ଜାଣନ୍ତୁ କିଏ ସୁଷମା ସ୍ୱରାଜଙ୍କ ଏକ ମାତ୍ର ଝିଅ ବାଂସୁରୀ ଓ କଣ କରନ୍ତି ସେ

ସୁଷମା ସ୍ୱରାଜଙ୍କର ନିଧନର ଖବର ଆଜି ପୁରା ଦେଶର କୋଣ ଅନୁକୋଣରେ ପହଞ୍ଚି ଯାଇଛି । ୬ ଅଗଷ୍ଟ ରାତିରେ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଶେଷ ନିଶ୍ଵାସ ତ୍ୟାଗ କରିଥିବା ସୁଷମା ସ୍ୱରାଜଙ୍କର ଗତକାଲି ଦ୍ଵିପହର ୩ ଟା ବେଳେ ଦିଲ୍ଲୀର ଲୋଢ଼ୀ Crematoriumରେ ଅନ୍ତିମ ସଂସ୍କାର କରାଗଲା । ଏହି ଅନ୍ତିମ ସଂସ୍କାରରେ ତାଙ୍କର ଝିଅ ବାଂସୁରୀ ସ୍ୱରାଜ ନିଜ ମାତାଙ୍କୁ ଶେଷ ବିଦାୟ ଦେଉଥିବାର ନଜର ଆସିଥିଲେ । କହିବାକୁ ଗଲେ ସେ ନିଜ ମା’ଙ୍କର ଏକ ମାତ୍ର ଝିଅ ଅଟନ୍ତି । ଏହି ଅନ୍ତିମ ସଂସ୍କାରରେ ସେ ସମସ୍ତ ପରମ୍ପରାକୁ ସମ୍ପନ୍ନ କରିଥିଲେ ।

କହିବାକୁ ଗଲେ ସୁଷମା ସ୍ୱରାଜଙ୍କର ଝିଅ ବାଂସୁରୀଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କହିବାକୁ ଯାଉଛୁ । ବାଂସୁରୀ ସ୍ୱରାଜ ସୁଷମା ସ୍ୱରାଜ ଓ ସ୍ୱରାଜ କୌଶଲଙ୍କର ଏକମାତ୍ର ଝିଅ ଅଟନ୍ତି । ସ୍ୱରାଜ କୌଶଲ ସୁପ୍ରୀମ କୋର୍ଟର ଏକ ବରିଷ୍ଠ ଓକିଲ ଅଟନ୍ତି । ସେ ତିନି ବର୍ଷ ପାଇଁ (୧୯୯୦ ରୁ ୧୯୯୩) ମିଜୋରାମରେ ଗବର୍ନର ବି ରହି ସାରିଛନ୍ତି ।

ଏହା ଛଡା ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ ସେ ସାଂସଦ ବି ରହି ସାରିଛନ୍ତି । ବର୍ତ୍ତମାନ ସେ ଭାରତୀୟ ସୁପ୍ରୀମ କୋର୍ଟର ବରିଷ୍ଠ ଅଧିବକ୍ତା ଅଟନ୍ତି । ସେ ସୁଷମା ସ୍ୱରାଜଙ୍କୁ  ୧୯୭୫ରେ ବିବାହ କରିଥିଲେ । ଏହା ପରେ ତାଙ୍କର ଏକ ଝିଅ ହେଲା ଯାହାର ନାମ ବାଂସୁରୀ କୌଶଲ ରଖାଗଲା ।

ବାଂସୁରୀ ନିଜ ପିତାଙ୍କ ଭଳି ଜଣେ ଓକିଲ ଅଟନ୍ତି । ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତକର ଡିଗ୍ରୀ ବି ହାସଲ କରିଛନ୍ତି । ଏହା ପରେ ସେ ଇନର ଟେମ୍ପଲରୁ ଆଇନରେ ବାରିସ୍ଟରର ଡିଗ୍ରୀ ନେଲେ ଓ ଏକ ଜଣା ଶୁଣା କ୍ରିମିନଲ ଲୟର ହୋଇଗଲେ । ବାଂସୁରୀ କେବଳ ଦିଲ୍ଲୀ ହାଇକୋର୍ଟ ନୁହେଁ ସୁପ୍ରୀମ କୋର୍ଟରେ ବି କ୍ରିମିନଲ ଲୟର ରୂପରେ କେସ ଲଢିଥାନ୍ତି ।

ବାଂସୁରୀଙ୍କର ନାମ ସେହି ସମୟରେ ମିଡିଆରେ ଅଧିକ ଆସିଥିଲା ଯେତେବେଳେ ସେ ଆଇପିଏଲର ପୂର୍ବ କମିଶନର ଲଲିତ ମୋଦୀଙ୍କ ପାଇଁ କୋର୍ଟରେ କେସ ଲଢିଥିଲେ । ଏହା ପରେ ସେ ନିଜର ଲିଗାଲ ଟିମର ସମସ୍ତ ସଦସ୍ୟଙ୍କ ସହ ମିଶି ଏହି କେସ କୁ ଜିତି ଥିଲେ । ସୁଷମାଙ୍କର ପରିବାର କଥା କହିଲେ ତାଙ୍କର ପରିବାରରେ ତାଙ୍କର ଝିଅ ଓ ସ୍ଵାମୀ ଛଡା ବି ତାଙ୍କର ଜଣେ ଭାଇ, ଜଣେ ଭଉଣୀ ଓ ମାତା ପିତା ଅଛନ୍ତି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।