ଆଜି ସେ ବଲୀଉଡର ଜଣାଶୁଣା ଅଭିନେତା, ରଇସ୍ ଙ୍କ ଭିତରେ ହୋଇଥାଏ ତାଙ୍କର ଗଣତି, କେବେ ରେଲ ଷ୍ଟେସନ ଉପରେ ଏମିତି ବିତାଉଥିଲେ ରାତି

ବଲୀଉଡ ଇଣ୍ଡଷ୍ଟ୍ରି ଏକ ଏମିତି ଜାଗା ଅଟେ ଯିଏକି କେତେକ ଲୋଙ୍କର ଭାଗ୍ୟକୁ ବଦଳାଇ ଦେଇଛି । ଏହି ଇଣ୍ଡଷ୍ଟ୍ରିରେ କେତେକ ଲୋକମାନେ ନିଜର ଅଭିନୟ ବଳରେ ସଫଳତା ହାସଲ କରି ପାରିଛନ୍ତି । ଆଜି ଆମେ ଆପଣଙ୍କୁ ଏମ ଏମିତି ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ଏହି ଇଣ୍ଡଷ୍ଟ୍ରିରେ ଗୋଡ ରଖିବା ପୂର୍ବରୁ ବହୁତ ସ୍ଟ୍ରଗଲ କରିଥିଲେ । କେତେ ଥର ଟଙ୍କାର ଏତେ ଅସୁବିଧା ଥିଲା କି ସେ ରାତି ରାତି ରେଳ ଷ୍ଟେସନରେ ରହୁଥିଲେ କିନ୍ତୁ ବର୍ତ୍ତମାନ ସମୟରେ ସେ ପ୍ରାଇଭେଟ ଜେଟରେ ଯାତ୍ରା କରିଥାନ୍ତି ।

ଆମେ କଥାବାର୍ତ୍ତା କରୁଛୁ କମେଡିୟାନ, ଭିଲିୟାନ, ଏବଂ ଏକ ସୁନ୍ଦର ଅଭିନେତା ଅନୁପମ ଖେରଙ୍କ ବିଷୟରେ, ଆଜି ବଲୀଉଡରେ ଅନୁପମ ଖେର କେତେ ଜଣାଶୁଣା ଅଟନ୍ତି ଏବଂ କେତେ ବଡ ଅଭିନେତା ଅଟନ୍ତି ତାହା ସମସ୍ତଙ୍କୁ ଜଣା ଅଛି । ଅନୁପମ ଖେରଙ୍କର ଜନ୍ମ ୧୯୫୫ ମସିହାରେ ଶିମଳାରେ ହୋଇଥିଲା । ଅନୁପମ ଏକ ମଧ୍ୟମ ପରିବାରର ଥିଲେ । ତାଙ୍କର ପିତା ଏକ କ୍ଳର୍କ ଥିଲେ ଏବଂ ତାଙ୍କର ମା ଗୃହିଣୀ ଥିଲେ ।

ଅନୁପମ ଖେର ନିଜର ଶିକ୍ଷା ଶିମଳାର ଡୀ. ଏ. ଭି. ସ୍କୁଲରେ କରିଥିଲେ, ସେ ଏକ କାଶ୍ମୀର ପଣ୍ଡିତ ଅଟନ୍ତି ଏବଂ ସବୁବେଳେ କାଶ୍ମୀର ପଣ୍ଡିତଙ୍କ ବିରୁଦ୍ଧରେ ଆବାଜ ଉଠାଉଥିଲେ । କହି ଦେଉଛୁ ଯେ ସେ କେବଳ ଗୋଟିଏ ଅଭିନେତା ନୁହନ୍ତି ଏକ ଭଲ ଡାୟରେକ୍ଟର ବି ଅଟନ୍ତି । ବଲୀଉଡର ଫିଲ୍ମ ‘ଓମ ଜୟ ଜଗଦୀଶ’ରୁ ଅନୁପମ ଡାୟରେକ୍ଟର କ୍ଷେତ୍ରରେ ଡେବ୍ୟୁ କରିଥିଲେ । କେବଳ ହିନ୍ଦୀ ଫିଲ୍ମରେ ନୁହେଁ ଆମେରିକାନ, ବ୍ରିଟିଶ ଏବଂ ଚାଇନୀଜ ଫିଲ୍ମରେ ବି ଅନୁପମ ଖେର କାମ କରି ସାରିଛନ୍ତି ।

ଅନୁପମ ଖେର କେତେକ ଫିଲ୍ମରେ କମେଡିୟାନ, ସିରିୟସ ରୋଲ ଏବଂ ଖଳନାୟକର ଭୂମିକା ବି କରିଛନ୍ତି । ସବୁଥିରେ ସେ ସୁନ୍ଦର ଅଭିନୟ କରିଛନ୍ତି । ଅନୁପମଙ୍କୁ ଫିଲ୍ମରେ ତାଙ୍କର ଭଲ ଅଭିନୟ ପାଇଁ ଲଗାତର ୫ଟି ଫିଲ୍ମଫେୟାର ଆୱାର୍ଡ ମିଳି ସାରିଛି । ଭାରତ ସରକାର ଅନୁପମ ଖେରଙ୍କୁ ୨୦୦୪ରେ ପଦ୍ମଶ୍ରୀ ଏବଂ ୨୦୦୬ରେ ପଦ୍ମଭୂଷଣରେ ସମ୍ମାନିତ କରିଛନ୍ତି ।

ଅନୁପମ ଖେରଙ୍କର ପର୍ସନଲ ଲାଇଫର କଥା କହିଲେ ତାଙ୍କର ପ୍ରଥମ ବିବାହ ମଧୁମାଳତୀଙ୍କ ସହ ହୋଇଥିଲା କିନ୍ତୁ ତାଙ୍କର ବିବାହ ଜୀବନ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରିଲା ନାହିଁ । ଏହା ପରେ ସେ କିରନ ଖେରଙ୍କ ସହିତ ଦ୍ଵିତୀୟ ବିବାହ କରିଥିଲେ । ବର୍ତ୍ତମାନ ଦୁଇଜଣ ଲାଇଫରେ ବହୁତ ଖୁସି ଅଛନ୍ତି ।