ଏବେ ସବୁଆଡେ ହେଉଛି Rani ଙ୍କ ପ୍ରଶଂସା, ମଞ୍ଚ ଉପରେ ସାହାଯ୍ୟର ହାତ ବଢେଇ ସମସ୍ତଙ୍କ ମନ ଜିତିଲେ Rani Panda, ଦେଖନ୍ତୁ video

ବିବାଦୀୟ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଏବେ ପୁଣି ଚର୍ଚ୍ଚାରେ । ସବୁବେଳେ ଚର୍ଚ୍ଚାରେ ରହୁଥିବା ରାନୀଙ୍କୁ ନେଇ ନେଇ ଏବେ ପୁଣି ଖୁବ ଜୋରରେ ଚର୍ଚ୍ଚା ହେଉଛି । ଏକଥା ଶୁଣି ଆପଣ ଭାବୁଥିବେ ରାନୀ ବୋଧେ ପୁଣି କେଉଁଠି ଉର୍ଦଣ୍ଡ ଡ୍ୟାନ୍ସ କରି କିମ୍ବା କୌଣସି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି । କିନ୍ତୁ ରାନୀ ଏଥର କାହାକୁ ନେଇ ଟିପ୍ପଣୀ ଦେଇନାହାନ୍ତି କି କେଉଁଠି ଅଶାଳୀନ ନୃତ୍ୟ କରିନାହାନ୍ତି । ବରଂ ସାହାଯ୍ୟର ହାତ ବଢେଇ ରାନୀ ପ୍ରଶଂସା ସାଉଁଟି ଛନ୍ତି ।

ରାନୀଙ୍କ ଏହି ଦୃଶ୍ୟ ଦେଖିଲେ ଆପଣ ଭାବିବେ ଏହା ତ କୌଣସି ନାଚ ପେଣ୍ଡାଲ, ଏଇଠି ରାନୀ ନାଚିବା ଛଡା କଣ ସାହାଯ୍ୟ କଲେ ? ମଞ୍ଚ ଉପରେ ସମସ୍ତଙ୍କ ସାମ୍ନାରେ କୃଷକ ତଥା ଗରିବ ପରିବାର ପାଇଁ ରାନୀ 50 ହଜାର ଟଙ୍କା ଦାନ କରିଲେ ଓ ଏକଥା ନିଜେ ଘୋଷଣା ମଧ୍ୟ କଲେ । ସମ୍ବଲପୁର ଡଙ୍ଗାମାଳି ଗାଁରେ ଆୟୋଜିତ ନାବକାଳୀ ଉତ୍ସବରେ ଯୋଗ ଦେଇଥିଲେ ରାନୀ ପଣ୍ଡା । ସେଠାରେ ମଞ୍ଚ ଉପରେ ହଠାତ ସେହି ଅଞ୍ଚଳର ଗରିବ ଓ ଅସହାୟଙ୍କ ପାଇଁ 50 ହଜାର ଟଙ୍କା ଦେବେ ବୋଲି ଘୋଷଣା କରି ଛନ୍ତି ।

କେବଳ ସେତିକି ନୁହେଁ ବରଂ ସେହି କାର୍ଯ୍ୟକ୍ରମରେ ମିଳିଥିବା ପାରିଶ୍ରମିକର 10 ପ୍ରତିଶତ ଅର୍ଥ ସେହି କାର୍ଯ୍ୟକ୍ରମରେ ନିୟୋଜିତ ଥିବା ସମସ୍ତ ମ୍ୟୁଜିସିଆନ, ଲାଇଟ ଓ ସାଉଣ୍ଡ ଅପରେଟର ଏବଂ ଅନ୍ୟ କଳାକାରଙ୍କ ପାଇଁ ଦାନ କରିଛନ୍ତି । ରାନୀଙ୍କ ଏଭଳି ଉଦାରତା ଦେଖି ସମସ୍ତେ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।

ସ୍ଥାନୀୟ ଲୋକଙ୍କ ଝିଅ ବାହାଘର ମାନଙ୍କରେ ମଧ୍ୟ ସେ ସହାୟତାର ହାତ ବଢେଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମଞ୍ଚ ଉପରେ ରାନୀ ପଣ୍ଡାଙ୍କର ଏଭଳି ବଦାନ୍ୟତା ଦେଖି ଦର୍ଶକମାନେ ଖୁବ ଆନନ୍ଦରେ ତାଳି ବଜାଇବା ସହ ରାନୀଙ୍କ ଉଦ୍ଦେଶ୍ୟରେ ହୁଳହୁଳି ମଧ୍ୟ ପକାଇଥିଲେ । ଆଉ ଦର୍ଶକଙ୍କର ତାଙ୍କ ପ୍ରତି ଥିବା ଭଲପାଇବା ଦେଖି ରାନୀ ମଧ୍ୟ ବେଶ ଖୁସି ହୋଇ ଯାଇଥିଲେ ।

ସବୁବେଳେ କୌଣସି ନା କୌଣସି ବିବାଦରେ ଫସି ରହୁଥିବା ରାନୀଙ୍କ ବ୍ୟକ୍ତିତ୍ବର ଏଭଳି ପାର୍ଶ୍ଵ ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।