କଲେଜ ପିଲାଙ୍କ ସହ ଧୂଳି ଉଡେଇ ନାଚିଲେ Collector ମ୍ୟାଡମ, ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି video

ଶାଢୀ ପିନ୍ଧି ସବୁ ଭୁଲି ନାଚିଲେ କଲେକ୍ଟର ମ୍ୟାଡାମ । କଲେଜ ଛାତ୍ରଛାତ୍ରୀଙ୍କ ସହ ନିଜେ ବି କଲେଜ ଗାର୍ଲ ପାଲଟି ଗଲେ । ଆଉ ମ୍ୟାଡାମଙ୍କ ନାଚ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଇଏ ହେଉଛନ୍ତି କେରଳ ପାଠନାମଥିଟା ଜିଲ୍ଲାର ଜିଲ୍ଲାପାଳ ଡକ୍ଟର ଦିବ୍ୟା ଏସ. ଆୟର । କେରଳର ମହାତ୍ମା ଗାନ୍ଧୀ ବିଶ୍ଵ ବିଦ୍ୟାଳୟରେ ଆଗକୁ ଅନୁଷ୍ଠିତ ହେବାକୁ ଯାଉଛି ଏକ ବଡ ଧରଣର ଆର୍ଟ ଫେଷ୍ଟିଭାଲ । ଯାହାକୁ ଜିଲ୍ଲା ପ୍ରଶାସନ ସହାୟତାରେ ଆୟୋଜନ କରାଯାଉଛି ।

ଆଉ ଏଥିପାଇଁ ଜିଲ୍ଲାପାଳ ମହୋଦୟା ସ୍ଥିତି ପରଖିବା ପାଇଁ ବିଶ୍ଵ ବିଦ୍ୟାଳୟ କ୍ୟାମ୍ପସରେ ପହଞ୍ଚିଥିଲେ । ଏହି ସମୟରେ କିଛି ପିଲା ଏକାଠି ହୋଇ ଡ୍ୟାନ୍ସ ପ୍ରତିଯୋଗୀତା ପାଇଁ ଅଭ୍ଯାସରେ ମାତିଥିଲେ । କିନ୍ତୁ ଜିଲ୍ଲାପାଳଙ୍କୁ ଦେଖି ସମସ୍ତେ ଟିକେ ଅଟକି ଗଲେ । ହେଲେ ଜିଲ୍ଲାପାଳ ସେମାନଙ୍କୁ ଏପରି କରିବାକୁ ମନା କରିବା ସହ ଅଭ୍ଯାସ ଜାରି ରଖିବା ପାଇଁ କହିଥିଲେ । ଆଉ ସବୁଠାରୁ ବଡ କଥା ହେଲା ଯେତେବେଳେ ଗୀତ ବାଜିଲା ପିଲାଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲାପାଳ ମହୋଦୟା ନିଜେ ନାଚିବାକୁ ଲାଗିଲେ ।

ଏହାକୁ ନେଇ ଜିଲ୍ଲାପାଳ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପିଲାମାନଙ୍କ ନାଚ ଦେଖି ମୋର କଲେଜ ଦିନ କଥା ମନେ ପଡିଗଲା । ମୁଁ ନାଚିବା ସମୟରେ ମୋ ସ୍ଵାମୀ ମଧ୍ୟ ଉପସ୍ଥିତ ଥିଲେ । ବହୁତ ଦିନ ପରେ କଲେଜ କଥା ମନେ ପକାଇ ନାଚି ଥିବାରୁ ମୁଁ ବି ବହୁତ ଖୁସି । ଜିଲ୍ଲାପାଳଙ୍କ ନାଚିବା ସମୟର ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଆଉ ଜିଲ୍ଲାପାଳଙ୍କ ନାଚ ଦେଖି ସମସ୍ତେ ବେଶ ତାଜୁବ ବି ହେଉଛନ୍ତି । କଲେଜ ପିଲାଙ୍କ ସହ ତାଳରେ ତାଳ ମିଶାଇ ନାଚୁଛନ୍ତି ଜିଲ୍ଲାପାଳ ଓ ସେ ବହୁତ ଫିଟ୍ ମଧ୍ୟ ଲାଗୁଛନ୍ତି । ୩୭ ବର୍ଷୀୟ ଏହି ଜିଲ୍ଲାପାଳ ଡାକ୍ତରୀ ପାଠ ମଧ୍ୟ ପଢିଛନ୍ତି । ଆଇଏଏସ ଦେବା ଆଗରୁ ସେ ମେଡ଼ିସିନରେ ପ୍ରାକ୍ଟିସ ମଧ୍ୟ କରୁଥିଲେ । ୨୦୧୪ରେ ସେ ଆଇଏଏସ ରେ ଯୋଗ ଦେବାକୁ ନିର୍ଣ୍ଣୟ ନେଇଥିଲେ । ୨୦୧୭ ମସିହାରେ ସେ ବିବାହ କରିଛନ୍ତି ଓ ୨୦୨୧ରେ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି ।

ତାଙ୍କ ବଡ ଭଉଣୀ ଶେଷା ଆୟର ଭାରତୀୟ ଅନ୍ତରିକ୍ଷ ସଂସ୍ଥା ଇସ୍ରୋର ଜଣେ ନାମୀ କର୍ମଚାରୀ ଥିଲେ, ଯିଏକି ଏବେ ଅବସର ନେଇ ସାରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।