ଟ୍ରେନରେ ସିଟ୍ ନ ମିଳିବାରୁ ମହାଭାରତ କଲେ ମହିଳା, ଟ୍ରେନ ସାମ୍ନାରେ ଠିଆ ହୋଇ ଯାହା ସବୁ କଲେ ନା… ଥରେ ଦେଖନ୍ତୁ video

ମହିଳାଜଣକ ଟ୍ରେନ ଲାଇନ ଉପରେ ଠିଆ ହୋଇଛନ୍ତି ଆଉ ରାଗିକି କହୁଛନ୍ତି, ତୁ ହର୍ଣ୍ଣ ବଜା ଯେତେ ବଜେଇବୁ ବଜା… । ଏହାସହ ଆହୁରି କେତେ କଣ କହି ଯାଉଛନ୍ତି ମହିଳା । ଆଉ ଏହି ଘଟଣା ଏତେ ରୋଚକ ଥିଲା ଯେ ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ରାଉଲକେଲା ରେଲୱେ ଷ୍ଟେସନରେ ଦେଖିବାକୁ ମିଳିଛି ଏଭଳି ଏକ ରୋଚକ ଦୃଶ୍ୟ । ଘଟଣାଟି ହେଉଛି ମହିଳାଜଣକ ଟ୍ରେନରେ ଯାତ୍ରା କରିବା ପାଇଁ ଟିକେଟ କରିଥିଲେ । କିନ୍ତୁ କୌଣସି କାରଣରୁ ତାଙ୍କ ଟିକେଟ କନଫର୍ମ ହୋଇପାରି ନଥିଲା ।

ଯାହାଫଳରେ ମହିଳାଙ୍କ ରାଗ ପଞ୍ଚମରେ ଚଢି ଯାଇଥିଲା । ତାଙ୍କ ଟିକେଟ କାହିଁକି କନଫର୍ମ ହେଲା ନାହିଁ ବୋଲି ଟ୍ରେନ ସାମ୍ନାରେ ଠିଆ ହୋଇ ପ୍ରତିବାଦ କରିବା ସହ 20 ମିନିଟ ଯାଏଁ ଟ୍ରେନକୁ ଅଟକାଇ ଦେଇଥିଲେ । ଗତ 8 ତାରିଖରେ ଘଟିଥିବା ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି । ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ମହିଳା ଜଣକ ଯଶବନ୍ତପୁର ଯିବା ପାଇଁ ଯଶବନ୍ତପୁର ଟାଟା ଟ୍ରେନରେ ଟିକେଟ ବୁକିଂ କରିଥିଲେ ।

ହେଲେ ତାଙ୍କ ଟିକେଟ କନଫର୍ମ ହୋଇ ପାରି ନଥିଲା । ଯାହାପରେ ମହିଳା ଜଣକ ଷ୍ଟେସନ ଆସି ଯଶବନ୍ତପୁର ଟାଟା ଟ୍ରେନ ଆଗରେ ପ୍ରତିବାଦ କରିଥିଲେ । ମହିଳା ଚାହୁଁଥିଲେ କି ତାଙ୍କୁ କନଫର୍ମ ଟିକେଟ ମିଳୁ । କିନ୍ତୁ ତାଙ୍କୁ ଟିକେଟ ନ ମିଳିବାରୁ ଏଭଳି କାଣ୍ଡ କରିଥିଲେ ମହିଳା । ମହିଳାଙ୍କୁ ଟ୍ରେନ ସାମ୍ନାରେ ଠିଆ ହୋଇଥିବା ଦେଖି ଟ୍ରେନ ଚାଳକ ବାରମ୍ବାର ହର୍ଣ୍ଣ ବଜାଇଥିଲେ ମଧ୍ୟ ସେ ସେଠାରୁ ହଟି ନଥିଲେ ।

ଏହା ଦେଖି ଷ୍ଟେସନ ସୁରକ୍ଷାରେ ଥିବା RPF ଷ୍ଟାଫମାନେ ଯାଇ ମହିଳାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ମହିଳା ଜଣକ ତଥାପି ବୁଝିବାକୁ ପ୍ରସ୍ତୁତ ନଥିଲେ । ଷ୍ଟେସନ ମ୍ୟାନେଜର ଓ ସୁରକ୍ଷା ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିଥିଲେ । ଯାହାପରେ ଟ୍ରେନ ସାମ୍ନାରୁ ହଟିଥିଲେ ଉକ୍ତ ମହିଳା । ମହିଳା ସେଠାରୁ ହଟିବା ପରେ ଟ୍ରେନଟି ଷ୍ଟେସନ ଛାଡିଥିଲା ।

ତେବେ ସେଠାରୁ ତାଙ୍କୁ ଅନ୍ୟ ଏକ ଟ୍ରେନରେ ଯଶବନ୍ତପୁର ପଠା ଯାଇଥିବା ସୂଚନା ଦେଇଛନ୍ତି ରାଉଲକେଲା ଷ୍ଟେସନ ମାଷ୍ଟର ପ୍ରଭାସ ଦାସ । ତେବେ ସିଟ୍ ପାଇଁ ମହିଳା ଯେଉଁ ହାଇଡ୍ରାମା କଲେ ଏବେ ସବୁଠି ଏହାକୁ ନେଇ ଚର୍ଚ୍ଚା ଚାଲିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।