ଏହି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ଗୋବିନ୍ଦା, ସାଙ୍ଗମାନେ ଖୋଲିଲେ ରାଜ୍ ଓ କହିଲେ – ‘ତାଙ୍କୁ ସାହାର୍ଯ୍ୟର ନିହାତି ଦରକାର ଓ…’

ହୀରୋ ନମ୍ବର ୧, କୁଲୀ ନମ୍ବର ୧, ଦୂଲ୍ହେ ରାଜା ଭଳି ଫିଲ୍ମରୁ ଲୋକମାନଙ୍କର ହୃଦୟ ଜିତି ଥିବା ଗୋବିନ୍ଦା ବର୍ତ୍ତମାନ ଖରାପ ପରିସ୍ଥିତିରେ ଅଛନ୍ତି । କହିବାକୁ ଗଲେ ଗୋବିନ୍ଦାଙ୍କ ପାଖରେ ବହୁତ ସମୟ ହେବ କୌଣସି ବି ଫିଲ୍ମ ନାହିଁ, ଯେଉଁ କାରଣରୁ ତାଙ୍କର ଫିଲ୍ମି କ୍ୟାରିୟର ବହୁତ ପ୍ରଥମରୁ ହିଁ ଖରାପ ହୋଇ ଯାଇଛି । କିନ୍ତୁ ବର୍ତ୍ତମାନ ତାଙ୍କ ସହିତ ଜଡିତ ଅନ୍ୟ ଏକ ଖରାପ ଖବର ସାମନାକୁ ଆସୁଛି ଓ ଏହି ଖବର ବିଷୟରେ ସେ ନୁହେଁ ତାଙ୍କର ବନ୍ଧୁ କହିଛନ୍ତି ।

ନିଜର ଡାଂସିଂଗ ଅନ୍ଦାଜରେ ଜଣା ଯାଉଥିବା ଗୋବିନ୍ଦାଙ୍କର କ୍ୟାରିୟର ଦେଖୁ ଦେଖୁ ବୁଡି ଗଲା । ୯୦ ଦଶକର ସୁପରଷ୍ଟାର ରହିଥିବା ଗୋବିନ୍ଦାଙ୍କର ଅବସ୍ଥା ବର୍ତ୍ତମାନ ବହୁତ ଖରାପ ହୋଇ ଯାଇଛି ।

ସାଇକୋଲଜିକଲ ପ୍ରୋବ୍ଲମରେ ଅଛନ୍ତି ଗୋବିନ୍ଦା

ଗୋବିନ୍ଦାଙ୍କର ପାଖାପାଖି ଜଣେ ବନ୍ଧୁ ଏକ ଇଣ୍ଟରଭିୟୁରେ କହିଲେ କି କିଛି ସମୟ ହେବ ଗୋବିନ୍ଦା ବହୁତ ଅଦ୍ଭୁତ ବ୍ୟବହାର କରୁଛନ୍ତି, ଯେଉଁ କାରଣରୁ ତାଙ୍କୁ ବଡ ବଡ ଫିଲ୍ମର ଅଫର ମିଳିଥିଲା ବୋଲି କହୁଛନ୍ତି । ସେ ଆଗକୁ କହିଲେ କି ଗୋବିନ୍ଦା ସାଇକୋଲଜିକଲ ପ୍ରବ୍ଲମରେ ପୀଡିତ ଅଛନ୍ତି, ଯେଉଁ କାରଣରୁ ସେ ଅଦ୍ଭୁତ ବ୍ୟବହାର କରୁଛନ୍ତି । ଏହା ସହିତ ତାଙ୍କର ବନ୍ଧୁ କହିଲେ କି ଗୋବିନ୍ଦାଙ୍କ ଭିତରେ ବହୁତ ଅଧିକ ନେଗେଟିବିଟୀ ପଶି ଯାଇଛି, ଯେଉଁ କାରଣରୁ ତାଙ୍କୁ ଖରାପ ପରିସ୍ଥିତିରେ ରହିବାକୁ ପଡୁଛି ।

ଗୋବିନ୍ଦାଙ୍କୁ ସାହାର୍ଯ୍ୟ ଦରକାର

ଗୋବିନ୍ଦାଙ୍କର ବନ୍ଧୁ ଜଣକ ଏହା ବି କହିଲେ କି ବର୍ତ୍ତମାନ ସମୟରେ ତାଙ୍କର ବଲୀଉଡରେ କେହି ବି ବନ୍ଧୁ ନାହାନ୍ତି । କାରଣ ସେ ସମସ୍ତଙ୍କ ସହିତ ଝଗଡା କରିସାରିଛନ୍ତି ଓ କିଛି ଲୋକମାନେ ତାଙ୍କର ଅଦ୍ଭୁତ ବ୍ୟବହାର କାରଣରୁ ତାଙ୍କ ପାଖକୁ ଆସୁ ନାହାନ୍ତି । ଯେଉଁ କାରଣରୁ ସେ ଏକୁଟିଆ ପଡି ଯାଇଛନ୍ତି । ଏତିକି ନୁହେଁ ତାଙ୍କର ବନ୍ଧୁ ଆଗକୁ କହିଲେ କି ବର୍ତ୍ତମାନ ସମୟରେ ଗୋବିନ୍ଦାଙ୍କୁ ବଲୀଉଡର ବନ୍ଧୁମାନଙ୍କର ସାହାର୍ଯ୍ୟ ଦରକାର । ଏମିତିରେ ମୋର ପ୍ରାର୍ଥନା ଅଟେ କି ଆପଣମାନେ ତାଙ୍କୁ ସାହାର୍ଯ୍ୟ କରନ୍ତୁ । ଯାହା ଦ୍ଵାରା ସେ ଏକ ସାଧାରଣ ଜୀବନ ଜାପନ କରି ପାରିବେ ।

ଗୋବିନ୍ଦା କଣ କହିଥିଲେ ?

ଗତ କିଛି ଦିନ ତଳେ ‘ଆପକୀ ଅଦାଲତ ଶୋ’ ରେ ଗୋବିନ୍ଦା ପହଞ୍ଚି ସେଠି ବଡ ବଡ କଥା କହିଥିଲେ, ଯେଉଁଥିରେ ସେ ବଡ ବଡ ଅଫରକୁ ମନା କରି ଦେଇଛନ୍ତି ବୋଲି କହୁଥିଲେ । ଏତିକି ନୁହେଁ, ହଲିଉଡର ଫିଲ୍ମ ଅବତାରର ନାମକୁ ବି ସେ ସଜେଷ୍ଟ କରିଥିଲେ ବୋଲି କହୁଥିଲେ । ଏହା ସହିତ ସେ କହିଥିଲେ କି ତାଙ୍କୁ ଦେବଦାସ ଭଳି ସୁପରହିଟ ଫିଲ୍ମର ବି ଅଫର ମିଳିଥିଲା । ଏହି ସବୁ ଶୁଣି ସୋସିୟଲା ମିଡିୟାରେ ତାଙ୍କର ଥଟ୍ଟା କରାଗଲା, ଯାହା ପରେ ତାଙ୍କର ବନ୍ଧୁ ତାଙ୍କର ଏହି ରୋଗ ବିଷୟରେ କହିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।