VVIP ଧୋନୀ ଜୀବନ ଜାପାନ କରୁଛନ୍ତି ସାଧାରଣ ସୈନିକଙ୍କ ଭଳି ଜୀବନ, ଫ୍ୟାନମାନେ କହିଲେ କିଛି ଏମିତି

ସୋମବାର ଦିନ ପିଏମ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କର ଯୋଡି ମିଶି ଧାରା ୩୭୦କୁ ହଟାଇ ଦେଇଛନ୍ତି । ତେବେ ସେହି ସମୟରୁ ହିଁ କେହି ଏହାକୁ ସଠିକ ବୋଲି କହୁଛିନ୍ତି ତ କେହି ଏହାକୁ ଭୁଲ ବୋଲି କହୁଛନ୍ତି । ଏହି ସମସ୍ତ ଖବର ମଧ୍ୟରେ ସୋସିୟାଲ ମିଡିୟା ମଧ୍ୟରେ ଏକ ଫଟୋ ବହୁତ ଭାଇରାଲ ହେଉଛି । ଯେଉଁଥିରେ VVIP ଧୋନୀ ଏକ ସାଧାରଣ ସୈନିକଙ୍କ ଭଳି ଜୀବନ ଜାପନ କରୁଛନ୍ତି । ଏହା ଦ୍ଵାରା ସେ ସମସ୍ତଙ୍କର ହୃଦୟ ଜିତି ନେଇଛନ୍ତି ।

VVIP ଧୋନୀ ରହୁଛନ୍ତି ଏକ ସାଧାରଣ ସୈନିକଙ୍କ ଭଳି

୧ ଅଗଷ୍ଟକୁ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଭାରତୀୟ ଆର୍ମୀରେ ନିଜର ଡ୍ଯୂଟୀ ଆରମ୍ଭ କରି ଦେଇଛନ୍ତି । ତାଙ୍କର ଡ୍ଯୂଟୀ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଏହା ମଧ୍ୟରେ ସୋସିୟାଲ ମିଡିୟାରେ ଅଲ ଟାଇମ ଫେବରେଟ ମହେନ୍ଦ୍ର ସିଂହ ଧୋନୀଙ୍କର ଏକ ଫଟୋ ବହୁତ ଭାଇରାଲ ହେଉଛି । ଏହା ସହିତ ବର୍ତ୍ତମାନ ସମୟରେ କାଶ୍ମୀର ଚର୍ଚା ମଧ୍ୟରେ ସେ ବି କାଶ୍ମୀରରେ ସେନାର ସେବାରେ ଅଛନ୍ତି ।

ମହେନ୍ଦ୍ର ସିଂହ ଧୋନୀ ବର୍ତ୍ତମାନ ସମୟରେ କ୍ରିକେଟ ପଡିଆରୁ ଦୂର ହୋଇ କାଶ୍ମୀରରେ ୧୦୬  ଟେରିଟୋରିୟଲ ଆର୍ମୀ ବଟାଲିୟନରେ ସେବା ଦେଉଛନ୍ତି । ଧୋନୀ ଖେଳରୁ ଦୁଇ ମାସ ଛୁଟି ନେଇଛନ୍ତି ଓ ସେନାରେ ସକ୍ରିୟ ଭୂମିକାରେ ଅଛନ୍ତି । ଗତ କିଛି ଦିନ ତଳେ ଧୋନୀଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ସୈନିକମାନଙ୍କ ମଧ୍ୟରେ ଭଲିବଲ ଖେଳୁ ଥିଲେ । ଏହା ଛଡା ତାଙ୍କର ଏକ ଫଟୋ ବି ବର୍ତ୍ତମାନ ସାମନାକୁ ଆସିଛି ।

ଧୋନୀ ଏହି ଫଟୋରେ ସେନାର ପୋଷାକ ପିନ୍ଧି ବସିଛନ୍ତି ଓ ନିଜର ବୁଟକୁ ପଲିସ କରୁଛନ୍ତି । ଧୋନୀଙ୍କର ଫ୍ୟାନମାନେ ଏହି ଫଟୋକୁ ଦେଖି ବହୁତ ମ୍ରିୟମାଣ ହୋଇ ଯାଇଛନ୍ତି । ଟ୍ୱିଟରରେ ଏହି ଫଟୋକୁ ଶେୟାର କରି ଲେଖା ହୋଇଛି କି, ‘କୌଣସି ବିଶେଷାଧିକାର ନାହିଁ, କୌଣସି ବିଶେଷ ସୁରକ୍ଷା ନାହିଁ । କାରଣ ସେ ଆମର ବାହାଦୁର ସୈନିକଙ୍କ ଭଳି ରାଷ୍ଟ୍ରୀୟ କର୍ତବ୍ୟ ପାଳନ କରୁଛନ୍ତି ।

ସୋସିୟାଲ ମିଡିୟାରେ ଲୋକମାନେ କରିଲେ ପ୍ରଶଂସା

ଜୟ ହୋ ଧୋନୀଙ୍କର ଫଟୋ ବି ସୋସିୟାଲ ମିଡିୟାରେ ବହୁତ ଭାଇରାଲ ହେଉଛି । ଏହା ଉପରେ ବହୁତ ଲୋକମାନଙ୍କର ପ୍ରତିକ୍ରିୟା ଆସୁଛି ଓ ଲୋକମାନେ ବି ଏହି ଫଟୋକୁ ବହୁତ ପ୍ରଶଂସା କରୁଛନ୍ତି । ଧୋନୀ ପ୍ରାୟତଃ ନିଜର କିଛି ନା କିଛି କାମ ପାଇଁ ପ୍ରଶଂସାର ଅଧିକାରୀ ହୋଇ ଯାଆନ୍ତି । ବର୍ତ୍ତମାନ ବି ଲୋକମାନେ ତାଙ୍କୁ ସୋସିୟାଲ ମିଡିୟାରେ ବହୁତ ପ୍ରଶଂସା କରୁଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।