ଶିବପୂଜା ଓ ଅଭିଷେକ ରେ ଭୁଲ ରେ ବି ଏହି ୫ ଟି ଭୁଲ କରନ୍ତୁ ନାହିଁ, ଭଗବାନ ଶିବ ଶଙ୍କର କରିଥାନ୍ତି କୋପ

ଆମେ ଶିବଲିଙ୍ଗର ପୂଜା ଭଗବାନ ଭୋଲେନାଥଙ୍କୁ ଖୁସି କରି ନିଜର ମନୋକାମନା ପୂର୍ତ୍ତି କରିବା ପାଇଁ କରିଥାଉ । ଶିବ ଶଙ୍କର ସହଜରେ ପ୍ରସନ୍ନ ହେଇଯାଉଥିବା ଭଗବାନ ଅଟନ୍ତି । ପରନ୍ତୁ ଶିବପୂଜାରେ ଏହି ୫ ଟି ଭୁଲ କେବେ ବି କରନ୍ତୁ ନାହିଁ ନତୁବା ଆପଣଙ୍କୁ ପୂଜା, ପାଠ ଓ ଅଭିଷେକ ର ଫଳ ତ ମିଳିବ ନାହିଁ ବରଂ ଏହାର ଖରାପ ପ୍ରଭାବ ଭୋଗିବାକୁ ପଡିବ । ଆସନ୍ତୁ ସେହି ୫ ଟି କଥା କଣ ଅଟେ ତାହା ବିଷୟରେ ଆମେ ଆପଣଙ୍କୁ କହିବୁ ।

୧. ଶଙ୍ଖର ର ଉପଯୋଗ

କେବେ ବି ଶିବଙ୍କର ପୂଜାରେ ଶଙ୍ଖର ଉପଯୋଗ କରାଯାଏ ନାହିଁ । କାରଣ ଶଙ୍ଖଚୂଡ ର ବଧ ଭଗବାନ ଶଙ୍କର କରିଥିଲେ ଓ ଶଙ୍ଖକୁ ଶଙ୍ଖଚୂଡ ର ଏକ ରୂପ ବୋଲି ମାନନ୍ତି । ଶଙ୍ଖଚୂଡ ଓ ଶିବଙ୍କ ମଧ୍ୟରେ ଶତୃତା ଭାବ ଥାଏ । ଏହି ଶଙ୍ଖଚୂଡ ଭଗବାନ ବିଷ୍ଣୁ ଙ୍କ ପରମ ଭକ୍ତ ଥିଲା ଏଥିପାଇଁ ଭଗବାନ ବିଷ୍ନୁଙ୍କ ପୂଜାରେ ଶଙ୍ଖର ବିଶେଷ ମହତ୍ତ୍ଵ ରହିଥାଏ ।

୨. ତୁଳସୀ ର ଉପଯୋଗ

କିଛି ଥର ଲୋକ ପ୍ରସାଦ ତିଆରି କରିବା ସମୟରେ ତୁଳସୀ ପତ୍ରକୁ ପବିତ୍ର ମାନି ଶିବଙ୍କ ପୂଜା ପାଇଁ ତିଆରି ହୋଇଥିବା ପ୍ରସାଦରେ ଉପଯୋଗ କରିଥାନ୍ତି ଓ ସେହି ପ୍ରସାଦରେ ଶିବଙ୍କୁ ଭୋଗ ଲଗାଇ ଥାଆନ୍ତି । ତୁଳସୀର ଉପଯୋଗ କୌଣସି ପ୍ରକାରରେ ବି ଶିବଲିଙ୍ଗ ପୂଜାରେ କରାଯାଇ ନଥାଏ ।

୩. ରାଶି ର ଉପଯୋଗ

ରାଶି ଦ୍ଵାରା ପ୍ରସ୍ତୁତ ହୋଇଥିବା ସାମଗ୍ରୀ, ମିଠା ବା ରାଶିରେ ତିଆରି ଚିକ୍କି ବା ରାଶି ଲଡୁ ଇତ୍ୟାଦି ଶିବଲିଙ୍ଗର ପୂଜାରେ କେବେ ବି ଉପଯୋଗ କରାଯାଏ ନାହିଁ ।

୪. ସିନ୍ଦୁରର ଟୀକା

ଭଗବାନ ଭୋଲେନାଥ ବୈରାଗୀ ଅଟନ୍ତି । ତାଙ୍କର ଶ୍ରୀଙ୍ଗାର ସାମଗ୍ରୀ ସହିତ କୌଣସି ସମ୍ପର୍କ ନାହିଁ । ସିନ୍ଦୁର ମଧ୍ୟ ଏକ ଶ୍ରୀଙ୍ଗାର ସାମଗ୍ରୀ ହୋଇଥାଏ ଏଥିପାଇଁ ଶିବଲିଙ୍ଗରେ ସିନ୍ଦୁରରେ ନା ଶ୍ରୀଙ୍ଗାର କରାଯାଇଥାଏ ନା ସିନ୍ଦୁରର ଟୀକା ଲଗା ଯାଇଥାଏ ।

୫. ହଳଦିର ଉପଯୋଗ

ସାଧାରଣତଃ ଲୋକ ଶିବଲିଙ୍ଗରେ ହଳଦୀ ଆଦିର ଲେପ ଲଗାଇ ଥାଆନ୍ତି ଯାହା ଶିବଲିଙ୍ଗରେ ପୂର୍ଣ୍ଣ ଭାବରେ ବର୍ଜିତ ଅଟେ କାରଣ ହଳଦୀ ମଧ୍ୟ ଏକ ଶ୍ରୀଙ୍ଗାର ସାମଗ୍ରୀ ଅଟେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।