‘ଶକ୍ତିମାନ’ର ଖୁଙ୍ଖାର ଭିଲିୟାନ କିଲବିଶଙ୍କର ଝିଅ ବହୁତ ସୁନ୍ଦର, ଦେଖନ୍ତୁ ଫଟୋ

କହିବାକୁ ଗଲେ ଟିଭି ଦୁନିଆରେ ଏମିତି ବହୁତ ହିଟ ହିଟ ଶୋ ଆସିଛି ଓ ଯାଇଛି । କିନ୍ତୁ କିଛି ଶୋ ଏମିତି ଅଛି ଯାହା ବନ୍ଦ ହୋଇଗଲା ପରେ ବି ତାହା ଲୋକମାନଙ୍କର ହୃଦୟରୁ ଯାଇ ନ ଥାଏ । ଏମିତି ହିଁ ଏକ ଶୋ ଅଟେ ‘ଶକ୍ତିମାନ’ । ପ୍ରାୟତଃ ପିଲାମାନେ ଏହି ଶୋ କୁ ଦେଖିଛନ୍ତି ।

କହିବାକୁ ଗଲେ ଏହା ପିଲାମାନଙ୍କ ମଧ୍ୟରେ ବହୁତ ହିଟ ଥିଲା । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ସିରିୟଲର ଖଳନାୟକଙ୍କର ସୁନ୍ଦର ଝିଅ ବିଷୟରେ କହିବାକୁ ଯାଉଛୁ । ସିରିୟଲର ଖଳନାୟକର ରୋଲ କରୁଥିବା ସୁରେନ୍ଦ୍ର ପାଲଙ୍କୁ ଲୋକମାନେ କିଲବିଶ ନାମରେ ଜାଣିଥିଲେ ।

ବହୁତ ସୁନ୍ଦର ଅଟନ୍ତି କିଲବିଶଙ୍କର ଝିଅ

ସୋସିଆଲ ମିଡିଆରେ ବର୍ତ୍ତମାନ ଶକ୍ତିମାନର ଖଳନାୟକ କିଲବିଶଙ୍କ ଝିଅର ଫଟୋ ବହୁତ ଭାଇରାଲ ହେଉଛି । ଏହି ଫଟୋଟି ଅନ୍ୟକାହାର ନୁହେଁ ବରଂ ଋଚା ପନାଈଙ୍କର ଅଟେ । ଋଚା ପନାଈଙ୍କୁ ‘ଶକ୍ତିମାନ’ର ଖଳନାୟକ କିଲବିଶଙ୍କର ଝିଅ ବୋଲି କୁହାଯାଉଛି । କିନ୍ତୁ ଏହା ପଛରେ ସତ୍ୟତା କଣ କାହାକୁ ବି ଜଣା ନାହିଁ । ସମସ୍ତେ ତାଙ୍କୁ କିଲବିଶଙ୍କର ଝିଅ ବୋଲି ମାନି ନେଇଛନ୍ତି ।

ସାଉଥର ଅଭିନେତ୍ରୀ ଅଟନ୍ତି ଋଚା ପନାଈ

କହିବାକୁ ଗଲେ ଋଚା ପନାଈଙ୍କର ଏକ ଅଲଗା ପରିଚୟ ଅଛି । ଋଚା ପନାଈ ସାଉଥର ଅଭିନେତ୍ରୀ ଅଟନ୍ତି । ଯିଏକି ବର୍ତ୍ତମାନ ସୁଧା ବହୁତ ଫିଲ୍ମ କରି ସାରିଛନ୍ତି ଓ ସେ ସାଉଥ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି ।

ଲଖନଊର ନିବାସୀ ଅଟନ୍ତି ଋଚା ପନାଈ

କହିଦେଉଛୁ କି ଋଚା ପନାଈଙ୍କର ଜନ୍ମ ଲଖନଊରେ ହୋଇଥିଲା ଓ ଋଚା ପନାଈ ମିସ ଲଖନଊର ଟାଇଟେଲ ବି ଜିତିଛନ୍ତି । ତାଙ୍କର ସୁନ୍ଦରତା କାରଣରୁ ତାଙ୍କୁ ସାଉଥ ଫିଲ୍ମରେ କାମ କରିବା ପାଇଁ ଚାନ୍ସ ମିଳିଥିଲା । ଯାହା ପରେ ସେ ନିଜର କ୍ୟାରିୟରରେ ସଫଳତା ହାସଲ କରି ସାରିଛନ୍ତି । କିନ୍ତୁ ଏକ ବଡ ହିରୋଇନ ହେବାର ସ୍ଵପ୍ନ ବର୍ତ୍ତମାନ ସୁଧା ତାଙ୍କର ପୁରା ହୋଇନାହିଁ । ସେଥିପାଇଁ ସେ ବହୁତ ପରିଶ୍ରମ ବି କରୁଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।