ଆଜିର ରାଶିଫଳ, 11 ନଭେମ୍ବର 2022, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୬ ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୧ ନଭେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି କାହାକୁ ଧନ ଉଧାର ଦିଅନ୍ତୁ ନାହି । ଅନ୍ଯଥା ଆପଣଙ୍କୁ ହାନି ହୋଇପାରେ । ଘରୋଇ କାମ ପୁରା କରିବାରେ ସଫା ହେବେ । କୌଣସି ଜରୁରୀ କାମରେ ବନ୍ଧୁ ମାନଙ୍କ ସହଯୋଗ ମିଳିବ । ରାଜନୀତି ସହ ଜଡିତ ଜାତକ ଙ୍କୁ ଆଜି କିଛି ଏମିତି ଅବସର ମିଳିବ ଯାହା ସେମାନଙ୍କର ମାନ ପ୍ରତିଷ୍ଠା ରେ ଚାର ଚାନ୍ଦ ଲଗାଇବ । ଆପଣ ଆଖପାଖର ଲୋକଙ୍କ ଠାରୁ ସହାନୁଭୂତି ପାଇବେ । ପ୍ରେମ ସମ୍ପର୍କ ପାଇଁ ଦିନ ମିଶ୍ରିତ ରହିବ ।

ବୃଷ ରାଶି : ଆଜି ଆପଣଙ୍କ ଆକର୍ଷଣ ବଢିପାରେ । କୌଣସି ନୂଆ କାର୍ଯ୍ୟ ଉପକ୍ରମ ରେ ପ୍ରାରମ୍ଭ କରିବେ । ଉଚ୍ଚ ଅଧିକାରୀ ବା ଘର ର ମୁଖିଆ ଙ୍କ ସହଯୋଗ ମିଳିବ । ସାଂସ୍କୃତିକ ବା ମାଙ୍ଗଳିକ କାର୍ଯ୍ୟ ରେ ଭାଗ ନେବେ । ବ୍ୟବସାୟରେ ଭଲ ଲାଭ ମିଳିବ । ଆପଣ କୌଣସି ବନ୍ଧୁ ଙ୍କ ସହ ଜନ୍ମ ଦିନରେ ଯାଇ ପାରନ୍ତି । ଯଦି ଆଜି କାହା ସହ ଧନ ଲେନଦେନ କରିବାକୁ ଚିନ୍ତା କରୁଛନ୍ତି ତେବେ ତାହା ପାଇଁ ଆପଣଙ୍କୁ କିଛି ସମୟ ଅଟକି ଯିବା ବେହତର ହେବ ।

ମିଥୁନ ରାଶି : ରୁଟିନ ସହ ଚାଲିଲେ ଆପଣ ମାନସିକ ଶାନ୍ତି ରେ କାମ କରି ପାରିବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । କୌଣସି କାର୍ଯ୍ୟ ସମ୍ପନ୍ନ ହେବା କାରଣରୁ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଭାଇ ଭଉଣୀ ଙ୍କ ସହଯୋଗ ମିଳିବ । କିନ୍ତୁ ସନ୍ତାନ ବା ଶିକ୍ଷା କୁ ନେଇ ଚିନ୍ତା ରେ ରହିବେ । ରଚନାତ୍ମକ ପ୍ରୟାସ ଫଳପ୍ରଦ ହେବ । ଅନାବଶ୍ୟକ ଖର୍ଚ୍ଚ ସାମାନ କୁ ଆସିପାରେ । ସେଥିରେ ନିୟନ୍ତ୍ରଣ ରଖନ୍ତୁ । ଆପଣ ଧର୍ମ ବା ସମାଜ କାର୍ଯ୍ୟ ରେ ଜଡିତ ହେବେ । ଗୁପ୍ତ କଥା ଜୀବନ ସାଥିଙ୍କ ସହ ସେୟାର କରନ୍ତୁ ।

କର୍କଟ ରାଶି : ଖର୍ଚ୍ଚ ଉପରେ ଅଙ୍କୁଶ ଲଗାଇବା ଜରୁରୀ ଅଟେ । ମନରେ ନିରାଶ ଓ ଅସନ୍ତୋଷର ଭାବ ରହିବ । ସନ୍ତାନ ପାଇଁ ଚିନ୍ତାରେ ରହିବେ । ରଚନାତ୍ମକ ପ୍ରୟାସ ଫଳପ୍ରଦ ହେବ । ଭାଗ୍ୟ ବଶତ ସୁଖଦ ସମାଚାର ମିଳିବ । ମିତ୍ର ସମ୍ପର୍କ ମଧୁର ହେବ । ଶିକ୍ଷା କ୍ଷେତ୍ର ରେ ଆଶାତୀତ ସଫଳତା ମିଳିବ । ପାରିବାରିକ ସଦସ୍ୟ ଙ୍କ ସହ ମନୋରଞ୍ଜନ ପାଇଁ ଆପଣ ବୁଲିବାକୁ ଯାଇ ପାରନ୍ତି । ମିତ୍ର ଓ ପରିଜନ ଙ୍କ ସହ ଆନନ୍ଦପୁର୍ବକା ସମୟ ବ୍ଯତୀତ କରିବେ ।

ସିଂହ ରାଶି : ଆଜି କୋର୍ଟ କଚେରୀ ଆପଣଙ୍କ ପକ୍ଷ ନ୍ୟାୟ ରେ ରହିବ । ମେହନତ ଆପଣଙ୍କର ରଙ୍ଗ ଆଣିବାର ସମୟ ଆସି ଯାଇଛି । ବ୍ୟାପାରୀ ବର୍ଗ ନିଜର ବ୍ୟପାର ବଢିବା ପାଇଁ କିଛି ନୂଆ ଯୋଜନା ବଣାଇବେ । ମାତା ପିତା ଙ୍କ ସ୍ୱାସ୍ଥ୍ୟ ର ପୁରା ଧ୍ୟାନ ରଖନ୍ତୁ । ଆପଣ ନିଜର ଜମିବାଡି କାଗଜପତ୍ର ସମ୍ଭାଳି କି ରଖନ୍ତୁ । ରୋମାଣ୍ଟିକ ମୁଡ ଆପଣଙ୍କୁ ବେହତର ବନାଇବ । କୌଣସି ମେସିନ ଚାଲିବା ସମୟରେ ଆପଣ ସତର୍କ ରୁହନ୍ତୁ ।

କନ୍ୟା ରାଶି : ଆଜି ଆପଣ କିଛି ସମୟ ମନୋରଞ୍ଜନ ରେ ବ୍ଯତୀତ କରିବେ । ଆଜି ଆପଣଙ୍କୁ କାର୍ଯ୍ୟ କ୍ଷେତ୍ର ରେ କିଛି ଜିନିଷକୁ ନେଇ ଶଙ୍କା ହୋଇପାରେ । ତେଣୁ ତାହାର ସମାଧାନ ପାଇଁ ବରିଷ୍ଠ ଅଧିକାରୀ ଙ୍କ ସହଯୋଗ ନିଅନ୍ତୁ । ନିଜର ଭାବନା ଉପରେ କାବୁ ରଖନ୍ତୁ ଓ କର୍ତ୍ତବ୍ୟ ଚାଲୁ ରଖନ୍ତୁ । ଅଚାନକ ରେ ଆସୁଥିବା ପରିବର୍ତ୍ତନ ମାନସିକ ସ୍ଥିତି କୁ ବଦଳି ପରେ । କିନ୍ତୁ ତୁରନ୍ତ ଯେଉଁ ନିସ୍ପତି ନେବା କଥା ତାହା ଅନେଇ ପାରିବେ । ଧନ ବୃଦ୍ଧି ହେବା କାରଣରୁ ଆପଣ କିଛି ନୂଆ ବେପାର ଆରମ୍ଭ କରିବେ ।

ତୁଳା ରାଶି : ପାରିବାରିକ ବାତାବରଣ ସୁଖଦ ରହିବ । ଆଜି ଆପଣଙ୍କୁ ସତର୍କ ରହିବାର ଜରୁରତ ଅଛି । ଛୋଟ ବେପାର ଆରମ୍ଭ କରିବାକୁ ସମୟ ବେହତର ଅଛି । ଆଜି ଆପଣ ଭୁଲ ବୁଝାମଣା ଦୂର କରିବାକୁ ଚେଷ୍ଟା କରିବେ । ଏହି ରାଶିର ଲୋକେ ଆର୍ଥିକ ପକ୍ଷ ରେ ସତର୍କ ରହିବାର ଜରୁରତ ଅଛି । ଆଜି ଅଯଥା ଖର୍ଚ୍ଚ କରିବାକୁ ବଞ୍ଚିତ ରୁହନ୍ତୁ । ଆଜି ଆପଣଙ୍କୁ କୌଣସି ପ୍ରକାରର ଭୁଲ ବୁଝାମଣା ରୁ ବଞ୍ଚିତ ରହିବାକୁ ହେବ । ପରିବାରର କିଛି ଲୋକଙ୍କ ପାଇଁ ଆଜି ଆପଣଙ୍କର ଇଚ୍ଛା ପୂରଣ ହୋଇପାରେ ।

ବିଚାରାଶି : ଆର୍ଥିକ କ୍ଷେତ୍ରରେ ଧନ ବୃଦ୍ଧି ହେବାର ସମ୍ଭାବନା ରହିଛି । ଧାର୍ମିକ କାର୍ଯ୍ୟ ରେ ଟଙ୍କା ଖର୍ଚ୍ଚ କରିବେ । କିଛି ଜାତକ ଙ୍କୁ ଆଜି ଅଚଳ ସମ୍ପତି ରୁ ଲାଭ ମିଳିବାର ସମ୍ଭାବନା ରହିଛି । ଯଦି ଆପଣ କୋର୍ଟ କଚେରୀ ମାମଲାକୁ ନେଇ ଚିନ୍ତା ରେ ଅଛନ୍ତି ତେବେ ତାହାର ଆଜି ସମାଧାନ ହେବ । କୌଣସି ଫାଲତୁ ବିବାଦରେ ପଡନ୍ତୁ ନାହି । ମେହନତ ବଳରେ ଆପଣଙ୍କୁ ସଫଳତା ମିଳିବ ।

ଧନୁ ରାଶି : ପରିବାରରେ କିଛି ଶୁଭ ସମାରୋହ ହୋଇପାରେ । ଏହି ରାଶିର କାରୋବାରି ମାନେ କର୍ମଚାରୀ ଙ୍କୁ ଖୁସି କରିବା ପାଇଁ କୌଣସି ପ୍ରକାରର ସରପ୍ରାଇଜ ଦେଇ ପାରନ୍ତି । ଏଥିପାଇଁ କାର୍ଯ୍ୟ କ୍ଷେତ୍ର ରେ ଭଲ ପରିବର୍ତ୍ତନ ଦେଖାଯିବ । ଆଜି ଆପଣଙ୍କୁ ଲାଗିବ କୌଣସି ମହତ୍ଵ ପୂର୍ଣ୍ଣ ଅବସର ଆହତ ରୁ ଖସି ଯାଇଛି । କିନ୍ତୁ ଏହି ପ୍ରକାରର ଚିନ୍ତା କରିବାର ଜରୁରତ ନାହି । ନିଜର ବ୍ୟାପାର କୁ ନୂଆ ଗତି ଦେବାକୁ ନୂଆ ଅବସର ମିଳିପାରେ ।

ମକର ରାଶି : ଆଜି ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କ ରେ ଧ୍ୟାନ ଦେବାର ଜରୁରତ ଅଛି । ହଜି ଯାଇଥିବା ସାଥି ଙ୍କ ସହ ଭେଟ ହୋଇପାରେ । ଆପଣଙ୍କ ସ୍ଵଭାବରେ ପରିବର୍ତ୍ତନ ଆସିପାରେ । ଏମିତିରେ ଅନ୍ୟ ଉପରେ କ୍ରୋଧ କରିବାରୁ ବଞ୍ଚିତ ରୁହନ୍ତୁ । ଯେଉଁ ଲୋକ ବ୍ୟାପାର କରୁଛନ୍ତି ସେମାନଙ୍କୁ ଗ୍ରାହକ ଙ୍କୁ ଆକର୍ଷିତ କରିବା ପାଇଁ ନୂଆ ଯୋଜନା କରିବାକୁ ହେବ । ଲେଖକ ମାନଙ୍କ ପାଇଁ ଦିନ ଭଲ ଚଳାଇଛି । ସାହିତ୍ଯ ଜଗତରେ ବଡ ନାମ ଅର୍ଜନ କରିବେ ।

କୁମ୍ଭ ରାଶି : ଆଜି ଆପଣଙ୍କୁ ନିଜର ଜ୍ଞାନ ବଢାଇବାକୁ ଚେଷ୍ଟା କରିବେ । ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି । ଅନେକ ଦିନରୁ ଯେଉଁ ବ୍ୟସ୍ତତା ଚାଲିଥିଲା ସେଥିରେ କାମ କରି ଆଜି ଆରାମକୁ ମହତ୍ଵ ଦେବେ । ଅଫିସରେ ସହକର୍ମୀ ମାନଙ୍କ ସହ ଭଲ କାର୍ଯ୍ୟ କରିବେ । ଯାହା ପାଇଁ ଉଚ୍ଚ ଅଧିକାରୀ ଙ୍କୁ ପ୍ରସନ୍ନତା ମିଳିବ । ଆପଣ ଅତ୍ୟଧିକ ଲୋକପ୍ରିୟ ରହିବେ । ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ମିଳିବ ।

ମୀନ ରାଶି : ବ୍ୟାପାର ବ୍ୟବସାୟ ଭଲ ଚାଲିବ । ଆଜି ଖୁସି ଭାରି ରହିବ । ଆଜି ଦିନରେ ମାନସିକ ରୂପରେ ମଜବୁତ ରହିବାର ଅଛି । କୌଣସି ପ୍ରକାରର ନେଗେଟିଭ ଉର୍ଜ ମନକୁ ଆଣନ୍ତୁ ନାହି । କାର୍ଯ୍ୟ କ୍ଷେତ୍ର ରେ ଜଡିତ ଲୋକେ ନୂଆ କାମ କରିବାର ଅବସର ପାଇବେ । ଯଦି ଆପଣ ନୂଆ ବାହନ କ୍ରୟ କରିବାକୁ ଚାହୁଁ ଛନ୍ତି ତେବେ କ୍ରୟ କରି ପାରିବେ । ସରକାରୀ କାର୍ଜ୍ୟାଳୟ ରେ ଅଟକି ଥିବା କାମ ଚାଲୁ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।