ପାଦରେ ପାଉଁଜି ପିନ୍ଧିବାର ପ୍ରକୃତ ରହସ୍ୟ, ଜାଣନ୍ତୁ Astrologer Pragyan Tripathy ଙ୍କ ଠାରୁ ଏହି ଖାସ୍ କଥା

ପାଦର ପାଉଁଜି କଣ ଶୁଭତା ଆଣିଥାଏ ? ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ପ୍ରଜ୍ଞା ତ୍ରିପାଠୀଙ୍କ ଠାରୁ । ରୂପା ପାଉଁଜି ଚନ୍ଦ୍ରମାଙ୍କୁ ବୁଝାଏ ଏବଂ ପାଦ ହେଉଛି ଦ୍ଵାଦଶ ଭାବ ଯାହାକି ଗୁରୁଗ୍ରହ ବୃହସ୍ପତିଙ୍କ ଘର । ତେଣୁ ଆମ ପାଦକୁ ସବୁବେଳେ ସଫା ରଖିବା ଉଚିତ । ବୃହସ୍ପତିଙ୍କ ଘର ତଥା ଆମ ପାଦକୁ ସଫା ରଖିବା ଦ୍ଵାରା ଆମ ଦ୍ଵାଦଶ ଭାବ ସୁନ୍ଦର ଫଳ ଦେଇଥାଏ । ଦ୍ଵାଦଶ ଭାବ ଖରାପ ଥିଲେ ବ୍ୟକ୍ତିଙ୍କୁ ଜେଲ୍ ବା କୋର୍ଟକଚେରୀ ମାମଲାରେ ଛନ୍ଦି ହେବାକୁ ପଡିଥାଏ, କୌଣସି ମୂଲ୍ଯବାନ ଜିନିଷ ଚୋରି ହୋଇଯାଏ କିମ୍ବା ବ୍ୟକ୍ତି ନିଜେ ନିଖୋଜ ହୋଇଯାନ୍ତି ।

ପାଦକୁ ସଫା ରଖିବା ଦ୍ଵାରା ଏବଂ ପାଦରେ ପାଉଁଜି ପିନ୍ଧିବା ଦ୍ଵାରା ଦ୍ଵାଦଶ ଭାବର ସକାରାତ୍ମକ ଫଳ ଆମେ ପ୍ରାପ୍ତ କରିଥାଉ । ପାଦଟି ହେଉଛି ମୀନ ରାଶି ଓ ମୀନ ରାଶି ହେଉଛି ଜଳତତ୍ତ୍ଵର ରାଶି ଏବଂ ଜଳତତ୍ତ୍ଵର ଅଧିପତି ହେଉଛନ୍ତି ବୃହସ୍ପତି । ପାଦରେ ପାଉଁଜି ପିନ୍ଧିବା ଦ୍ଵାରା ଏହା କାଳପୁରୁଷର ଚତୁର୍ଥ ଭାବ ତଥା ଚନ୍ଦ୍ରମାଙ୍କ ଘର ହେଲା । ଚନ୍ଦ୍ରମା ମଧ୍ୟ ଜଳତତ୍ତ୍ଵ ଅଟନ୍ତି । ତେଣୁ ଚନ୍ଦ୍ରମାଙ୍କ ସହ ବୃହସ୍ପତି ମିଶିଲେ ସେଠାରେ ଗୁରୁଚାନ୍ଦ୍ରି ଯୋଗ ସୃଷ୍ଟି ହୋଇଥାଏ ।

ରୂପାର ପାଉଁଜି ପିନ୍ଧିବା ଦ୍ଵାରା ଆମ ମନ ସନ୍ତୁଳିତ ରହିଥାଏ । ପୂର୍ବ କାଳରେ ବୋହୂମାନେ ପାଉଁଜି ପିନ୍ଧିଲେ ତା’ର ଶବ୍ଦରୁ ଘରର ଗୁରୁଜନ ମାନେ ଜାଣି ନିଅନ୍ତି କି ବୋହୂ ଆସୁଛି । ତେଣୁ ସେମାନେ ଯାହାବି କରୁଥାନ୍ତ ସତର୍କ ହୋଇଯାନ୍ତି । ଆଜିକାଲି ବହୁତ କମ୍ ଲୋକ ପାଉଁଜି ପିନ୍ଧୁଛନ୍ତି, କିନ୍ତୁ ଏହାର ଧାର୍ମିକ ମହତ୍ଵ ରହିଛି ।

ପାଉଁଜି ପିନ୍ଧିବା ଦ୍ଵାରା ଚନ୍ଦ୍ର ଏବଂ ବୃହସ୍ପତି ବଳବାନ ହୋଇଥାନ୍ତି, ଗୁରୁଚାନ୍ଦ୍ରି ଯୋଗ ସୃଷ୍ଟି ହୁଏ, ଦ୍ଵାଦଶ ଭାବ ଓ ଚତୁର୍ଥ ଘର ସକ୍ରିୟ ରହିବ ଏବଂ ମନ ସନ୍ତୁଳିତ ରହିବ । ଚନ୍ଦ୍ରମା ଯେଉଁଠି ନକରାତ୍ମକ ଫଳ ଦେଇଥାନ୍ତି ସେମାନଙ୍କର ମନ ବହୁତ ବିଚଳିତ ରୁହେ । ତେଣୁ ପାଉଁଜି ପିନ୍ଧିବା ଦ୍ଵାରା ମନକୁ ବଶରେ ରଖିହେବ । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାଉଁଜିରେ ଘୁଙ୍ଗୁର ଲାଗିବା ନିହାତି ଜରୁରୀ ।

ଶବ୍ଦ ଏକାଦଶ ଭାବକୁ ବୁଝାଇଥାଏ । ପାଉଁଜିର ଶବ୍ଦରେ ଆମର ଏକାଦଶ ଭାବ ଯାହାକି ଲାଭର ସ୍ଥାନ, ତାହା ମଧ୍ୟ ସକ୍ରିୟ ହୋଇଥାଏ । ପାଉଁଜି ପିନ୍ଧିବା ଦ୍ଵାରା ଅର୍ଥ ସମସ୍ଯା ଦୂର ହୋଇଥାଏ । କିନ୍ତୁ ପାଦରେ କେବେବି ସୁନାର ପାଉଁଜି ପିନ୍ଧିବା ଉଚିତ ନୁହେଁ । ଏହାଦ୍ବାରା ମନରେ ଅହଂକାର ବଢିଯାଏ ଓ ସୁନା ପ୍ରତି ଏହା ଅପମାନ ମଧ୍ୟ ହୋଇଥାଏ ।

ଆଉ ଏକ ଖାସ କଥା ହେଉଛି, ମା’ କିମ୍ବା ଶାଶୁ ଅନେକ ଦିନ ଧରି ପିନ୍ଧିଥିବା ପାଉଁଜିକୁ ଗୋଡରେ ଧାରଣ କରିବା ସବୁଠୁ ଅଧିକ ଶୁଭଫଳ ଦେଇଥାଏ । ଏହା ଆମ ସମ୍ପର୍କକୁ ଠିକ ରଖିବା ସହ ଚନ୍ଦ୍ରମା ଶକ୍ତିଯୁକ୍ତ ହୋଇଯାନ୍ତି । ଚନ୍ଦ୍ରମା ସଂପୂର୍ଣ୍ଣ ଭାବେ ମନର କାରକ ।

ତେଣୁ ପାଉଁଜି ପିନ୍ଧିଲେ ମନ ଶାନ୍ତ ରହିବ, ଘରକୁ ଅର୍ଥ ଆସିବ, ଦ୍ଵାଦଶ ଭାବ ଭଲ ରହିବ ଏବଂ ଚତୁର୍ଥ ଘରେ ଚନ୍ଦ୍ରମା ଓ ବୃହସ୍ପତିଙ୍କ ଦ୍ଵାରା ଶୁଭ ଯୋଗ ପ୍ରାପ୍ତି ହେବ । ତେଣୁ ନିୟମିତ ପାଉଁଜି ପିନ୍ଧନ୍ତୁ ଦେଖିବେ ଆପଣଙ୍କ ପାଖେ ଅର୍ଥର କୌଣସି ଅଭାବ ରହିବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।