ସମୁଦ୍ର ଭିତରେ ବ୍ୟକ୍ତିଙ୍କ କ୍ୟାମେରା ଛଡେଇ ଗିଳିଦେଲା ସାର୍କ, ରେକର୍ଡ ହେଲା ସାର୍କ ପେଟ ଭିତରର ଦୃଶ୍ୟ, ଦେଖନ୍ତୁ ଏହି ଭାଇରାଲ video

ସମୁଦ୍ର ଭିତରେ ଭିଡିଓ ରେକର୍ଡ କରୁଥିବା ବେଳେ ସାର୍କ ହାବୁଡରେ ପଡିଗଲେ ଏହି ବ୍ୟକ୍ତି । ଏତିକି ବେଳେ ସାର୍କ ତାଙ୍କ ଫୋନକୁ ଛଡେଇ ଖାଇଦେଲା । ଯାହାପରେ ସାର୍କ ଶରୀର ଭିତରର ଦୃଶ୍ୟ ରେକର୍ଡ ହୋଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଗଲେ ଆପଣ ଅନେକ ରୋମାଞ୍ଚକର ଭିଡିଓ ଦେଖି ପାରିବେ । ଭିଡିଓ ଗୁଡିକ ଦେଖିବାକୁ ଯେତିକି ମଜାଦାର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ ହୋଇଥାଏ । ନିକଟରେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ସମୁଦ୍ରରେ ପହଁରୁଥିବା ବେଳେ ଜଣେ ବ୍ୟକ୍ତି ସାର୍କର ଭିଡିଓ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ସାର୍କ ଆସି ତାଙ୍କ ଫୋନକୁ ଖାଇ ଯାଉଥିବା ଏହି ଭିଡିଓରେ ରେକର୍ଡ ହୋଇଛି । ସମୁଦ୍ର ଭିତରର ଦୁନିଆ ଯେତିକି ସୁନ୍ଦର ଓ ରହସ୍ୟମୟ ସେତିକି ବିପଜ୍ଜନକ ମଧ୍ୟ । ସମୁଦ୍ର ଭିତରେ ଅନେକ ଭୟଙ୍କର ଜୀବ ସବୁ ବାସ କରନ୍ତି । ସେମାନଙ୍କ ମଧ୍ୟରୁ କିଏ କେତେବେଳେ ମଣିଷ ଜୀବନ ପାଇଁ ବିପଜ୍ଜନକ ତାହା କହିବା ମୁସ୍କିଲ ।

ପୂର୍ବରୁ ସାମୁଦ୍ରିକ ଜୀବ ଅନେକ ଲୋକଙ୍କ ଜୀବନ ନେଇଥିବା ଘଟଣା ମଧ୍ୟ ନଜିର ରହିଛି । ସମୁଦ୍ର ଭିତରକୁ ଯାଇ ତା’ର ଦୃଶ୍ୟ କ୍ୟାମେରାରେ କଏଦ କରିବାକୁ ଅନେକ ଲୋକଙ୍କ ସଉକ ତଥା ଦୁର୍ବଳତା ରହିଥାଏ । ଆଉ ଏଥିପାଇଁ ଅନେକ ଘଟଣା ଓ ଦୁର୍ଘଟଣାମାନ ମଧ୍ୟ ସେମାନଙ୍କ ସହ ଘଟିଯାଏ ।

ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟିଏ ସାର୍କ ମାଛ ଟିଏ କ୍ୟାମେରା ଖାଉଥିବାର ଦେଖିବାକୁ ମିଳିଛି । ତେବେ କେବଳ ଖାଇବା ସମୟର ଦୃଶ୍ୟ ନୁହେଁ ବରଂ କ୍ୟାମେରାଟି ପେଟ ଭିତରକୁ ଯିବା ପରେ ସାର୍କର ପେଟ ଭିତର ଦୃଶ୍ୟ ମଧ୍ୟ ରେକର୍ଡ ହୋଇଥିବା ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଓ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟୟା ଦେଉଛନ୍ତି । ଫିଲ୍ମ ନିର୍ମାତା ତଥା ସଂରକ୍ଷଣବାଦୀ ଜିମି ଟାର୍କିଡ ସମୁଦ୍ର ଭିତରେ ଏକ କ୍ୟାମେରାରେ ସାର୍କର ଭିଡିଓକୁ କ୍ଯାପଚର କରୁଥିଲେ । ଏହି ସମୟରେ ସାର୍କଟି ହଠାତ କ୍ୟାମେରା ଉପରେ ଆକ୍ରମଣ କରି ତାକୁ ଗିଳି ପକାଇଥିଲା । କିନ୍ତୁ ଖାଇବାର କିଛି ସମୟ ପରେ ଏହା ଖାଇବା ଜାତୀୟ ଜିନିଷ ନୁହେଁ ଭାବି ସାର୍କ ଫିଙ୍ଗି ଦେଇଥିଲା ।

ସାର୍କ ଖାଉଥିବା କ୍ୟାମେରା ହେଉଛି ଇନଷ୍ଟା୩୬୦ ୧x୨ ପକେଟ ଆକ୍ସନ କ୍ୟାମେରା । ଯାହାର ଦାମ୍ ପ୍ରାୟ ୩୦ ହଜାର ଟଙ୍କା । ଏହି ଭିଡିଓକୁ ଜିମିଙ୍କ ଇନଷ୍ଟାଗ୍ରାମ ପେଜ୍ ରେ ଶେୟାର କରାଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।