ତିନି ବର୍ଷରେ 10 ଲକ୍ଷ ଘରକୁ ପଠେଇଲୁ ଆମେ ବହୁତ ଖୁସି ଆମ ପରିବାର ବି ବହୁତ ଖୁସି… ଦେଖନ୍ତୁ video

ଦେଶରେ ବେରୋଜଗାରୀ ସମସ୍ଯା ବଢୁଥିବା ବେଳେ ଓରମାସ ଏବଂ ଆଇଡିଆଲ ଭଳି କମ୍ପାନୀ ବିଭିନ୍ନ ଟ୍ରେନିଂ ପ୍ରୋଗ୍ରାମ ମାଧ୍ୟମରେ ଯୁବତୀ ମାନଙ୍କୁ ରୋଜଗାର ଯୋଗାଇବାରେ ସକ୍ଷମ ହୋଇଛି । ଯୁବତୀମାନେ ଯେପରି ନିଜ ଗୋଡରେ ନିଜେ ଠିଆ ହୋଇପାରିବେ ଏଥିପାଇଁ ଏକ ସୁନ୍ଦର ପ୍ରୟାସ କରିଥିଲେ ଏହି କମ୍ପାନୀ ଦ୍ୱୟ । ଏହି କମ୍ପାନୀର ମ୍ୟାନେଜର ପ୍ରଫୁଲ୍ଲ ସାର୍ ଙ୍କ ସହାୟତାରେ ପ୍ରଥମେ ଯୁବତୀ ମାନଙ୍କୁ ସିଲେଇ ଟ୍ରେନିଂ ଦିଆ ଯାଇଥିଲା । ଏଥିପାଇଁ ସେମାନଙ୍କୁ ସ୍ଵତନ୍ତ୍ର ଟ୍ରେନିଂ ସେଣ୍ଟର ଯୋଗାଇ ଦିଆ ଯାଇଥିଲା ।

ସିଲେଇ ଶିଖିବା ପାଇଁ ଇଚ୍ଛୁକ ଥିବା ଯୁବତୀ ମାନଙ୍କୁ ସେହି ଟ୍ରେନିଂ ସେଣ୍ଟର ମାନଙ୍କରେ ଟ୍ରେନିଂ ଦିଆ ଯାଇଥିଲା । ଟ୍ରେନିଂ ନେବା ପରେ ସେମାନଙ୍କୁ ତିରୁପୁର ଯାଇ କାମ କରିବାକୁ ସୁଯୋଗ ମିଳିଥିଲା । ସେଠାରେ ପ୍ରାୟ ୧୦ ମାସ ପାଖାପାଖି କାମ କରିଥିଲେ ହି ଝିଅମାନେ । ତା’ପରେ ଏକ ସ୍ଵତନ୍ତ୍ର ଇଣ୍ଟରଭ୍ୟୁ ଦେଇ ସେମାନେ କାମ କରିବାକୁ ଜୋର୍ଡନ ଯାଇଥିଲେ । ଏନେଇ ଓରମାସ ଓ ଆଇଡିଆଲ ସମସ୍ତ ବ୍ୟବସ୍ଥା କରିଥିଲା ।

ଜୋର୍ଡନରେ ପ୍ରାୟ ତିନି ବର୍ଷରୁ ଉର୍ଦ୍ଧ୍ଵ ସମୟ ରହି ସେଠାରେ କାମ କରି ଏବେ ଓଡିଶା ଫେରିଛନ୍ତି ଏହି ଯୁବତୀମାନେ । ସେଠାରେ କାମ କରି ଝିଅମାନେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଲେଖାଏଁ ଟଙ୍କା ରୋଜଗାର କରି ଫେରିଛନ୍ତି । ଏବେ ସେମାନେ ଚାହିଁଲେ ଭାରତରେ ରହି କାମ କରିପାରିବେ ନଚେତ ସେମାନେ ଚାହିଁଲେ ପୁଣି ଥରେ ବାହାରକୁ ମଧ୍ୟ ଯାଇପାରିବେ । ବିଶେଷ କରି କମ୍ପାନୀ ସେମାନଙ୍କୁ ବିଭିନ୍ନ ପଦବୀରେ କାମ ଯୋଗାଇବ ବୋଲି ମଧ୍ୟ କଥା ଦେଇଛି ।

ଏହିଭଳି ଝିଅମାନେ ବିଦେଶକୁ ଯାଇ ଟଙ୍କା ରୋଜଗାର କରନ୍ତୁ ବୋଲି କମ୍ପାନୀ ଚାହେଁ । ଯାହାକି ଦେଶର ଉନ୍ନତିରେ ମଧ୍ୟ ସହାୟକ ହେବ । ଜୋର୍ଡନ ଫେରନ୍ତା ଯୁବତୀମାନେ ନିଜେ ମଧ୍ୟ ଏନେଇ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଓ ବେଶ ଖୁସି ମଧ୍ୟ ଅଛନ୍ତି । ସେ କହିଛନ୍ତି କି, “ମୁଁ DDU GKY ରେ ଟ୍ରେନିଂ ନେଇ ଓରମାସ ଦ୍ଵାରା ପ୍ରଫୁଲ୍ଲଙ୍କ ସହାୟତରେ ଜୋର୍ଡବ ଯାଇଥିଲି । ସେଠାରେ କ୍ଲାସିକ ଫ୍ୟାଶନ କମ୍ପାନୀରେ କାମ କରୁଥିଲି ।

ସେଠାରେ ମାସକୁ ମାସ ଦରମା ମିଳୁଥିଲା ଓ ଖାଇବା ବି ମାଗଣା ଥିଲା । ଶୃଙ୍ଖଳା ଭଲ ଥିବା ସହ ଆମ ପାଇଁ ସୁରକ୍ଷିତ ଜାଗା ଥିଲା । ସେଠାରେ ଭଲରେ ରହି ତିନି ବର୍ଷ ୫ ମାସ କାମ କରି ଘରକୁ ୧୦ ଲକ୍ଷ ଟଙ୍କା ପଠାଇ ପାରିଛୁ । ସେଥିପାଇଁ ଆମେ ଖୁସି ଓ ଆମ ପରିବାର ମଧ୍ୟ ବହୁତ ଖୁସି ।” ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।