଡ୍ରାଇଭର ଏହାର ଉତ୍ତର ନ ଦିଅନ୍ତି ତେବେ 17 ସେକେଣ୍ଡ ମଧ୍ୟରେ ଟ୍ରେନରେ ଅଟୋମେଟିକ ବ୍ରେକ ଲାଗିବା ଆରମ୍ଭ ହୋଇଯାଏ । ଆପଣ ଭାବୁଥିବେ ଏହି ସେନ୍ସର ସିଷ୍ଟମ କେମିତି କାମ କରିଥାଏ ? ଲୋକ ପାଇଲଟ ଟ୍ରେନ ଚଲାଉଥିବା ବେଳେ ମଝିଆରେ ମଝିରେ ଟ୍ରେନର ଗତି ବଢାଇବାକୁ ଏବଂ କମାଇବାକୁ ପଡିଥାଏ କିମ୍ବା ହର୍ଣ୍ଣ ମାରିବାକୁ ପଡିଥାଏ । ଏହାଦ୍ବାରା ଇଞ୍ଜିନରେ ଲାଗିଥିବା ସେନ୍ସର ଜାଣିପାରେ କି ଲୋକ ପାଇଲଟ ଟ୍ରେନକୁ ଠିକ ଭାବେ ଚଳାଉଛନ୍ତି ।

ଟ୍ରେନରେ ଯିବାବେଳେ ଯଦି ଆପଣଙ୍କ ମନରେ ଏଭଳି କିଛି ଭୟ ଆସେ ତେବେ ଆଉ ଚିନ୍ତା କରିବା ଆବଶ୍ୟକ ନାହିଁ । ଟ୍ରେନର ଅତ୍ୟାଧୁନିକ ସିଷ୍ଟମ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାରେ ସାହାଯ୍ୟ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।