“Pintu ଭାଇ 25 ବର୍ଷ ହେଲା 50ରୁ ଅଧିକ ଫିଲ୍ମ କରିଛନ୍ତି, ତାଙ୍କ ପାଖରେ କଣ ଟଙ୍କା ନାହିଁ, ହାତ ପକେଇ ଭିକ ମାଗିବାକୁ… ଦେଖନ୍ତୁ କଣ କହିଲେ Rudra

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ଲିଭର ଟ୍ରାନ୍ସପ୍ଳାଣ୍ଟ ଖବର ଏବେ ସାରା ଓଡିଶାରେ ସବୁଠୁ ଚର୍ଚ୍ଚିତ ବିଷୟ । ଏହି ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବା ବେଳେ ପିଣ୍ଟୁ ନନ୍ଦ ଏଥିପାଇଁ ଓଡିଶାବାସୀଙ୍କ ସାହାଯ୍ୟ ଲୋଡିଛନ୍ତି । ଅନେକ ବଡ ବଡ କଳାକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ନିଜ ସକ୍ଷମ ଅନୁସାରେ ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟ କରୁଛନ୍ତି । ହେଲେ ଏହାରି ମଧ୍ୟରେ ଅନ୍ୟତମ ଓଡିଆ ଅଭିନେତା ରୁଦ୍ର ଏହି ମାମଲାକୁ ନେଇ ଖୁବ କାଟୁ କଥା କହିଛନ୍ତି ।

ରୁଦ୍ର କହିଛନ୍ତି ମୁଁ ପିଣ୍ଟୁ ଭାଇଙ୍କୁ ବହୁତ ସମ୍ମାନ କରେ । କିନ୍ତୁ ଏହି ସମୟରେ କିଛି କଥା ମୁଁ କହିବାକୁ ଚାହେଁ ଯାହା କାଟୁ ହେଲେ ବି ନିରାଟ ସତ୍ୟ । ଆଉ ଲୋକଙ୍କୁ ଏବେ ଠାରୁ ବାଟକୁ ଆଣିବା ନିହାତି ଜରୁରୀ । ହର ପଟ୍ଟନାୟକଙ୍କ ସମୟରୁ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଏଭଳି ଦାନଧର୍ମ ଚାଲି ଆସୁଛି । ଆଉ କେଉଁ ଇଣ୍ଡଷ୍ଟ୍ରିରେ ନାହିଁ, ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଏସବୁ ନୂଆ ନୂଆ ଘଟଣା ସବୁ ଦେଖିବାକୁ ମିଳୁଛି । ଲୋକଙ୍କ ଆଗରେ ହାତ ପତେଇ ଭିକ ମାଗିବାକୁ ଭାରି କଷ୍ଟ ଲାଗୁଛି ।

ପିଣ୍ଟୁ ନନ୍ଦ ଜଣେ 20 ରୁ 25 ବର୍ଷର କଳାକାର । ସେ 50ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ଏବଂ ତା’ ଛଡା ଅନେକ ଧାରାବାହିକ ଓ ଆଲବମ ଏବଂ ଷ୍ଟେଜ ପ୍ରୋଗ୍ରାମ ମଧ୍ୟ କରିଛନ୍ତି । ଏତେ ବର୍ଷ କାମ କରି ଇଣ୍ଡଷ୍ଟ୍ରି କଣ ତାଙ୍କୁ ପଇସା ଦେଇନି ? ଏତେ ବର୍ଷ କାମ କଲା ପରେ ବି ପିଣ୍ଟୁ ନନ୍ଦଙ୍କ ପାଖେ କଣ ପଇସା ନାହିଁ ?

ପିଣ୍ଟୁ ଭାଇ ଭଲ ପରିବାରରୁ ଆସିଛନ୍ତି ଓ ତାଙ୍କର ଅନେକ ଜ୍ଞାତି କୁଟୁମ୍ବ ଅଛନ୍ତି । ସେମାନେ କଣ ପିଣ୍ଟୁ ଭାଇଙ୍କୁ ସାହାଯ୍ୟ କରି ପାରିବେନି ? ତା’ ଛଡା ପିଣ୍ଟୁ ନନ୍ଦଙ୍କର ଅନ୍ୟ ବିଜନେସ ମଧ୍ୟ ଅଛି । ତଥାପି ତାଙ୍କୁ ଆଜି ଏମିତି ଟଙ୍କା ମାଗିବାକୁ ପଡୁଛି । ଲୋକେ ପଚାରୁଛନ୍ତି ସେ ପିଣ୍ଟୁ ନନ୍ଦ କଣ ଏମିତି ଟଙ୍କା ସାହାଯ୍ୟ ମାଗୁଛି ତା’ ପାଖରେ କଣ କିଛି ନାହିଁ ?

ଯେତିକି ରୋଜଗାର କରୁଛନ୍ତି ସେଥିରୁ ସଞ୍ଚୟ ନକରି କେବଳ ଦେଖାଣିଆ ଜୀବନଶୈଳୀ ପାଇଁ ଆଜି କଳାକାରଙ୍କ ପାଖେ ଟଙ୍କା ରହୁନି । ଏହା ଆମ ଓଡିଆ ଇଣ୍ଡଷ୍ଟ୍ରି ପ୍ରତି ଅସମ୍ମାନ ବୋଲି ମଧ୍ୟ କହିଛନ୍ତି ରୁଦ୍ର । ତେବେ ତାଙ୍କର ଏଭଳି କଡା ମନ୍ତବ୍ୟକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।