ଅନିୟମିତ ଋତୁସ୍ରାବ ହୋଇପାରେ ହାର୍ଟ ଆଟାକ୍ ର କାରଣ, PCOS ସମସ୍ଯା ଥିବା ମହିଳାଙ୍କୁ ହୃଦଘାତ ହେବା ଆଶଙ୍କା ଅଧିକ ରହିଥାଏ !

ଏକ ଗବେଷଣାରୁ ଋତୁସ୍ରାବକୁ ନେଇ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଯଦି ନିୟମିତ ଋତୁସ୍ରାବ ହେଉନାହିଁ ଏବଂ ଶରୀରରେ ହରମୋନ ଅସନ୍ତୁଳନ ହେଉଛି ତେବେ ଏହା ଆପଣଙ୍କ ପାଇଁ ହାର୍ଟ ଆଟାକ୍ ର କାରଣ ସାଜିପାରେ । ଗବେଷଣାରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରାୟ ଏକ ତୃତୀୟାଂଶ ମହିଳାଙ୍କ ଠାରେ ଏଭଳି ସମସ୍ଯା ଦେଖା ଯାଉଥିବା ଚିହ୍ନଟ କରାଯାଇଛି । PCOS ପୀଡ଼ିତାଙ୍କୁ ହୃଦଘାତ ହେବାର ସମ୍ଭାବନା ରହିଛି ବୋଲି ଏହି ଅଧ୍ୟୟନରୁ ଜଣାପଡିଛି ।

ଋତୁସ୍ରାବରେ ଯଦି ଅନିୟମିତତା ଦେଖା ଦେଉଛି ତେବେ ଏହାର ପ୍ରଭାବ ହାର୍ଟ ଉପରେ ମଧ୍ୟ ପଡିଥାଏ ବୋଲି କୁହାଯାଉଛି । PCOS ସମସ୍ଯା ଥିଲେ ମେଦବହୁଳତା ସମସ୍ଯା ଦେଖାଦିଏ ଏବଂ କେଶ ଝଡିବା ଭଳି ସମସ୍ଯା ମଧ୍ୟ ହୋଇଥାଏ । କେବଳ ସେତିକି ନୁହେଁ ଏହାଛଡା PCOS ର ଆହୁରି ଅନେକ ଲକ୍ଷଣ ମଧ୍ୟ ଦେଖିବାକୁ ମିଳେ । କେଶ ଝଡିବା, ମେଦବହୁଳତା, ଋତୁଚକ୍ରରେ ଅନିୟମିତତା ଆଦି PCOS ର ଲକ୍ଷଣ ବୋଲି କୁହାଯାଏ । କିନ୍ତୁ ଏହାଦ୍ବାରା ହାର୍ଟ ଆଟାକ୍ ର ମଧ୍ୟ ଆଶଙ୍କା ରହିଥାଏ ।

ଯାହାକି ଅନେକଙ୍କ ଚିନ୍ତା ବଢାଇ ଦେଇଛି । କାରଣ ଆଜିକାଲି ଅଧିକାଂଶ ମହିଳାଙ୍କ ଠାରେ ଏହି PCOS ସମସ୍ଯା ରହିଛି । PCOS ଅତ୍ୟଧିକ ବଢିଗଲେ ମାସିକ ଋତୁଚକ୍ରରେ ବ୍ୟତିକ୍ରମ ହୋଇଥାଏ, ମୁହଁ ଏବଂ ଶରୀରର ଅନ୍ୟ ଅଙ୍ଗରେ ମାତ୍ରାଧିକ କେଶ ବଢିଥାଏ , ମୁଣ୍ଡରୁ କେଶ ଝଡିଥାଏ, ମେଦବହୁଳତା ସମସ୍ଯା ଦେଖାଯିବା, ତ୍ଵଚା ଅଧିକ ତୈଳଯୁକ୍ତ ରହିବା, ବ୍ରଣ ହେବା ଆଦି ଲକ୍ଷଣ PCOS ସମସ୍ୟାରେ ଦେଖାଯାଏ ।

ହରମୋନରେ ଅସନ୍ତୁଳନତା ହେଲେ ଋତୁସ୍ରାବରେ ଅନିୟମିତତା ହେବା ଭଳି ଏହା ହାର୍ଟ ଆଟାକ୍ ସମ୍ଭାବନା ମଧ୍ୟ ବୃଦ୍ଧି କରିଥାଏ ବୋଲି ଜଣାପଡିଛି । ଯେହେତୁ ଅଧିକାଂଶ ମହିଳାଙ୍କ ଠାରେ ଏହି ସମସ୍ଯା ଦେଖିବାକୁ ମିଳେ ତେଣୁ ହାର୍ଟ ଆଟାକ୍ ସମସ୍ଯା ମଧ୍ୟ ସମସ୍ତଙ୍କର ମୁଣ୍ଡବିନ୍ଧା କାରଣ ପାଲଟିଲାଣି । ତେଣୁ ଯଥା ସମୟରେ PCOS ର ଚିକିତ୍ସା କରାଇବା ଉଚିତ । ନଚେତ ଏହା ମାରାତ୍ମକ ମଧ୍ୟ ହୋଇପାରେ ।

ଏଥିରୁ ରକ୍ଷା ପାଇବା ପାଇଁ  ନିୟୟତ ବ୍ୟାୟାମ କରନ୍ତୁ, ଅତ୍ୟଧିକ ଚିନ୍ତା କରନ୍ତୁ ନାହିଁ, ଯେତେ ସମ୍ଭବ ତେଲଚର୍ବି ଓ ମସଲାଯୁକ୍ତ ଖାଦ୍ଯ ବାରଣ କରନ୍ତୁ ଏବଂ ଠିକ ସମୟରେ ନିଦ୍ରା ଯାଆନ୍ତୁ ଓ ଠିକ ସମୟରେ ଉଠନ୍ତୁ । ତଥାପି ସମସ୍ଯା ରହୁଥିଲେ ଡାକ୍ତରଙ୍କ ପରାମର୍ଶରେ ନିଶ୍ଚିତ ଚିକିତ୍ସା କରାନ୍ତୁ । ଫଳରେ ହାର୍ଟ ଆଟାକ୍ ଭଳି ସମସ୍ଯାକୁ ମଧ୍ୟ ଆପଣ ଏଡାଇ ଦେଇପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।