ପିରିୟଡ ବେଳେ ଏହିସବୁ ଖାଦ୍ଯ ଖାଉଥିଲେ ହୋଇଯାନ୍ତୁ ସାବଧାନ, ପିରିୟଡ ବେଳେ କେଉଁ ଖାଦ୍ଯ ଖାଇବେ ଓ କେଉଁ ଖାଦ୍ଯ ଖାଇବେନି ?

ସମସ୍ତ ମହିଳା ତଥା ଝିଅମାନଙ୍କୁ ମାସିକ ଋତୁସ୍ରାବ ହୋଇଥାଏ । ଏହି ସମୟରେ ଯଦି ଆପଣଙ୍କୁ ଅତ୍ୟଧିକ ଯନ୍ତ୍ରଣା ହେଉଛି କିମ୍ବା ଅତ୍ୟଧିକ ରକ୍ତସ୍ରାବ ହେଉଛି ତେବେ ଆପଣ ଋତୁସ୍ରାବ ସମୟରେ ଏବଂ ଏହା ପୂର୍ବରୁ କେଉଁ ପ୍ରକାରର ଖାଦ୍ଯ ଖାଉଛନ୍ତି ତାହା ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ । ତେଣୁ ମାସିକଧର୍ମ ସମୟରେ ତଥା ଏହାର ଏକ ସପ୍ତାହ ପୂର୍ବରୁ କେଉଁ ପ୍ରକାରର ଖାଦ୍ଯ ଆପଣ ବିଲକୁଲ ଖାଇବା ଉଚିତ ନୁହେଁ ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ ।

ପ୍ରଥମେ ହେଉଛି ଉଚ୍ଚ ଲବଣଯୁକ୍ତ ଖାଦ୍ଯ । ମାସିକଧର୍ମ ସମୟରେ ପେଟ ଏବଂ ମାଂସପେଶୀ ଯନ୍ତ୍ରଣା ହେବା ଏକ ସାଧାରଣ ସମସ୍ଯା । ଉଚ୍ଚ ଲବଣଯୁକ୍ତ ଖାଦ୍ଯ ଏହି ଯନ୍ତ୍ରଣା ବୃଦ୍ଧି କରିବାରେ ଅନେକ ମାତ୍ରାରେ ଦାୟୀ ଅଟେ । ମାସିକଧର୍ମ ହେବା ସମୟରେ ଏବଂ ଏହାର ଏକ ସପ୍ତାହ ପୂର୍ବରୁ ଅଧିକ ଲୁଣଯୁକ୍ତ ଖାଦ୍ଯ ଖାଇବା ଦ୍ଵାରା ଏହା ଆପଣଙ୍କ ଯନ୍ତ୍ରଣାକୁ ବଢାଇବା ସହ ପେଟ ଫୁଲିବା ଭଳି ମଧ୍ୟ ଅନୁଭବ କରିବେ ।

ସେଥିପାଇଁ ଏହି ସମୟରେ ପ୍ଯାକେଜ ଓ କ୍ୟାନ ଜାତୀୟ ଖାଦ୍ଯ ଖାଇବା ବନ୍ଦ କରିଦିଅନ୍ତି । ଏହାସହ ଆଚାର, ଚଟଣି, ପାମ୍ପଡ, ସାଲାଡ ଭଳି ଅଧିକ ଲୁଣଜାତୀୟ ଖାଦ୍ଯ ଖାଆନ୍ତୁ ନାହିଁ । ଅତ୍ୟଧିକ ଲୁଣ ବଦଳରେ ଲେମ୍ବୁ, ବିଭିନ୍ନ ହର୍ବସ୍, ଗୋଲମରିଚ ଏବଂ ରସୁଣ ଆଦି ବ୍ୟବହାର କରି ଆପଣ ନିଜ ଖାଦ୍ଯକୁ ସ୍ଵାଦିଷ୍ଟ କରିପାରିବେ ।

ଦ୍ବିତୀୟରେ ଅତ୍ୟଧିକ ଚର୍ବିଯୁକ୍ତ ଖାଦ୍ଯ ମଧ୍ୟ ଖାଇବା ଅନୁଚିତ । ହରମୋନ ସନ୍ତୁଳିତ ରହିଲେ ହିଁ ମାସିକଧର୍ମ ସମୟରେ ରକ୍ତସ୍ରାବରେ ନିୟନ୍ତ୍ରଣରେ ରହିଥାଏ । ସେଥିପାଇଁ ଏହି ସମୟରେ ଓ ଏହାର କିଛିଦିନ ପୂର୍ବରୁ ବଟର୍, କ୍ରିମ, ଆଳୁ ଚିପ୍ସ, ଫାଷ୍ଟଫୁଡ୍ ଜାତୀୟ ସମସ୍ତ ଖାଦ୍ଯ ଖାଇବା ବନ୍ଧ କରିଦିଅନ୍ତୁ । ଏହା ବଦଳରେ ଆପଣ କମ୍ ଚର୍ବିଯୁକ୍ତ ଖାଦ୍ଯ ଯଥା ନଟ୍ସ, ସିଡ୍ସ ତଥା ଡ୍ରାଇଫୃଟ ଆଦି ଖାଆନ୍ତୁ ।

ସେହିପରି ଆଲକୋହଲ, ମିଠାଜାତୀୟ ଖାଦ୍ଯ, ଅତ୍ୟଧିକ ରାଗଯୁକ୍ତ ଖାଦ୍ଯ, ପ୍ରୋସେସଡ୍ ଫୁଡ୍ ଏବଂ କାଫେଇନ ଆଦି ଖାଦ୍ଯ ମଧ୍ୟ ମାସିକଧର୍ମ ସମୟରେ ନ ଖାଇବା ଉଚିତ । ଏହିସବୁ ଖାଦ୍ଯ ଖାଇବା ଦ୍ଵାରା ପେଟରେ ଗ୍ଯାସ କରାଇଥାଏ । ଫଳରେ ମାସିକଧର୍ମ ସମୟରେ ପେଟ ଫୁଲିକି ରହିବା ଭଳି ସମସ୍ଯା ଦେଖା ଦେବା ସହ ପେଟ ଯନ୍ତ୍ରଣା ମଧ୍ୟ ବଢିଥାଏ ।

ଏହିସବୁ ଖାଦ୍ଯ ଖାଇବା ଦ୍ଵାରା ହିଁ ଏହା ପିରିୟଡ ସମୟରେ ଅତ୍ୟଧିକ ରକ୍ତସ୍ରାବ କରାଇବା ସହ ଅସହଜ ମନେ ହୋଇଥାଏ । ଏସବୁ ଖାଦ୍ଯ ଖାଇବା ଦ୍ଵାରା ପେଟ ଓ ମାଂସପେଶୀ ଯନ୍ତ୍ରଣା ସହ ଆପଣ ଦିନସାରା କ୍ଳାନ୍ତ ଅନୁଭବ କରନ୍ତି । ପ୍ରତି ମାସରେ ପିରିୟଡ ଯନ୍ତ୍ରଣାରୁ ବର୍ତ୍ତିବା ପାଇଁ ଆପଣ ନିଜ ଖାଦ୍ୟପେୟରେ ସନ୍ତୁଳନ ଆଣିବା ନିହାତି ଆବଶ୍ୟକ ।

ଖାଦ୍ଯରେ ନିୟନ୍ତ୍ରଣ ସହ ପ୍ରତିଦିନ ଯୋଗାସନ କରିବା ଦ୍ଵାରା ମଧ୍ୟ ଅଧିକ ଲାଭବାନ ହେବେ । ଏହିସବୁ ନିୟମ ପାଳନ କଲେ ଆପଣ ପରିୟଡ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।