ଗଛ ଉପରେ ଚିତାବାଘକୁ ନାକେଦମ୍ କରିଦେଲା ମାଙ୍କଡ, ଶିଖେଇଲା ଏମିତି ବୁଦ୍ଧି କି…ଦେଖନ୍ତୁ ଏହି ଭାଇରାଲ Video

ଏହି ଭିଡିଓରେ ଆପଣ ଦେଖି ପାରୁଥିବେ କି ଚିତାବାଘ ଓ ମାଙ୍କଡ ମଧ୍ୟରେ ଛକାପଞ୍ଝା ଚାଲିଛି । ମାଙ୍କଡକୁ ଖାଇବା ପାଇଁ ବାଘ ଗଛ ଉପରେ ଚଢିଛି । ମାଙ୍କଡ କିନ୍ତୁ ଧରା ଦେଉନି । ମାଙ୍କଡକୁ ଧରିବା ପାଇଁ ଗଛ ଉପରେ ଚାଲିଛି ହାଇଡ୍ରାମା । ଜୀବଜନ୍ତୁଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥାଏ । ଏହି ଭିଡିଓ ସବୁ ଯେତିକି ରୋମାଞ୍ଚକର ସେତିକି ମଜାଦାର ମଧ୍ୟ ହୋଇଥାଏ । କିଛି ଭିଡିଓ ଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ ।

ଏହିସବୁ ଭିଡିଓକୁ ଲକ୍ଷ ଲକ୍ଷ ସଂଖ୍ଯାରେ ଲୋକ ଦେଖିଥାନ୍ତି । ନିକଟରେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ମାଙ୍କଡକୁ ଆକ୍ରମଣ କରିବାକୁ ଚିତାବାଘଟିଏ ଛକିଛି । ଗଛ ଉପରେ ବାଘ ଓ ମାଙ୍କଡ ମଧ୍ୟରେ ଛକାପଞ୍ଝା ଚାଲିଛି । ଏହି ମାଂସଭୋଜୀ ଜୀବ ଚିତାବାଘ ବର୍ତ୍ତମାନ ସମୟରେ ମୁଖ୍ଯତଃ ପୂର୍ବ ଆଫ୍ରିକା, ଦକ୍ଷିଣ ଆଫ୍ରିକା ଓ ଇରାନର କେତେକ ସ୍ଥାନରେ ଦେଖାଯାଏ ।

ଚିତାବାଘର ଶରୀର ପତଳା ହୋଇଥିବାରୁ ସେ ଗଛରେ ଚଢିପାରେ ଓ ଶିକାର କରିବା ପାଇଁ ପ୍ରାୟ ସମୟ ସେ ଗଛରେ ଚଢିଥିବାର ଦେଖାଯାଏ । ଏମିତି କିଛି ଦେଖା ଦେଇଛି ଏବି ଭିଡିଓରେ । ମାଙ୍କଡକୁ ଶିକାର କରିବାକୁ ଗଛ ଉପରେ ଚଢି ଯାଇଛି ବାଘ । କିନ୍ତୁ ମାଙ୍କଡ ବି କିଛି କମ୍ ନୁହେଁ ।

ନିଜ ଜୀବନ କାହାକୁ ଲୋଭ ନଥାଏ, ତେଣୁ ସେ କାହିଁକି ବା ଚିତାବାଘ ହାତରେ ଧରାଦେବ । ବାଘ ଓ ମାଙ୍କଡ ମଧ୍ୟରେ ଏମିତି ଛକାପଞ୍ଝାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚିତାକୁ ଧରା ନଦେବା ପାଇଁ ମାଙ୍କଡଟି ଏ ଡାଳରୁ ସେ ଡାଳକୁ ଡେଉଁଛି । ଆଉ ଚିତା ବି ମାଙ୍କଡକୁ ଫଲୋ କରି ଡାଳରେ ଡେଇଁବାରେ ଲାଗିଛି । ଏହି ଭିଡିଓ ଦେଖିବା ପରେ ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।

କିଛି ଲୋକ ଏହି ଭିଡିଓର କ୍ୟାପସନ ‘କ୍ୟାଚ ମି ଇଫ ୟୁ କ୍ୟାନ’ ହେବା ଉଚିତ ବୋଲି ଲେଖିଥିବା ବେଳେ ଆଉ କିଛି ଲୋକେ ବାଘ ଭାଗ୍ୟରେ ଖାଦ୍ଯର ସୁଯୋଗ ନାହିଁ ବୋଲି ଲେଖିଛନ୍ତି ।ତେବେ ଆପଣଙ୍କୁ ଏହି ଭିଡିଓ ଦେଖି କେମିତି ଲାଗିଲା ଓ ଏହାର କ୍ୟାପସନ କଣ ହେବ ଉଚିତ ବୋଲି ଆପଣ ଭାବୁଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।