କିଏ ନିଜର ଶତୃ କୁ ତ କିଏ ନିଜର ଭାଉଜ କୁ ହିଁ ହୃଦୟ ଦେଇ ବସିଲେ, ଏମିତି ଅଟେ ଏହି 7 ଟି Star Couple ଙ୍କ ଅଜବ ପ୍ରେମର ଗଜବ କାହାଣୀ

ଆଜି ଆମେ ଆପଣ ମାନଙ୍କୁ ଟିଭିର ଷ୍ଟାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଅଭିନୟ କରିବାକୁ ଆସିଥିଲେ କିନ୍ତୁ ନିଜର ଜୀବନ ସାଥୀ ପାଇଥିଲେ । ଆପଣ ମାନଙ୍କର ପସନ୍ଦିତା ଷ୍ଟାର ଯେଉଁମାନେ କାମ କରିବା ସମୟରେ ଷ୍ଟାର ମାନଙ୍କୁ ପ୍ରେମ କରିଥିଲେ ।

“ରଶ୍ମି ଦେସାଇ – ନନ୍ଦୀସ ସନ୍ଧୁ” : କଲରସ ଚ୍ୟାନେଲରେ ମସୁର ସୋ “ଉତ୍ତରନ” ସିରିଏଲର ପରଫେକ୍ଟ ଯୋଡି ବୀର ଓ ତପସ୍ୟା ଖୁବ ଚର୍ଚ୍ଚାରେ ରହିଥିଲେ । ଏହି ଦୁହିଙ୍କର ଭେଟ ପ୍ରଥମଥର ଏହି ସିରିଏଲ ମାଧ୍ୟମରେ ହୋଇଥିଲା । ଅଭିନେତା ନନ୍ଦିସ ନିଜ ଜନ୍ମଦିନରେ ରଶ୍ମିଙ୍କୁ ପ୍ରୋପୋଜ କରିଥିଲେ । ଦୁହେଁ ୨୦୧୨ରେ ପରସ୍ପର ସହ ମ୍ୟାରେଜ କରିଥିଲେ ।

“ଦିବ୍ୟଙ୍କା ତ୍ରିପାଠୀ – ବିବେକ ଦହିୟା” : ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ଓ ବିବେକ ଦହିୟା ଟିଭି ସିରିଏଲ “ୟେ ହେ ମହବତେ” ରେ ପରସ୍ପରର ନିକଟତର ହୋଇଥିଲେ । ଏହି ସୋରେ ଦିବ୍ୟଙ୍କା ଈଶିତା ଭୂମିକାରେ ଅଭିନୟ କରୁଥିଲେ ତ ବିବେକ ଦହିୟା ପୋଲିସ ଭୂମିକରେ ଅଭିନୟ କରୁଥିଲେ । ଦୁହେଁ ୨୦୧୬ରେ ପରସ୍ପର ସହ ମ୍ୟାରେଜ କରିଛନ୍ତି ।

“କୀର୍ତ୍ତି ଗାୟକବାଡ – ଶରଦ କେଲକର” : କୀର୍ତ୍ତି ଗାୟକବାଡ ଓ ଶରଦ କେଲକର “ସାତ ଫେରେ” ସିରିଏଲରେ କାମ କରିଥିଲେ । ଏହା ଛଡା ଦୁହେଁ “ଆକ୍ରୋଶ” ଓ “ସିଆଡି ସ୍ପେଶାଲ ବ୍ଯୁରୋ” ରେ ନଜର ଆସିଥିଲେ । ଏହି ସୁନ୍ଦର ଯୋଡି ୨୦୧୫ରେ ମ୍ୟାରେଜ କରିଛନ୍ତି ।

“ବାହବିଜ ଦୋରାବଜି – ବିବିୟନ ଡସେନା” : ବାହବିଜ ଦୋରାବଜି ଓ ବିବିୟନ ଡସେନା ଟିଭି ସିରିଏଲ “ପ୍ୟାର କି ଏକ କାହାନୀ”ରେ ଅଭିନୟ କରୁଥିବା ସମୟରେ ପରସ୍ପରର ନିକଟତର ହୋଇଥିଲେ । ଏହା ପରେ ୨୦୦୩ ଜାନୁଆରୀ ୭ରେ ଦୁହେଁ ମ୍ୟାରେଜ କରିଥିଲେ ।

“ଦଲଜିତ କୋର – ଶାଳିନୀ ଭାନୋଟ” : ଏହି ଦୁଇ କଳାକାର “କୁଲବଧୁ” ସିରିଲେରେ କାମ କରିଥିଲେ । ଦୁହେଁ ୨୦୦୮ରେ “ନଚ ବଲିୟେ” ସୋରେ ଭାଗ୍ୟ ନେଇ ଜିତିଥିଲେ । ଏମାନେ ୨୦୯ରେ ମ୍ୟାରେଜ କରିଛନ୍ତି ।

“ଆଶା ନେଗୀ – ଋତ୍ଵିକ ଧନଯାନୀ” : ଆଶା ନେଗୀ ଓ ଋତ୍ଵିକ ଧନଯାନୀ ଟିଭି ସିରିଏଲ “ପବିତ୍ର ରିସତା”ରେ ଭେଟ ହୋଇଥିଲେ । ଏହି ସମୟରେ ଦୁହେଁ ପରସ୍ପରକୁ ପ୍ରେମ କରିଥିଲେ ମଧ୍ୟ ଖବର ଅନୁଯାୟୀ ଦୁହେଁ ୬ବର୍ଷର ସମ୍ପର୍କକୁ ଭାଙ୍ଗି ଦେଇଛନ୍ତି ।

“ସନାୟା ଇରାନୀ – ମୋହିତ ସହଗଲ” : ଏହି ଦୁଇ ସୁନ୍ଦର ଯୋଡ଼ିଙ୍କ ଭେଟ “ମିଲେ ଜବ ହମ ତୁମ” ସିରିଏଲେରେ ହୋଇଥିଲା । ୨୦୧୬ ଜାନୁଆରୀ ୨୫ରେ ଦୁହେଁ ଗୋଆରେ ମ୍ୟାରେଜ କରିଛନ୍ତି ।

“ଗୌତମୀ – ରାମ କପୁର” : ଏହି ଦୁଇ କଳାକାର ଟିଭି ସିରିଏଲ “ଘର ଏକ ମନ୍ଦିର”ରେ ନଜର ଆସିଥିଲେ । ଏହି ସିରିଏଲରୁ ହିଁ ଦୁହିଙ୍କର ଭେଟ ହୋଇଥିଲା । ଏହି ସିରିଏଲରେ ଗୌତମୀ ରାମ କପୁରଙ୍କ ଭାଉଜ ଭୂମିକରେ ଅଭିନୟ କରୁଥିଲେ । ଏହା ପରେ ୨୦୦୩ରେ ଦୁହେଁ ମ୍ୟାରେଜ କରିଥିଲେ ।

“ସଞ୍ଜିଦା ଶେଖ – ଅମିର ଅଲି” : ଏହି ଦୁଇ କଳାକାର ଟିଭି ସୋ “ନଚ ବଲିୟେ-୩” ରେ ଭାଗ ନେଇଥିଲେ । ଦୁହେଁ ୨୦୧୨ରେ ପରସ୍ପର ସହ ବିବାହ କରିଥିଲେ ମଧ୍ୟ ବର୍ତ୍ତମାନ ଅଲଗା ହୋଇଛନ୍ତି ।

“ଗୌରୀ ପ୍ରଧାନ – ହିତେନ ତେଜବାନି” : ହିତେନ ଓ ଗୌରୀ “କୁଟୁମ୍ବ” ସିରିଏଲେରେ କାମ କରିବା ସମୟରେ ପରସ୍ପରର ନିକଟତର ହୋଇଥିଲେ । ୨୦୦୪ ଏପ୍ରିଲ ୨୯ରେ ଦୁହେଁ ମ୍ୟାରେଜ କରିଛନ୍ତି ।

“ଋଦ୍ଧି ଡୋଗରା – ରାକେଶ ବସିଷ୍ଠ” : ଏହି ଦୁଇ କଳାକାର ପ୍ରଥମ ଥର ସୋନି ଟିଭିରେ “ସେବନ” ସୋରେ ନଜର ଆସିଥିଲେ । ୨୦୧୧ ମେ ୨୯ରେ ଦୁହେଁ ମ୍ୟାରେଜ କରିଥିଲେ ମଧ୍ୟ ପରେ ପରସ୍ପର ଠାରୁ ଅଲଗା ହୋଇଛନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଆର୍ଟିକଲଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।