ମା ବିକୁଥିଲେ ବାସନ ଓ ଡ୍ରେସ, ୩୩ ବର୍ଷ ପର୍ଯ୍ୟନ୍ତ ଚାଳଘରେ ଗୁଜାରିଥିଲେ ଜୀବନ, ମନେ ପକାଇ ଭାବୁକ ହୋଇଗଲେ ଜ୍ୟାକି ଶ୍ରଫ ଓ କହିଲେ…

କହିବାକୁ ଗଲେ ବଲୀଉଡରେ ଯେଉଁମାନେ ଆଜି ବଡ ବଡ ଷ୍ଟାର ହୋଇଯାଇଛନ୍ତି ସେମାନଙ୍କର ସଫଳତାର କାହାଣୀ ବହୁତ କଷ୍ଟ ଓ ଦୁଖଭରା ଅଟେ । କିନ୍ତୁ ଏହି ସମସ୍ତଙ୍କ ମଧ୍ୟରେ ସବୁଠୁ ଅଧିକ ଦରିଦ୍ରତାର ସମ୍ମୁଖୀନ ଅଭିନେତା ଜ୍ୟାକି ଶ୍ରଫ କରିଛନ୍ତି । ମା ବିକ୍ରି କରୁଥିଲେ ବାସନ ଓ ଡ୍ରେସ, ୩୩ ବର୍ଷ ପର୍ଯ୍ୟନ୍ତ ଚାଳରେ ରହିଛନ୍ତି । ସେହି ସମସ୍ତ ସମୟକୁ ମନେ ପକାଇ ଏକ ରିଏଲିଟୀ ଶୋରେ ଜ୍ୟାକି ଶ୍ରଫ ଭାବୁକ ହୋଇଗଲେ ।

ଦରିଦ୍ରତାରେ ଜୀବନ ଜାପାନ କରିଛନ୍ତି ପୁରା ୩୩ ବର୍ଷ

Image courtesy: Google

ହିନ୍ଦୀ ସିନେମାରେ ଦମଦାର ଅଭିନେତାମାନଙ୍କ ମଧ୍ୟରେ ସାମିଲ ଥିବା ଜ୍ୟାକି ଶ୍ରଫ ୯୦ ଦଶକରେ ବଲୀଉଡରେ ଏଣ୍ଟ୍ରି କରିଥିଲେ । ସେ ନିଜର ସଂଘର୍ଷର କାହାଣୀ ସୁପର ଡାନ୍ସର – ୩ ସେଟ ଉପରେ ଶେୟାର କରିଥିଲେ । ଯାହାକୁ କହି ସେ ଭାବୁକ ବି ହୋଇଗଲେ । ସେ କହିଲେ କି ଆଜି ଯେଉଁ ପୋଜିସନରେ ସେ ଅଛନ୍ତି ଯେଉଁଠି କୌଣସି ବି ଜିନିଷ ପାଇଁ ସମସ୍ୟା ନାହିଁ କିନ୍ତୁ ଗୋଟିଏ ସମୟ ଏମିତି ବି ଥିଲା ଯେତେବେଳେ ସେ ବହୁତ ଚିନ୍ତିତ ରହୁଥିଲେ ।

କହିବାକୁ ଗଲେ ଶୋ ରେ କଂଟେସ୍ଟେଂଟ ୧୧ ବର୍ଷର ଦକ୍ଷିତ ଭଣ୍ଡାରି ଯେତେବେଳ ନିଜ ମାଙ୍କର ଅସୁବିଧା ଦିନର କଥା କହିଲେ ତେବେ ଜ୍ୟାକି ଶ୍ରଫ ବି ତାହାକୁ ଶୁଣି ଭାବୁକ ହୋଇଗଲେ ଓ ତାଙ୍କ ଆଖରୁ ବି ଲୁହ ଚାଲି ଆସିଲା ।

Image courtesy: Google

ଜ୍ୟାକି ନିଜର ଲୁହ ପୋଛି ନିଜ ପିଲାଦିନ ବିଷୟରେ କହିଲେ କି ସେ ବି ମୁମ୍ବାଇରେ ନିଜର ଆରମ୍ଭ ସମୟରେ ଏକ ଚାଳ ଘରେ ରହୁଥିଲେ ଓ ଜୀବନର ୩୩ ବର୍ଷ ସମୟ ସେ ସେହି ଚାଳଘରରେ ବିତାଇଛନ୍ତି । ସେହି ସମୟରେ ତାଙ୍କର ମା ବାସନ ମାଜି ଘର ଚଳାଉଥିଲେ । ସେହି ସମୟରେ ୩୦ ଜଣ ଲୋକମାନଙ୍କ ପାଇଁ କେବଳ ୭ଟି ଚାଳଘର ଓ କେବଳ ୩ଟି ଶୌଚାଲୟ ଥିଲା । ସେହି ସମୟର ସଂଘର୍ଷ ଆଜି ବି ତାଙ୍କୁ ମନେ ଅଛି ।

ପ୍ରଥମ ଫିଲ୍ମରେ ହିଁ ଛାଇଗଲେ ବଲୀଉଡରେ

ଥରେ ମୁମ୍ବାଇରେ କୌଣସି ଫିଲ୍ମର ଶୁଟିଙ୍ଗ ସମୟରେ ଦେବ ଆନନ୍ଦ ଜ୍ୟାକିଙ୍କୁ ଦେଖିଲେ ଓ ତାଙ୍କୁ ପଚାରିଲେ କି ଫିଲ୍ମରେ କାମ କରିବ । କିନ୍ତୁ ସେ ଜ୍ୟାକିଙ୍କ ସହ ଯେଉଁ ଫିଲ୍ମ କରିଲେ ତାହା ରିଲିଜ ହୋଇ ପାରିଲା ନାହିଁ । ଏହା ପରେ ସୁଭାଷ ଘଈ ନିଜର ଫିଲ୍ମ ହିରୋ ପାଇଁ ଜ୍ୟାକିଙ୍କୁ ସାଇନ କରିନେଲେ ।

ଫିଲ୍ମଟି ରିଲିଜ ହେବା ପରେ ବ୍ଲକବସ୍ଟର ହୋଇଗଲା ଓ ସମସ୍ତ ଗୀତ ହିଟ ବି ହୋଇଗଲା । ଏହା ପର ଠାରୁ ସେ ବହୁତ ହିଟ ଫିଲ୍ମରେ କାମ କରିଲେ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।