ଏହି ଘଟଣା ପରଠୁ Sania ଓ Shoaib ଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିଲା ଫାଟ, ଶେଷରେ ସତ ସାମ୍ନାକୁ ଆସିଲା, ପରସ୍ପର ଠାରୁ ଅଲଗା ହେଲେ ଏହି ଷ୍ଟାର ଦମ୍ପତ୍ତି

ବିବାହର 12 ବର୍ଷ ପରେ ଅଲଗା ହୋଇଗଲେ ସାନିଆ ଓ ଶୋଏବ । ଖେଳ ଜଗତର ବେଶ ଚର୍ଚ୍ଚିତ ଓ ଲୋକପ୍ରିୟ ଷ୍ଟାର ଦମ୍ପତ୍ତି ସାନିଆ ମିର୍ଜା ଏବଂ ଶୋଏବ ପରସ୍ପର ଠାରୁ ଅଲଗା ହୋଇଥିବା ଖବର ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । କିଛିଦିନ ଧରି ସାନିଆ ଓ ଶୋଏବଙ୍କ ବିବାହ ବିଚ୍ଛେଦ ଖବର ସୋସିଆଲ ମିଡିଆର ଶିରୋନାମା ସାଜିଥିଲା । ଆଉ ଏବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅଲଗା ହୋଇ ଯାଇଛନ୍ତି ଏହି ଦୁଇ ଷ୍ଟାର ଖେଳାଳି ।

ସାନିଆ ଓ ଶୋଏବଙ୍କର କିଛି ନିକଟତମ ବନ୍ଧୁ ସେମାନଙ୍କ ବିବାହ ବିଚ୍ଛେଦ ନେଇ ସ୍ପଷ୍ଟ କରିଛନ୍ତି । ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଆଇନଗତ ଭାବେ ସାନିଆ ଓ ଶୋଏବ ପରସ୍ପର ଠାରୁ ଅଲଗା ହୋଇ ସାରିଛନ୍ତି । ତେବେ ଉମେଶ ସାନ୍ଧୁ ନାମକ ଜଣେ ଆତ୍ମଘୋଷିତ ଚଳଚ୍ଚିତ୍ର ସମୀକ୍ଷକ ଟ୍ବିଟ କରି ଏହି ବିବାହ ବିଚ୍ଛେଦ ଖବର ଦେଇଛନ୍ତି । 12 ବର୍ଷ ତଳେ ଟେନିସ ସେନ୍ସେସନ ସାନିଆ ମିର୍ଜା ଓ ପାକିସ୍ତାନର ଷ୍ଟାର କ୍ରିକେଟର ଶୋଏବ ମଲିକଙ୍କ ପ୍ରେମ ଏବଂ ବିବାହକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲା ।

ସେତେବେଳେ ଏହି ଷ୍ଟାର ଦମ୍ପତ୍ତିଙ୍କ ବିବାହ ସବୁଠୁ ହଟ୍ ଟପିକ୍ ରହିଥିବା ବେଳେ ଏବେ ଏମାନଙ୍କ ବିବାହ ବିଚ୍ଛେଦ ମଧ୍ୟ ସବୁଠୁ ହଟ୍ ଟପିକ୍ ପାଲଟିଛି । ସାନିଆ ଓ ଶୋଏବ 2010 ରେ ବିବାହ କରିଥିବା ବେଳେ 2018 ରେ ସେମାନେ ଏକ ପୁତ୍ର ସନ୍ତାନର ସୌଭାଗ୍ୟ ଲାଭ କରିଥିଲେ । ଏହାପରେ ଉଭୟଙ୍କ ବୈବାହିକ ଜୀବନରେ ଫାଟ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା । ତେବେ ସାନିଆ କିମ୍ବା ଶୋଏବ ନିଜ ବୈବାହିକ ଜୀବନ ସମ୍ବନ୍ଧରେ କେବେବି ମୁହଁ ଖୋଲି ନାହାନ୍ତି ।

ତଥାପି ସେମାନଙ୍କ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଥିବା ବେଶ ଭଲଭାବେ ଜଣା ପଡୁଥିଲା । ତେବେ ଏହାରି ମଧ୍ୟରେ ସ୍ପଷ୍ଟ ହୋଇସାରିଛି ଯେ, ସାନିଆ ଓ ଶୋଏବ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି । ନିକଟରେ ସାନିଆ ପୁଅ ଇଜହାନ ସହ ଏକ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରି ଲେଖିଥିଲେ, “ଆଗକୁ କଠିନ ଦିନର ସାମ୍ନା କରିବାକୁ ପଡିବ” । ଏହାପରେ ସାନିଆ ଓ ଶୋଏବ ଏକାଠି ହୋଇ ପୁଅ ଇଜହାନର ଜନ୍ମଦିନ ପାଳନ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ପୁଅ ଜନ୍ମଦିନ ଫଟୋ ଶୋଏବ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଥିବା ବେଳେ ସାନିଆ କିନ୍ତୁ କୌଣସି ଫଟୋ ଶେୟାର କରି ନଥିଲେ । ସାନିଆ ଓ ଶୋଏବଙ୍କ ମଧ୍ୟରେ କିଛି ମନୋମାଳିନ୍ୟ ହୋଇଥିବା ନେଇ ପାକିସ୍ତାନୀ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ସେମାନଙ୍କ ବିବାହ ବିଚ୍ଛେଦ ମାମଲା ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।