ଓଡିଆ ଅଭିନେତା Mihir Das ଙ୍କ ଏକାଦଶାହକର୍ମ କିପରି ଆୟୋଜନ କରିଥିଲେ Amlan, ଦେଖନ୍ତୁ Video

ଗତ ଜାନୁୟାରୀ ୧୧ ତାରିଖ ଆମ ଓଲିଉଡ ଇଣ୍ଡଷ୍ଟ୍ରି ତଥା ସାରା ଓଡିଶାବାସୀଙ୍କ ପାଇଁ ଦୁଃଖର ଦିନ ଥିଲା । କାରଣ ସେଦିନ ଓଡିଶା ଲୋକପ୍ରିୟ ଦିଗଜ ଅଭିନେତା ମିହିର ଦାସ ଚିରଦିନ ପାଇଁ ଆମ ଗହଣରୁ ବିଦାୟ ନେଇଥିଲେ । ତାଙ୍କ ନିଧନ ଖବର ପ୍ରସାରିତ ହେବା ପରେ ସାରା ଓଡିଶାବାସୀଙ୍କ ଆଖିରେ ଲୁହ ଥିଲା । ମିହିର ଦାସଙ୍କୁ ଝୁରି ହେଉଥିଲେ ସାନ ବଡ ଅନେକ ଲୋକେ । କେହି ନା କେହି ମିହିର ଦାସଙ୍କ ସହ ବିତାଇଥିବା କିଛି ସମୟ ଏବଂ ଅନୁଭୂତି ବିଷୟରେ ଚର୍ଚ୍ଚା କରୁଥିବା ଶୁଣିବାକୁ ମିଳୁଥିଲା ।

ଓଡିଆ ଫିଲ୍ମ ଜଗତ ତା’ର ଏପରି ଜଣେ ଦିଗଜ ତାରକାଙ୍କୁ ହରାଇଥିଲା, ଯାହାଙ୍କ ସ୍ଥାନ ହୁଏତ ଆଉ କେହି ପୂରଣ କରିପାରିବେ ନାହିଁ । ତେବେ ଦେଖୁ ଦେଖୁ ବିତିଯାଇଛି ୧୨ଗୋଟି ଦିନ । ଆଉ ମିହିର ଦାସଙ୍କ ଏକାଦଶାହ ପାଳନ କରିଛନ୍ତି ତାଙ୍କ ପରିବାର । ମିହିର ଦାସଙ୍କ ପତ୍ନୀଙ୍କ ନିଧନ ପୂର୍ବରୁ ହୋଇ ଯାଇଥିବା ବେଳେ ତାଙ୍କ ପରିବାରରେ ବଡ ପୁଅ ତଥା ଅଭିନେତା ଅମ୍ଳାନ, ବୋହୂ ଭୂମିକା ଓ ସାନ ପୁଅ ଅଙ୍କିତ ଅଛନ୍ତି ।

ପୁଅମାନେ ମିଶି ବାପାଙ୍କ ଏକାଦଶାହ କର୍ମ ସମ୍ପନ୍ନ କରିଛନ୍ତି । ଏକାଦଶାହରେ ଅନେକ ବରିଷ୍ଠ ଲୋକମାନେ ଯୋଗ ଦେଇଥିଲେ । ଫିଲ୍ମ ଦୁନିଆର ନାମୀଦାମୀ ଅନେକ କଳାକାର ତଥା ଯେଉଁମାନେ ମିହିର ଦାସଙ୍କୁ ଖୁବ୍ ଭଲ ପାଉଥିଲେ, ସମସ୍ତେ ତାଙ୍କ ଏକାଦଶାହ କ୍ରିୟାରେ ଯୋଗ ଦେଇଥିଲେ । ସ୍ମୃତି ସଭାରେ ମିହିର ଦାସଙ୍କୁ ମନେ ପକାଇ ଅନେକ ବ୍ୟକ୍ତି କିଛି କିଛି କହିଥିଲେ ଓ ତାଙ୍କ ପ୍ରତି ଭଲ ପାଇବା ଏବଂ ତାଙ୍କୁ ହରାଇବାର ଦୁଃଖ ମଧ୍ୟ ବ୍ୟକ୍ତ କରିଥିଲେ ।

ବାପା ମିହିର ଦାସଙ୍କ ଏକାଦଶାହ କର୍ମ ଖୁବ ଭଲ ଭାବେ ଆୟୋଜନ କରିଥିଲେ ଅମ୍ଳାନ । ଯାହା ଆପଣ ଏହି ଫଟୋ ଦେଖି ଜାଣି ପାରୁଥିବେ । ମିହିର ଦାସ ଦୀର୍ଘ ଦିନରୁ କିଡନୀ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । କିନ୍ତୁ ପ୍ରାୟ ଦୁଇ ମାସ ତଳେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ କଟକର ଏକ ଘରୋଇ ହସ୍ପିଟାଲରେ ରହି ସେ ଚିକିତ୍ସିତ ହେଉଥିଲେ ।

ମଝିରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ଦେଖିବାକୁ ମିଳିଥିଲେ ମଧ୍ୟ ସେଥିରୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରି ନଥିଲେ ମିହିର ଦାସ । ଶେଷରେ ଗତ ଜାନୁୟାରୀ ୧୧ ତାରିଖ ଦିନ ସେ ଇହକାଳ ପରିତ୍ୟାଗ କରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।