ଏହି ‘ଗୁଜବ’ କାରଣରୁ ରଜନୀକାନ୍ତଙ୍କର ଜ୍ଵାଇଁ ହୋଇଗଲେ ଧନୁଷ, ରାତା – ରାତି ବଦଳିଯାଇଥିଲା ଜୀବନ

‘କୋଲାୱେରୀ ଡ଼ି’ ଗୀତରୁ ରାତା – ରାତି ପୁରା ଦୁନିଆରେ ଫେମସ ହୋଇଥିବା ସାଉଥ ସୁପରଷ୍ଟାର ଧନୁଷଙ୍କର ପର୍ସନାଲ ଲାଇଫ କୌଣସି ଫିଲ୍ମରୁ କମ ନୁହେଁ । ପର୍ସନାଲ ଲାଇଫର ସମସ୍ତ ମୋଡରେ ତାଙ୍କ ସହିତ ଏକ ମଜାଦାର ଫିଲ୍ମି ସିନ ହୋଇଛି । ଯାହା ପ୍ରାୟତଃ ଫିଲ୍ମ ଗୁଡିକରେ ହିଁ ଦେଖା ଯାଇଥାଏ । କିନ୍ତୁ ଆଜି ସେ ସାଉଥର ଜଣେ ଜଣା ଶୁଣା ଅଭିନେତା, ଗାୟକ ଓ ସଂଗୀତକାର ଅଟନ୍ତି । କିନ୍ତୁ ଆଜି ଆମେ ଜାଣିବା କି ଧନୁଷଙ୍କର ବିବାହ କେମିତି ହୋଇଥିଲା?

ମିଛ ଗୁଜବ କାରଣରୁ ହୋଇଥିଲା ଧନୁଷଙ୍କର ବିବାହ

ଧନୁଷଙ୍କର ବିବାହ ସାଉଥର ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ୟାଙ୍କ ସହ ହୋଇଛି । ଐଶ୍ୱର୍ୟାଙ୍କ ସହ ବିବାହକୁ ନେଇ ଧନୁଷ ଏକ ବାକ୍ୟା ଶେୟାର କରିଲେ, ଯେଉଁଥିରେ ସେ କହିଲେ କି ଆମର ବିବାହ ଏକ ଗୁଜବ କାରଣରୁ ହୋଇଥିଲା । ଧନୁଷ କହିଲେ କି ମୁଁ ନିଜର ଫିଲ୍ମ ‘କାଢାଲ କୋଂଡେ’କୁ ପୁରା ପରିବାର ସହିତ ଦେଖିବାକୁ ଯାଇଥିଲି ।

ସେହି ସମୟରେ ସିନେମାର ମାଲିକ ମୋତେ ରଜନୀକାନ୍ତ ଓ ତାଙ୍କ ପରିବାରଙ୍କ ସହ ସାକ୍ଷାତ କରାଇଥିଲେ ଓ ସେହି ସମୟରେ ଐଶ୍ୱର୍ୟା ବି ଆସିଥିଲେ, ଯାହାପରେ ଆମର ଅଫେୟାର ର ମିଛ ଖବର ଆସିବାକୁ ଲାଗିଲା ।

ଗୁଜବକୁ ରୋକିବା ପାଇଁ ହୋଇଗଲା ବିବାହ

ଧନୁଷ କହିଲେ କି ଫିଲ୍ମର ପର ଦିନ ହିଁ ଐଶ୍ୱର୍ୟା ମୋତେ ଗୋଟିଏ ବୁକେ ପଠାଇଲେ, ଯେଉଁଥିରେ ଲେଖା ଥିଲା କି ଟଚରେ ରହିବ, ଯାହା ପରେ ଆମର ଦେଖା ସାକ୍ଷାତ ଆରମ୍ଭ ହୋଇଗଲା ଓ ଏହି ଦେଖା ସାକ୍ଷାତକୁ ମିଡିଆ ଅଫେୟାର ବୁଝିନେଲା ।

ଧନୁଷ ଆଗକୁ କହିଲେ କି ଏହିଭଳି ପ୍ରକାରର ଉଡନ୍ତା ଖବରକୁ ରୋକିବା ପାଇଁ ଆମର ପରିବାର ଲୋକମାନେ ମିଶି ଆମର ବିବାହ ଠିକ କରିଦେଲେ ଓ ସେହି ସମୟରେ ମୁଁ ମାତ୍ର ୨୧ ବର୍ଷର ହିଁ ଥିଲି, କିନ୍ତୁ ଆମ ଦୁଇ ଜଣଙ୍କର ବିବାହ ହୋଇଗଲା ଓ ଆଜି ମୁଁ ଏକ ସୁଖମୟ ଜୀବନ ଯାପନ କରୁଛି ।

ଦୁଇଟି ସନ୍ତାନର ପିତା ହୋଇ ସାରିଛନ୍ତି ଧନୁଷ

ଧନୁଷ କହିଲେ କି ସେହି ସମୟରେ ଆମର ବିବାହ ବହୁତ ଜଲ୍ଦି ହୋଇ ଯାଇଥିଲା, କିନ୍ତୁ ଆମେ ଦୁଇ ଜଣ ପରସ୍ପରକୁ ମନରେ ମନରେ ହିଁ ପସନ୍ଦ କରୁଥିଲୁ । ଯେଉଁ କାରଣରୁ ଆମର ବୈବାହିକ ଜୀବନ ସୁଖମୟ ହୋଇଗଲା । କହିଦେଉଛୁ କି ଧନୁଷ ଓ ଐଶ୍ୱର୍ୟାଙ୍କର ଦୁଇଟି ସନ୍ତାନ ଅଛନ୍ତି, ଯାହାଙ୍କର ନାମ ୟାତ୍ରା ଓ ଲିଙ୍ଗା ଅଟେ । ଏତିକି ନୁହେଁ ଯେଉଁଠି ଗୋଟିଏ ପଟେ ଧନୁଷ ଫିଲ୍ମରେ ଖୁବ ନାମ କମାଉଛନ୍ତି, ତ ଅନ୍ୟ ପଟେ ଐଶ୍ୱର୍ୟା ଘର ଓ ପିଲାମାନଙ୍କୁ ସମ୍ଭାଳି ଥାଆନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।