T20 WC ରୁ ବିଦା ହେବା ପରେ କୋଚ୍ Rahul Dravid ଙ୍କ ବଡ ବୟାନ, ଦଳରେ Rohit ଓ Virat ଙ୍କ ସ୍ଥାନ ନେଇ କହିଦେଲେ କିଛି ଏମିତି…

ଟି-20 ବିଶ୍ଵକପରେ ସୁପର-12 ପର୍ଯ୍ୟାୟରେ ଟିମ୍ ଇଣ୍ଡିଆ ଟେବୁଲ ଟପର୍ ଥିବାବେଳେ ଫ୍ୟାନ୍ସଙ୍କ ମଧ୍ୟରେ ବିଶ୍ଵକପ ଜିତିବାର ଆଶା ବଢି ଯାଇଥିଲା । ଅନ୍ୟପଟେ ପାରମ୍ପରିକ ପ୍ରତିଦ୍ଵନ୍ଦୀ ପାକିସ୍ତାନ ବୁଧବାର ଦିନ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପହଞ୍ଚିବା ପରେ ଇଣ୍ଡିଆ ଓ ପାକିସ୍ତାନ ମଧ୍ୟରେ ଏକ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଫାଇନାଲ ମ୍ଯାଚକୁ ସମସ୍ତେ ଉତ୍ସାହିତ ଥିଲେ ।

ଟିମ୍ ଇଣ୍ଡିଆ ଫାଇନାଲ ମ୍ଯାଚରେ ପୁଣି ଥରେ ପାକିସ୍ତାନକୁ ପରାସ୍ତ କରି 2007 ର ଇତିହାସ ପୁନାରାବୃତ୍ତି କରିବ ବୋଲି ଭାରତୀୟ କ୍ରିକେଟପ୍ରେମୀ ମାନେ ଆଶା ବାନ୍ଧି ବସିଥିଲେ । କିନ୍ତୁ ଦଳ ଖରାପ ପ୍ରଦର୍ଶନ କରି ଇଂଲଣ୍ଡ ଠାରୁ ସେମିଫାଇନାଲ ମ୍ଯାଚ ହାରିବା ପରେ ସବୁ ଆଶାର ଅନ୍ତ ଘଟିଛି । ଏହି ପରାଜୟ ପାଇଁ ଦଳର ଅନେକ ସିନିୟର ଖେଳାଳିଙ୍କ ଉପରେ ଆଙ୍ଗୁଳି ଉଠିବାରେ ଲାଗିଛି ।

ଦଳରେ ଅଧିନାୟକ ରୋହିତ ଶର୍ମାଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅଶ୍ବିନଙ୍କ ଅସ୍ଥିତ୍ଵକୁ ନେଇ ଲୋକେ ପ୍ରଶ୍ନ କରିବା ଆରମ୍ଭ ଦେଇଛନ୍ତି । ତେବେ ଏ ସମ୍ବନ୍ଧରେ ଦଳର କୋଚ୍ ରାହୁଲ ଦ୍ରାବିଡଙ୍କୁ ପ୍ରଶ୍ନ ପଚରା ଯିବାରୁ ଦ୍ରାବିଡ ଉତ୍ତର ଦେଇଛନ୍ତି କି, “ବର୍ତ୍ତମାନ ସିନିୟର କ୍ରିକେଟରଙ୍କ ଭବିଷ୍ୟତକୁ ନେଇ କିଛି ବି ଟିପ୍ପଣୀ ଦେବା ଉଚିତ ହେବନାହିଁ ।

2024 ରେ ହେବାକୁ ଥିବା ଟି-20 ବିଶ୍ଵକପ ପାଇଁ ଏବେ ଯଥେଷ୍ଟ ସମୟ ବାକି ଅଛି ।” ଚଳିତ ବର୍ଷ ଟି-20 ରୁ ବିଦା ହେଉ ହେଉ ରାହୁଲ ଦ୍ରାବିଡ 2024 ଟି-20 ବିଶ୍ଵକପକୁ ନେଇ ଏଭଳି କହିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଚଳିତ ବିଶ୍ଵକପରେ ବିରାଟ କୋହଲି ବେଶ ଭଲ ପ୍ରଦର୍ଶନ କରିଥିବା ବେଳେ ଅନ୍ୟ ସିନିୟର ଖେଳାଳି ଅକୃତକାର୍ଯ୍ୟ ହୋଇଥିଲେ ।

ଯେଉଁମାନେ ଚଳିତ ବିଶ୍ଵକପରେ ସଠିକ ଢଙ୍ଗରେ ଖେଳିବାକୁ ଅସମର୍ଥ ହେଲେ ସେମାନେ କଣ 2024 ରେ ହେବାକୁ ଥିବା ବିଶ୍ଵକପରେ ଭଲ ପ୍ରଦର୍ଶନ କରିପାରିବେ ? ରାହୁଲ ଦ୍ରାବିଡଙ୍କ ମନ୍ତବ୍ୟ ପରେ ଏବେ ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଠୁଛି । ଉଭୟ ଅଧିନାୟକ ଏବଂ ବ୍ୟାଟ୍ସମ୍ୟାନ ଭାବେ ରୋହିତ ଶର୍ମା ଭାରତୀୟ କ୍ରିକେଟ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ଅଶ୍ଵିନଙ୍କୁ ସୁଯୋଗ ମିଳିଥିଲେ ମଧ୍ୟ ସେ ବି ଖରାପ ପ୍ରଦର୍ଶନ କରିଥିଲେ ।

ଏପରିକି ମିଷ୍ଟର ଫିନିଶର ଭାବେ ଦଳରେ ସ୍ଥାନ ମିଳିଥିବା ଅନ୍ଯତମ ସିନିୟର ଖେଳାଳି ଦିନେଶ କାର୍ତ୍ତିକ ମଧ୍ୟ ସମସ୍ତଙ୍କ ଆଶାକୁ ନିରାଶାରେ ପରିଣତ କରି ଦେଇଛନ୍ତି । ତେବେ ଦଳରେ ବଡ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସିଧାସଳଖ କହିବା ବଦଳରେ ରାହୁଲ ଦ୍ରାବିଡ ବୁଲେଇ ବଙ୍କେଇ ଏଭଳି ମନ୍ତବ୍ୟ ଦେବାକୁ ଅନେକ ଫ୍ୟାନ୍ସ ସମାଲୋଚନା କରୁଛନ୍ତି । ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।