ଟୋଲ କର୍ମଚାରୀଙ୍କ ଉପରେ ରାଗିଗଲେ ଟ୍ରକ ଡ୍ରାଇଭର, ଆଉ ତା’ପରେ ତାଙ୍କ ସହ ଯାହା କଲେ ଦେଖିଲେ ଲୋମ ଟାଙ୍କୁରି ଉଠିବ, ଏବେ ଭାଇରାଲ ହେଉଛି video

ଟ୍ରକ ଚାଳକଙ୍କ ମୁଣ୍ଡକୁ ରାଗ ଚଢିବା ପରେ ଟୋଲ କର୍ମଚାରୀଙ୍କୁ ଦେଇଛନ୍ତି ଭୟଙ୍କର ଦଣ୍ଡ । ଟ୍ରକ ଆଗରେ ଟ୍ରୋଲ କର୍ମଚାରୀଙ୍କୁ ରଖି ପ୍ରାୟ ୧୦କିମି ପର୍ଯ୍ୟନ୍ତ ବୋହି ନେଇଛନ୍ତି ପ୍ରତିଶୋଧ ପରାୟଣ ଟ୍ରକ ଡ୍ରାଇଭର । ତଥାପି ଅଟକି ନଥିଲେ ଉକ୍ତ ଟ୍ରକ ଚାଳକ । ଶେଷରେ ଟ୍ରୋଲ କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ପୋଲିସକୁ ଆସିବାକୁ ପଡିଥିଲା । କଥାରେ ଅଛି କି କ୍ରୋଧ ଅତି ଭୟଙ୍କର ଜିନିଷ । ମଣିଷ ରାଗିଲେ କଣ କରେ ସେ ନିଜେ ବି ଜାଣି ପାରେନାହିଁ । ରାଗ ଚଢିଗଲେ ମଣିଷ ଅମଣିଷ ପାଲଟି ଯାଏ ।

ଏହି ଭିଡିଓକୁ ଆପଣ ଥରେ ଦେଖନ୍ତୁ । ଏହା କିପ୍ରକାର ଦୃଶ୍ୟ ଆପଣ ମଧ୍ୟ ଚିନ୍ତା କରିପାରିବେ ନାହିଁ । ଇଏ ହେଉଛି ଟୋଲ ଆଦାୟ କରିବାର ଦଣ୍ଡ । ଟୋଲ ଆଦାୟକୁ ଟୋଲ କର୍ମଚାରୀ ଓ ଟ୍ରକ ଚାଳକଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା । ଆଉ ଏହି ସାମାନ୍ଯ ବଚସାରୁ ଟୋଲ କର୍ମଚାରୀଙ୍କୁ ଟ୍ରକ ଆଗରେ ଠିଆ କରେଇ ୧୦ କିଲୋମିଟର ପର୍ଯ୍ୟନ୍ତ ବୋହି ନେଇଗଲେ ଟ୍ରକ ଚାଳକ । ଟୋଲ ଆଦାୟ ସମୟରେ ଟୋଲ କର୍ମଚାରୀ ଓ ଟ୍ରକ ଚାଳକଙ୍କ ମଧ୍ୟରେ ବଚସା ହେବାରୁ ରାଗି ଯାଇଥିଲେ ଟ୍ରକ ଚାଳକ ।

ଯାହାଫଳରେ ସେ ଟୋଲ କର୍ମୀଙ୍କୁ ଦଣ୍ଡ ଦେବା ପାଇଁ ତାଙ୍କୁ ଟ୍ରକ ଆଗରେ ରଖି ୧୦ କିଲୋମିଟର ବୋହି ନେଇଥିଲେ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ କୁନୁର ଜିଲ୍ଲାର ଆମକତାଡୁ ୫ ନଂ. ଜାତୀୟ ରାଜପଥ ନିକଟରେ ଥିବା ଜାତୀୟ ଟୋଲ ଗେଟ୍ ନିକଟରେ । ସବୁକିଛି ସ୍ଵାଭାବିକ ଥାଏ, ଏତିକି ବେଳେ ଟୋଲ ଗେଟ୍ ନିକଟରେ ଏକ ଆଳୁ ବୋଝେଇ ଟ୍ରକ ପହଞ୍ଚିଥିଲା ।

ଟ୍ରକର ଫାଷ୍ଟ ଟ୍ୟାଗ କାମ କରି ନଥିବାରୁ ଟୋଲ କର୍ମଚାରୀ ମାନେ ଟ୍ରକଟିକୁ ବହୁତ ସମୟ ଧରି ଅଟକାଇ ଥିଲେ । ଏହାସହ ଟୋଲ ଚାର୍ଜ ଠାରୁ ଅଧିକ ଚାର୍ଜ ଫାଇନ ଆକାରରେ ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଟୋଲ ଚାର୍ଜ ଦେବାକୁ ମନାକରି ଟ୍ରକ ଚାଳକ ଆଗକୁ ବଢୁଥିବା ବେଳେ ଟୋଲ ଗେଟ୍ ସୁପରଭାଇଜର ଶ୍ରୀନିବାସ ଗାଡିଟିକୁ ଅଟକାଇବା ପାଇଁ ବମ୍ପର ଉପରକୁ ଚଢିଥିଲେ । ଟ୍ରକ ଚାଳକ କିନ୍ତୁ ଅଟକି ନଥିଲେ, ଓଲଟା ୧୦କିମି ପର୍ଯ୍ୟନ୍ତ ତାଙ୍କୁ ସେମିତି ନେଇ ଯାଇଥିଲେ ।

ଶ୍ରୀନିବାସ ସେହିପରି ଟ୍ରକର ବମ୍ପର ଉପରେ ଝୁଲି ରହିଥିଲେ । ପରେ ପୋଲିସ ଏହାର ସୂଚନା ପାଇଁ ଟ୍ରକକୁ ଅଟକାଇ ଶ୍ରୀନିବାସଙ୍କୁ ଉଦ୍ଧାର କରିଥିଲେ ଏବଂ ଚାଳକଙ୍କୁ ଗିରଫ କରି ତଦନ୍ତ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।