ଦେଖନ୍ତୁ କେତେ ଅଛି ଆଜି 30 ସେପ୍ଟେମ୍ବରର Gold rate

ଆଜି ଆମେ ଆପଣଙ୍କୁ ୧୮ କ୍ୟାରେଟ, ୨୨ କ୍ୟାରେଟ, ୨୪ କ୍ୟାରେଟ ସୁନାର ଦାମ କେତେ ଅଛି ସେହି ବିଷୟରେ କହିବୁ । ପୂର୍ବ ଦିନ ଅପେକ୍ଷା ଆଜି ସୁନାର ଦାମରେ କେତେ ପରିବର୍ତ୍ତନ ଆସିଛି । ସୁନା ଶସ୍ତା ହୋଇଛି ନା ପୁଣି ଥରେ ବଢି ଯାଇଛି । ଏହିଭଳି ସମସ୍ତ ପ୍ରଶ୍ନର ଜବାବ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଏହା ସହିତ ଆମେ ଆପଣଙ୍କୁ ଚାନ୍ଦିର ଦାମ ବିଷୟରେ ବି କହିବୁ ।

ତେବେ ଚାଳନ୍ତୁ ଜାଣିବା ଆଜି ୩୦ ସେପ୍ଟେମ୍ବର ୨୦୨୦ରେ ସୁନା ଓ ଚାନ୍ଦିର ଦାମ କେତେ ଅଛି । କହିବାକୁ ଗଲେ ସୁନା ଓ ଚାନ୍ଦିର ଦାମ ଯେତେ କମ ହେବେ ଲୋକମାନେ ସେତିକି ସୁନ ଓ ଚାନ୍ଦି କିଣିବେ ।

କାରଣ ସମସ୍ତେ ସୁନା ଓ ଚାନ୍ଦି କିଣିବାକୁ ଚାହାନ୍ତି କିନ୍ତୁ ସୁନାର ଦାମ ବଢିଛି ନା କମିଛି ଏହାକୁ ନେଇ ସମସ୍ତେ ଦ୍ଵନ୍ଦରେ ଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ସୁନା ଓ ଚାନ୍ଦିର ଦାମ ବିଷୟରେ ଅପଡେଟ କରାଇବୁ । ଯାହା ଦ୍ଵାରା ଆପଣ ସଠିକ ମୂଲ୍ୟରେ ସଠିକ ଜିନିଷ କିଣି ପାରିବେ ।

ଆଜି ୩୦ ସେପ୍ଟେମ୍ବର ୨୦୨୦ ବୁଧବାର ଦିନ ଚାନ୍ଦିର ଦାମ କିଛି ଏହିଭଳି ଅଟେ । ଆଜି ଚାନ୍ଦି ୧ ଗ୍ରାମକୁ ୬୧ ଟଙ୍କା ଅଛି, ୮ ଗ୍ରାମକୁ ୪୮୮ ଟଙ୍କା, ୧୦ ଗ୍ରାମକୁ ୬୧୦ ଟଙ୍କା, ୧୦୦ ଗ୍ରାମକୁ ୬,୧୦୦ ଟଙ୍କା ଓ ୧ କିଲୋ ଚାନ୍ଦିର ଦାମ ୬୧,୦୦୦ ଟଙ୍କା ଅଛି । କହିବାକୁ ଗଲେ କାଲି ଅପେକ୍ଷା ଚାନ୍ଦି ଆଜି ୩୦୦ ଟଙ୍କା ବଢିଛି ଓ ସେପ୍ଟେମ୍ବର ୨୮ ଅପେକ୍ଷା ୩୦୦୦ ଟଙ୍କା ବଢିଛି ।

ଏମିତିରେ ବର୍ତ୍ତମାନ ପୁଣି ଥର ଚାନ୍ଦିର ଦାମ ବଢିବାରେ ଲାଗିଛି । ଯଦି ସୁନାର ଦାମ ବିଷୟରେ କହିବା ତେବେ ଆଜି ୩୦ ସେପ୍ଟେମ୍ବର ୧୮ କ୍ୟାରେଟ ସୁନାର ଦାମ ୧ ଗ୍ରାମକୁ ୪,୦୬୯ ଟଙ୍କା, ୮ ଗ୍ରାମକୁ ୩୨,୫୫୨ ଟଙ୍କା, ୧୦ ଗ୍ରାମକୁ ୪୦,୬୯୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୦୬,୯୦୦ ଟଙ୍କା ଅଛି ।

ସେହିଭଳି ୨୨ କ୍ୟାରେଟ ସୁନାର ଦାମ ୧ ଗ୍ରାମକୁ ୪,୮୩୪ ଟଙ୍କା, ୮ ଗ୍ରାମକୁ ୩୮,୬୭୨ ଟଙ୍କା, ୧୦ ଗ୍ରାମକୁ ୪୮,୩୪୦ ଟଙ୍କା ଓ ୧୦୦ ଗ୍ରାମକୁ ୪,୮୩,୪୦୦ ଟଙ୍କା ଅଛି । ୨୪ କ୍ୟାରେଟ ସୁନାର ଦାମ ୧ ଗ୍ରାମକୁ ୫,୨୭୩ ଟଙ୍କା, ୮ ଗ୍ରାମକୁ ୪୨,୧୮୪ ଟଙ୍କା, ୧୦ ଗ୍ରାମକୁ ୫୨,୭୩୦ ଟଙ୍କା ଓ ୧୦୦ ଗ୍ରାମକୁ ୫,୨୭,୩୦୦ ଟଙ୍କା ଅଛି ।

ଏମିତିରେ ଆଜି ସୁନାର ଦାମ ୨୨ କ୍ୟାରେଟ ପୂର୍ବ ଦିନ ଅପେକ୍ଷା ୧୮୦ ଟଙ୍କା ବଢିଛି ଓ ୨୪ କ୍ୟାରେଟ ୨୦୦ ଟଙ୍କା ବଢିଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।