Akshaya Tritiya ରାତିରେ କରନ୍ତୁ ଏହି ଉପାୟ, ଘରେ ବଢିଥାଏ ଧନ ସମ୍ପତି (Vastu Tips)

ଆସନ୍ତା ମଇ ମାସ ୩ ତାରିଖ ମଙ୍ଗଳବାର ପଡୁଛି ପବିତ୍ର ଅକ୍ଷୟ ତୃତୀୟା । ଏହିଦିନ ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି କୁହାଯାଏ । ଏହିଦିନ କରା ଯାଇଥିବା ଦାନ ଧର୍ମ ଓ ପୂଜାପାଠର ଶୁଭଫଳ ମଧ୍ୟ ମିଳିଥାଏ । ତେବେ ଅକ୍ଷୟ ତୃତୀୟାରେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟମାନ କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ ଯାହା ଏହିଦିନ ରାତିରେ କରିବା ଦ୍ଵାରା ଘରେ ଧନର ବର୍ଷା ହୋଇଥାଏ ।

ପବିତ୍ର ଅକ୍ଷୟ ତୃତୀୟା ଦିନ ରାତିରେ ଆପଣ ନିଜ ଘରେ ଦୀପ ଅବଶ୍ୟ ଜଳାନ୍ତୁ । ସେହି ଦୀପରେ ଗୋଟିଏ ଧାନ ପକାଇ ଦିଅନ୍ତୁ ଓ ଏହି ଦୀପ ଶୁଦ୍ଧ ଗାଈ ଘିଅର ହୋଇଥିବା ଆବଶ୍ୟକ । ଏହାକୁ ଘରର ମୁଖ୍ୟଦ୍ବାରର ଉଭୟ ବାମ ଏବଂ ଡାହାଣ ପାର୍ଶ୍ଵରେ ରଖି ଦିଅନ୍ତୁ । ଏପରି କରିବା ଦ୍ଵାରା ଘରୁ ସମସ୍ତ ନକରାତ୍ମକ ଊର୍ଜା ବାହାରି ଯାଇଥାଏ ଓ ସକାରାତ୍ମକ ଊର୍ଜାର ସଞ୍ଚାର ହୋଇଥାଏ । ଏହାସହ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ମଧ୍ୟ ହୋଇଥାଏ ।

ଏହିଦିନ ସନ୍ଧ୍ୟାରେ ଏକ ଟଙ୍କିକିଆ କଏନ ନେଇ ସେଥିରେ ଚାଉଳ ଓ କୁମକୁମ ଲଗେଇ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ତଳେ ରଖି ଦିଅନ୍ତୁ । ମାତା ଲକ୍ଷ୍ମୀଙ୍କ ପୂଜା କରିବା ବେଳେ ଏହି ଟଙ୍କିକିଆ କଏନର ମଧ୍ୟ ପୂଜା କରନ୍ତୁ ଓ ସାରା ରାତି ସେହିପରି ରହିବାକୁ ଦିଅନ୍ତୁ । ତା’ ପରଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ ସ୍ଵଚ୍ଛାଦି ସାରି ଏହି କଏନକୁ ନେଇ ଆପଣଙ୍କ ଟ୍ରେଜେରୀ ବା ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଦେଖିବେ କେବେବି ଆର୍ଥିକ ଅନାଟନ ଦେଖାଦେବ ନାହିଁ ଓ ଆପଣଙ୍କ ସିନ୍ଦୁକ ଟଙ୍କା ପଇସାରେ ଭରି ଉଠିବ ।

ଅକ୍ଷୟ ତୃତୀୟା ଦିନ ସନ୍ଧ୍ୟା ସମୟରେ ତୁଳସୀ ଚଉରା ମୂଳରେ ଗୋଟିଏ ସୋରିଷ ତେଲର ଦୀପ ନିଶ୍ଚିତ ଜଳାନ୍ତୁ । ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କ ଅପାର କୃପାଦୃଷ୍ଟି ମଧ୍ୟ ଆପଣଙ୍କ ଉପରେ ପଡିବ । ଘରୁ ନକରାତ୍ମକ ଊର୍ଜା ଦୂର କରିବା ପାଇଁ ଏକ ରାଶି ତେଲର ଦୀପ ମଧ୍ୟ ଘରର ଛାତ ଉପରେ ଜଳାଇ ପାରିବେ ।

ଏହିଦିନ ଆପଣଙ୍କ ଘର ଓ ଏହାର ମୁଖ୍ୟଦ୍ଵାରକୁ ଆମ୍ବଡାଳରେ ନିଶ୍ଚିତ ଭାବେ ସଜାସଜି କରନ୍ତୁ ଏବଂ ମୁଖ୍ୟଦ୍ଵାରରେ ସ୍ଵସ୍ତିକର ଚିହ୍ନ ନିଶ୍ଚୟ ବନାନ୍ତୁ । ଏପରି କରିବା ଦ୍ଵାରା ଘରକୁ କେବେବି ନକରାତ୍ମକ ଶକ୍ତି ପ୍ରବେଶ କରିପାରନ୍ତି ନାହିଁ ଓ ସକାରାତ୍ମକ ଊର୍ଜା ମଧ୍ୟ ଘରେ ସଦାସର୍ବଦା ଲାଗି ରହିବ ।

ଏହି ଉପାୟ ସବୁ ଅକ୍ଷୟ ତୃତୀୟା ଦିନ ନିଶ୍ଚୟ କରି ଦେଖନ୍ତୁ । ଦେଖିବେ ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ଲାଗି ରହିବା ସହ ଘର ସର୍ବଦା ଧନଧାନ୍ୟରେ ପୁରି ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।