କାହିଁକି ରାତିରେ କାନ୍ଦନ୍ତି କୁକୁର ? କୁକୁର ରାତିରେ ଭୋକିବାର ପ୍ରକୃତ କାରଣ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେଇଦେବେ

ହିନ୍ଦୁଧର୍ମ ପୁରାଣରେ କୁକୁରକୁ ଯମଙ୍କ ଦୂତ ବୋଲି କୁହାଯାଇଛି ଏବଂ ଭୈରବ ବାବାଙ୍କ ସେବକ ବୋଲି ମଧ୍ୟ କୁହାଯାଏ । ତେଣୁ କୁକୁରଙ୍କ ସେବା କରିବା ବାବା ଭୈରବଙ୍କ ସେବା କରିବା ସହ ସମାନ ହୋଇଥାଏ । କୁକୁର ବହୁ ସମ୍ବେଦନଶୀଳ ଏବଂ ଚାଲାଖ ହେବାସହ ଭଲ ସାଥି ମଧ୍ୟ ହୋଇଥାଏ । ହେଲେ କୁକୁର ରାତିରେ ଭୋକିବାକୁ କାନ୍ଦିବା ବୋଲି କୁହାଯାଏ । କୁକୁର କାନ୍ଦିବାକୁ ଅଶୁଭ ମଧ୍ୟ ମାନାଯାଏ । ଚାଲନ୍ତୁ ଜାଣିବା ଏହା ପଛରେ ଥିବା ପ୍ରକୃତ କାରଣ ।

ହିନ୍ଦୁଧର୍ମରେ କୁକୁରକୁ ଏକ ରହସ୍ୟମୟ ପ୍ରାଣୀ ବୋଲି କୁହାଯାଏ । କୁକୁର ମନୁଷ୍ୟର ବହୁତ ଭଲ ମିତ୍ର ହୋଇଥାଏ । କୁକୁରଙ୍କୁ ଅଳ୍ପ ଟିକେ ସ୍ନେହା ଶ୍ରଦ୍ଧା ଦେଲେ ସେମାନେ ନିଜ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ । ଶ୍ରୀକୃଷ୍ଣ ମଧ୍ୟ କହିଛନ୍ତି, କୁକୁରକୁ ଘରେ ରଖିବା ତା’ର ସେବା କରିବା ଓ ଭଲପାଇବା ପାପ ନୁହେଁ ବୋଲି । ବରଂ ଏହା ଅତ୍ୟନ୍ତ ପୁଣ୍ୟର କାମ ଅଟେ । କିନ୍ତୁ ରାତି ସମୟରେ ପ୍ରାୟତଃ କୁକୁରମାନେ ଜୋରରେ କାନ୍ଦିବା ଏବଂ ଭୋକିବାର ଶୁଣାଯାଏ ।

ତେଣୁ କୁହାଯାଏ ଯେ, କୁକୁରମାନେ ପ୍ରେତାତ୍ମା ମାନଙ୍କୁ ଦେଖି ପାରନ୍ତି, ସେଥିପାଇଁ କାନ୍ଦନ୍ତି କିମ୍ବା ଭୋକିଥାନ୍ତି । ଆହୁ କିଛି ଲୋକ ଏହା ମଧ୍ୟ କହିଥାନ୍ତି ଯେ, କୁକୁର ମାନଙ୍କୁ ମନୁଷ୍ୟର ମୃତ୍ୟୁର ଖବର ଆଗରୁ ସୂଚନା ମିଳିଯାଏ, ତେଣୁ ସେମାନେ ଜୋର ଜୋରରେ କାନ୍ଦିବା ସହ ଭୋକିଥାନ୍ତି । ତେବେ ଏସବୁ କଥା କେତେ ସତ ଓ କେତେ ମିଛ ତାହା ତ କେବଳ  ଭଗବାନ ହିଁ ଜାଣନ୍ତି ।

ଆପଣ ଦେଖିଥିବେ ଯଦି ଗୋଟିଏ ଇଲାକାର କୁକୁର ଆଉ ଏକ ଇଲାକାକୁ ଚାଲିଯାଏ ତେବେ ତାକୁ ସେଠାକାର କୁକୁରମାନେ ଭୋକିବା ସହ ତଡି ଦିଅନ୍ତି । କୁକୁରଙ୍କୁ ଶାନ୍ତ ସ୍ଥିତି ପସନ୍ଦ ହୋଇଥାଏ । ସେମାନଙ୍କୁ ଅଧିକ ଶବ୍ଦ, ବାସନକୁସନ ଶବ୍ଦ ଓ ଗାଡିମଟର ଶବ୍ଦ ବିଲକୁଲ ପସନ୍ଦ ନୁହେଁ ।

ତେଣୁ ଏଭଳି ଶବ୍ଦ ଶୁଣିଲେ ଏହାର ବିରୋଧ କରି ସେମାନେ ଭୋକିଥାନ୍ତି । ସେମାନେ ନିଜ ଭୋକିବାରେ ନିଜ ରାଗ, ଅଭିମାନ ଓ ଭଲପାଇବାକୁ ଦର୍ଶାଇଥାନ୍ତି । ତେବେ ଭୋକିବା କୁକୁରଙ୍କର ଏକ ସ୍ଵାଭାବିକ ସ୍ଵଭାବ । କିନ୍ତୁ ଆମ ଭଳି ମଣିଷ ଏହାକୁ ଅଶୁଭ ଓ ଖରାପ ବୋଲି କହିଥାନ୍ତି ।

କୁକୁରମାନେ ବହୁତ ବିଶ୍ଵସ୍ତ ଓ ମଣିଷ ସହ ନିଜ ଭାବନା ଯୋଡି ପାରନ୍ତି । କୁକୁର ଏମିତି ଏକ ଜୀବ ଯିଏ ମଣିଷ ଜାତି ସହ ଅଧିକ ସମୟ ଅତିବାହିତ କରେ । ତେଣୁ ସେମାନେ ମଣିଷର ଦରକାରୀ ଓ ଅଦରକାରୀ ଜିନିଷକୁ ଚିହ୍ନଟ କରିପାରନ୍ତି । ବିପଦ ଆସିବା ଆଗରୁ ସତର୍କ ମଧ୍ୟ କରାନ୍ତି ।

କୁକୁର କେବେ ତା’ ପ୍ରିୟ ମଣିଷକୁ ଧୋକା ଦିଏନାହିଁ । ସେଥିପାଇଁ ଆମକୁ ହିଁ ଚିନ୍ତାଧାରା ବଦଳାଇବା ହେବ । ଏଭଳି ନିରୀହ ଜୀବଙ୍କୁ ଅଶୁଭ ଓ ନିଷ୍ଠୁର କହି ଅନେକ ଲୋକ ଛଟପଟ କରି ମାରିଦିଅନ୍ତି । ଏହା ନିହାତି ଭାବେ ଏକ ବଡ ପାପ ଅଟେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।