ଚୀନର ଏହି ବ୍ୟକ୍ତି ଏମିତି ଅଜବ ଉପାୟରେ ଚୋରୀ କଲା ରାସ୍ତା ଓ ବିକି ଦେଲା, ଜାଣନ୍ତୁ କେମିତି କରିଲା ସେ ଏହି କାମ

ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ବୋଧେ ଆପଣ ଆଗରୁ ଏହିଭଳି ଖବର କେବେ ବି ପଢି ନ ଥିବେ । କହିବାକୁ ଗଲେ ଚୀନର ଜଣେ ବ୍ୟକ୍ତି ଟଙ୍କା ଆୟ କରିବାର ଏକ ନୂତନ ଉପାୟ ବାହାର କରିଛି । କହିବାକୁ ଗଲେ ଏହି ବ୍ୟକ୍ତି ଜଣକ ରାତା – ରାତି ରାସ୍ତା ଚୋରୀ କରି ବିକ୍ରି କରି ଦେଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଚୀନର ଏହି ବ୍ୟକ୍ତି ପାଖାପାଖି ୮୦୦ ମିଟର ଲମ୍ବା ରାସ୍ତାକୁ ଚୋରୀ କରିଲା ଓ ତାକୁ ୫୧ ହଜାର ଚୀନ ମୁଦ୍ରାରେ ବିକ୍ରି କରି ଦେଲା ।

ଚୀନର ମିଡିଆ ଅନୁସାରେ ଦିନେ ସକାଳ ସମୟରେ ଯେତେବେଳେ ସାନକେଶୂ ଗ୍ରାମର ଲୋକମାନେ ରାସ୍ତାର ଏକ ଅଂଶକୁ ଗାୟବ ଦେଖିଲେ ତେବେ ସେ ଆଶ୍ଚର୍ଯ୍ୟ ହୋଇଗଲେ ।

ସେମାନେ ବୁଝି ପାରିଲେ ନାହିଁ କି ଶେଷରେ ରାସ୍ତା ଗଲା କୁଆଡେ ?

ପ୍ରଥମରୁ ହିଁ କାହାକୁ କିଛି ନ କହି ରାସ୍ତା କାମ ଚାଲିଥିଲା । ଏହା ପରେ ଗ୍ରାମର ଲୋକମାନଙ୍କୁ ସନ୍ଦେହ ହେବାରୁ ସେମାନେ ପୋଲିସ କୁ ସୂଚନା ଦେଲେ । କହିଲେ କି ରାସ୍ତାର ଏକ ଅଂଶ ଗାୟବ ଅଛି । ଏହା ପରେ ଯାଞ୍ଚ କରିବା ପରେ ପୋଲିସ କୁ ଜଣା ପଡିଲା କି ଝୂ ନାମକ ଏକ ବ୍ୟକ୍ତି ଖୋଳା ଯାଉଥିବା ମେସିନ ସାହାର୍ଯ୍ୟରେ ପାଖାପାଖି ୮୦୦ ମିଟର ରାସ୍ତାକୁ ଖୋଳି ସେଥିରୁ କଂକ୍ରୀଟ ବାହାର କରି ଏକ କମ୍ପାନୀକୁ ବିକ୍ରି କରି ଦେଇଛି ।

ଏହା ପରେ ଝୂ ର କହିବା ଅଟେ କି କେହି ବି ସେହି ରାସ୍ତା ଦେଇ ଯିବା ଆସିବା କରୁ ନ ଥିଲେ । ସେଥିପାଇଁ ମୁଁ ଚିନ୍ତା କରିଲି କି ମୁଁ ତାକୁ ଖୋଳିଦେବି ଓ ସେଥିରୁ ସିମେଣ୍ଟର ଖଣ୍ଡ ବାହାର କରି ତାହାକୁ ବିକ୍ରି କରି କିଛି ଟଙ୍କା ଆୟ କରିବି । ଝୂ କହିଲା କି ସେ ପାଖପାଖି ୫୦୦ ଟନ କଂକ୍ରୀଟ ଚୋରୀ କରିଛି ଓ ତାକୁ ୫୧ ହଜାର ଟଙ୍କାରେ ବିକ୍ରି କରି ଦେଇଛି । କହିବାକୁ ଗଲେ ବର୍ତ୍ତମାନ ଏହି ଘଟଣା ଚୀନ ର ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।