ଦୁନିଆର ସବୁଠୁ ବଡ ବିସ୍ଫୋଟକ ବ୍ୟାଟ୍ସମ୍ୟାନ ହେବାକୁ ଯାଉଛନ୍ତି ପିତା, ତୂଫାନୀ ପାରୀରେ IPLରେ କରିଥିଲେ ଧମାଲ

ଦୁନିଆର ସବୁଠୁ ବିସ୍ଫୋଟକ ବ୍ୟାଟ୍ସମ୍ୟାନ ଲିସ୍ଟରେ ସାମିଲ ଥିବା ୱେସ୍ଟଇଂଡୀଜର ଆନ୍ଦ୍ରେ ରସେଲ କ୍ରିକେଟ ଜଗତରେ ଛକା ମାରିବା ପାଇଁ ପ୍ରସିଦ୍ଧ ଅଟନ୍ତି । ଆନ୍ଦ୍ରେ ରସେଲ ନିଜର ତୂଫାନୀ ବ୍ୟାଟିଙ୍ଗ ଦ୍ଵାରା ବୋଲରମାନଙ୍କର ନିଦ ଉଡାଇ ଦିଅନ୍ତି । ଏତିକି ନୁହେଁ, ଆନ୍ଦ୍ରେ ରସେଲ କ୍ରିକେଟର ସମସ୍ତ ସମୟକୁ ମସ୍ତିର ସହ ବିତାଇ ଥାନ୍ତି । ସେ କିଛି ନକରି ମଧ୍ୟ ବଲକୁ ବାଉଣ୍ଡରୀ ପାର କରିବାର ଶକ୍ତି ରଖିଥାନ୍ତି ।

ଯେଉଁ କାରଣରୁ ସେ ପୁରା ଦୁନିଆରେ ଫେମସ ଅଟନ୍ତି । ଏହା ମଧ୍ୟରେ ଆନ୍ଦ୍ରେ ରସେଲଙ୍କ ଘରେ ଖୁସି ଖବର ଆସିବାର ଅଛି, ଯାହା ବିଷୟରେ ସେ ନିଜେ ସୋସିଆଲ ମିଡିଆରେ ନିଜର ଅଦ୍ଭୁତ ଅନ୍ଦାଜରେ ସେୟାର କରିଛନ୍ତି ।

ପିତା ହେବେ ଆନ୍ଦ୍ରେ ରସେଲ

୩୧ ବର୍ଷୀୟ ଆନ୍ଦ୍ରେ ରସେଲଙ୍କ ଘରେ ଖୁବ ଶୀଘ୍ର ନୂଆ ଅତିଥି ଆସିବାର ଅଛି । ଯାହାର ଖୁସି ଖବର ସେ ନିଜେ ସୋସିଆଲ ମିଡିଆରେ ଦେଇଛନ୍ତି । ଆନ୍ଦ୍ରେ ରସେଲ ନିଜର ପତ୍ନୀଙ୍କ ସହିତ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ସେ ନିଜର ଆସୁଥିବା ସନ୍ତାନ ବିଷୟରେ କହିଛନ୍ତି । ଏହି ଭିଡିଓରେ ସେ ନିଜ ପତ୍ନୀଙ୍କ ସହିତ ଅଦ୍ଭୁତ ଅନ୍ଦାଜରେ କ୍ରିକେଟ ଖେଳୁଥିବାର ନଜର ଆସୁଛନ୍ତି ।

ଏଥିରେ ସେ ନିଜର ପତ୍ନୀଙ୍କୁ ବଲ ପକାଇବାକୁ କହୁଛନ୍ତି ଓ ଏହା ପରେ ଆନ୍ଦ୍ରେ ରସେଲ ବଲକୁ ଆକାଶରେ ଉଡାଇଦେଲେ, ଯାହାକି ଫାଟି ଯାଇ ଗୋଲାପି ରଙ୍ଗର ଧୂଆଁରେ ପରିବର୍ତ୍ତିତ ହୋଇଗଲା ।

ତେବେ ଏହା ବେବୀ ଗର୍ଲ ଅଟେ – ଆନ୍ଦ୍ରେ ରସେଲ

ଆନ୍ଦ୍ରେ ରସେଲ ଯେତେବେଳେ ଆକାଶ ଆଡକୁ ବଲକୁ ମାଇଲେ ତେବେ ତାହା ଫାଟି ଯାଇ ପିଂକ କଲରର ଧୂଆଁରେ ବଦଳି ଗଲା, ଯାହା ପରେ ସେ କହିଲେ କି ଏହାର ଅର୍ଥ ତ ବେବୀ ଗର୍ଲ ଆସିବାର ଅଛି । ଅର୍ଥାତ ମୋ ପାଇଁ ଅନ୍ୟ ଏକ ଉପହାର । ଆନ୍ଦ୍ରେ ରସେଲ କହିଲେ କି ମୋତେ ଏହି କଥାର ଫରକ ପଡେ ନାହିଁ କି ବେବୀ ଗର୍ଲ ହେବ କିମ୍ବା ବେବୀ ବୟ ହେବ ।

ଏହା ସହିତ ସେ କହିଲେ କି ମୁଁ ଏହି ସମୟକୁ ଖୁସିରେ ବିତାଇବାକୁ ଚାହୁଁଛି ଓ ମୋତେ ବହୁତ ଖୁସି ଲାଗୁଛି କି ମୁଁ ଜଲ୍ଦି ପିତା ହେବାକୁ ଯାଉଛି । ଆପଣଙ୍କୁ କହିଦେଉଛୁ କି କଲିକତା ତରଫରୁ ଖେଳୁଥିବା ଆନ୍ଦ୍ରେ ରସେଲ ଆଇପିଏଲରେ ବହୁତ ଧୁମ ମଚାଇ ଥିଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।