ମାଂସ ସହିତ କେଉଁ ଖାଦ୍ଯ ଖାଇଲେ ଦୃଷ୍ଟିଶକ୍ତି କମିଯାଏ ? ଏହା ସହ ଜାଣନ୍ତୁ ଭୋଜନ କରିବାର କିଛି ବିଶେଷ ନିୟମ 

ପ୍ରତ୍ଯେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଭୋଜନ ଉପରେ ନିର୍ଭର କରିଥାଏ , ତେବେ ଭୋଜନ ସମ୍ପର୍କରେ କିଛି ତଥ୍ୟ ଆସନ୍ତୁ ଜାଣିବା । କେଉଁ ବାରରେ କେଉଁ ଖାଦ୍ଯ ଖାଇବା ନିଷେଧ ହୋଇଥାଏ ସେ ବିଷୟରେ କିଛି ତଥ୍ୟ ଜାଣିବା ନିତାନ୍ତ ଆବଶ୍ୟକ । ଖାଇବା ପୂର୍ବରୁ ଠାକୁରଙ୍କୁ ଭୋଗ ଲଗାଇ ଖାଇବା ଉଚିତ ଏବଂ ଖାଇବା ସମୟରେ କଥା ହେବା ଉଚିତ ନୁହେଁ । ଖାଦ୍ଯ ଥାଳିକୁ ବସିବା ଠାରୁ ଅଳ୍ପ ଉଚ୍ଚରେ ରଖିବା ଉଚିତ, ଏହାଦ୍ବାରା ଗୃହରେ ଭୋଜନର ଅଭାବ କେବେ ହୋଇ ନଥାଏ ।

ସବୁବେଳେ ଭୂମିରେ ଆସନ ପକାଇ ବସିକରି ଖାଦ୍ଯ ଖାଇବା ଉଚିତ, ଏହା ମଙ୍ଗଳକାରୀ ହୋଇଥାଏ । ଖାତା ଉପରେ ବସି ଖାଇବା ଅନୁଚିତ କିମ୍ବା ଥାଳି ହାତରେ ଧରି ଖାଇବା ଅଶୁଭ ହୋଇଥାଏ । ଭାଙ୍ଗି ଯାଇଥିବା କିମ୍ବା ସଫା ହୋଇ ନଥିବା ବାସନରେ ଖାଦ୍ଯ ଖାଇବା ଦ୍ଵାରା ଦୁର୍ଭାଗ୍ୟ ବୃଦ୍ଧି ହୋଇଥାଏ । ଭୋଜନ କରିବା ପୂର୍ବରୁ ଭଲ ଭାବେ ହାତ ପାଦ ଧୋଇ ଭୋଜନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

ଘରର ଦକ୍ଷିଣ କିମ୍ବା ଦକ୍ଷିଣ-ପଶ୍ଚିମ ଦିଗରେ ଭୋଜନ କରିବା ଅନୁଚିତ, ଏହାଦ୍ବାରା ସମ୍ପର୍କ ଖରାପ ହୋଇଥାଏ । ଘରର ପଶ୍ଚିମ ଦିଗରେ ଭୋଜନ କକ୍ଷ ରହିବା ଶୁଭ ହୋଇଥାଏ, ନଚେତ ଉତ୍ତର-ପୂର୍ବ ଦିଗରେ ରହିବା ଉଚିତ । ଉତ୍ତର ଦିଗକୁ ମୁଖ କରି ଭୋଜନ କରିବା ଦ୍ଵାରା ଧନ, ବିଦ୍ୟା ଓ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ ହୋଇଥାଏ ।

ବ୍ୟବସାୟୀ ଏବଂ ଚାକିରି କରୁଥିବା ଲୋକମାନେ ପଶ୍ଚିମ ଦିଗକୁ ମୁହଁ କରି ଭୋଜନ କରିବା ଲାଭଦାୟକ ହୋଇଥାଏ । ବୟସ୍କ ଲୋକ କିମ୍ବା ଅସୁସ୍ଥ ଲୋକମାନେ ପୂର୍ବ ଦିଗକୁ ମୁହଁ ମାରି ଭୋଜନ କରିବା ଦ୍ଵାରା ସ୍ୱାସ୍ଥ୍ୟ ଠିକ ରହିଥାଏ । ପୂର୍ବ ଦିଗକୁ ମୁହଁ କରି ଭୋଜନ କରିବା ଦ୍ଵାରା ରୋଗ ଏବଂ ମାନସିକ ଚିନ୍ତା ଦୂର ହୋଇଥାଏ । ଖାଇବା ପରେ ୧୫ ମିନିଟ ବାମକଡ ମାଡି ଶୋଇବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ । କଦଳୀ ପାତ୍ର କିମ୍ବା ଶାଳପତ୍ରରେ ଭୋଜନ କରିବା ଦ୍ଵାରା ଆୟୁଷ ବୃଦ୍ଧି ହୋଇଥାଏ ।

ଷ୍ଟିଲ ବା ଲୌହ ପାତ୍ରରେ ଭୋଜନ କରିବା ଦ୍ଵାରା ବୁଦ୍ଧିହୀନତା ଏବଂ ବାୟୁଜନିତ ରୋଗ ଦେଖା ଦେଇଥାଏ । ତମ୍ବା ପାତ୍ରରେ ଭୋଜନ କରିବା ବହୁତ ଶୁଭ ହୋଇଥାଏ ଓ ମନରେ ପବିତ୍ରତା ଆସିଥାଏ । ଖାଦ୍ଯ ଖାଉଥିବା ସମୟରେ ଯଦି ଦକ୍ଷିଣ ନାସ ପୁଡାରେ ପବନ ଯାଉଥାଏ ତେବେ ଖାଦ୍ୟ ଶୀଘ୍ର ହଜମ ହୋଇଥାଏ । କିନ୍ତୁ ବାମ ପୁଡାରେ ଯାଉଥିଲେ ଅଜିର୍ଣ୍ଣତା ଦେଖାଦିଏ ।

କାର୍ତ୍ତିକ ମାସ, ମାଘ ମାସ ଏବଂ ପୌଷ ମାସରେ ଅଧାପେଟ ଖାଦ୍ଯ ଖାଇବା ହିତକର ହୋଇଥାଏ । ବୈଶାଖ ମାସ, ମାଘ ମାସ ଏବଂ କାର୍ତ୍ତିକ ମାସରେ ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଚୈତ୍ର ମାସରେ ଅଧିକ ପିତା ଜିନିଷ ଖାଇବା ଲାଭଦାୟକ ହୋଇଥାଏ ଓ କେବେ ଚର୍ମରୋଗ ହୋଇ ନଥାଏ । ମାଂସ ଭୋଜନ କରିଥିବା ଦିନ କ୍ଷୀର, ବିରି ଏବଂ ଗୁଡ ଜାତୀୟ ଖାଦ୍ଯ ଖାଇବା ଉଚିତ ନୁହେଁ, ଏହାଦ୍ବାରା ଦୃଷ୍ଟିଶକ୍ତି କମିଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହା ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।