Bollywood ର ଏହି ହିରୋଇନଙ୍କ ଅବସ୍ଥା ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

୯୦ ମସିହାରେ ଫିଲ୍ମ ଆଶିକି ରୁ ପପୁଲାର ହୋଇଥିବା ଅଭିନେତ୍ରୀ ଅନୁ ଅଗ୍ରୱାଲ ଏହି ଫିଲ୍ମ ଜରିଆରେ ରାତା ରାତି ଷ୍ଟାର ହୋଇଯାଇଥିଲେ । ୧୧ ଜାନୁଆରୀ ୧୯୬୭ ରେ ଦିଲ୍ଲୀ ରେ ଜନ୍ମ ଗ୍ରହଣ କରିଥିଲେ । ସେତେବେଳେ ସେ ଦିଲ୍ଲୀ ଉନିଭରସିଟି ରୁ ନିଜର ପଠା ପଢା ଶେଷ କରିଥିଲେ । ସେତେବେଳେ ମହେଶ ଭଟ୍ଟ ତାଙ୍କୁ ନିଜର ପ୍ରଥମ ଫିଲ୍ମ ଆଶୀକି ରେ କାମ କରିବାକୁ ଦେଇଥିଲେ ।

ଅନୁ ଙ୍କୁ ମହେଶ ଭଟ୍ଟ ଲଂଚ କରିଥିଲେ । ଏହି ଫିଲ୍ମ ପରେ ଅନୁ ଟପ ହିରୋଇନ ଙ୍କ ଲିଷ୍ଟରେ ରହିବାକୁ ଲାଗିଥିଲେ । ଆଜି ଅନୁ ବଲିଉଡ ଠାରୁ ଦୁର ଗୁମନାମ ଜୀବନ ଯାପନ କରୁଛନ୍ତି । ପ୍ରଥମ ଫିଲ୍ମ ପରେ ଅନୁ ୯ ବର୍ଷ ପର୍ଯ୍ୟନ୍ତ ଫିଲ୍ମ ପାଇବାକୁ ବହୁତ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କୁ କୌଣସି ସଫଳତା ମିଳିନଥିଲା୧୯୯୯ ରେ ତାଙ୍କ ଜୀବନ ସେତେବେଳେ ବଦଳି ଥିଲା ଯେତେବେଳେ ତାଙ୍କର ଦୁର୍ଘଟଣା ହୋଇଥିଲା ।

ଏହି ଦୁର୍ଘଟଣାରେ ଅନୁ ଙ୍କ ସ୍ମରଣ ଶକ୍ତି ପଳାଇଥିଲେ ଏବଂ ସେ ୨୫ ଦିନ ପର୍ଯ୍ୟନ୍ତ କୋମା ରେ ଥିଲେ । ଯେତେବେଳେ ଅନୁ ଏହି ଦୁର୍ଘଟଣାରୁ ବାହାରିଲେ ପରିସ୍ଥିତି କୁ ସାମ୍ନା କରିବେ ବୋଲି ନିଷ୍ପତି ନେଲେ । ଏବଂ ସେ ତାଙ୍କ କାହାଣୀ ସମସ୍ତଙ୍କୁ ଜଣେଇବାକୁ ନିଜର ଆତ୍ମକଥା ଲେଖିଲେ ।

ଅନୁ ବର୍ତମାନ ବିହାର ରେ ଏକ ସ୍କୁଲ ରେ ପିଲା ମାନଙ୍କୁ ଯୋଗ ଶିଖାଉଛନ୍ତି । ମହେଶ ଭଟ୍ଟ ଅନୁ ଙ୍କ ପାଇଁ ଟୁଇଟ କରିଥିଲେ ଏବଂ କହିଥିଲେ ଏହି ଝିଅ ମରଣ ମୁହଁ ରୁ ବଞ୍ଚି ନିଜର ଜୀବନ ନିଜେ ତିଆରି କରିଚି । ଅନୁ ସେତେବେଳେ ଲାଇମ ଲାଇଟ ରେ ଆସିଲେ ଯେତେବେଳେ ଫିଲ୍ମ ବେଗମ ର ସ୍କ୍ରିନିଂ ହେଉଥିଲା ।

ଏହି ସମୟରେ ଅନୁ ସମସ୍ତଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କରିଥିଲେ । ଆଜି ଅନୁ ଙ୍କ ଲୁକ ପୁରା ପୁରି ବଦଳି ସାରିଛି ଏବଂ ସେ ଏବେ ଗୋଟେ ମାମୁଲି ଜୀବନ ଜାପନ କରୁଛନ୍ତି । ଅନୁ ବର୍ତମାନ ନିଜର ବହି ଦ୍ଵାରା ମଧ୍ୟ ବହୁତ ଚର୍ଚ୍ଚିତ ହୋଇଛନ୍ତି । ଅନୁ ଙ୍କ ଜୀବନରେ ଏତେ ଦୁଃଖ ଆସିବା ପରେ ମଧ୍ୟ ସେ ହାର ମନିନାହାନ୍ତି ଏବଂ ଏବେ ସେ ଜଣେ ସଫଳ ବ୍ୟଟି । ତେଣୁ ଆମକୁ ମଧ୍ୟ ଜୀବନରେ କେବେ ମଧ୍ୟ ହାର ମାନିବା ଉଚିତ ନୁହେଁ ।

ଯଦି ଆପଣ ଆଶୀକି ଫିଲ୍ମ ର ଫ୍ୟାନ ଅଟନ୍ତି ତେବେ କମ୍ମେନ୍ଟ ରେ ଲେଖି ଆମକୁ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।